ସଂସଦରେ ଅଚଳାବସ୍ଥା ଦୂର ଲାଗି ବସିଥିବା ସର୍ବଦଳୀୟ ବୈଠକ ବିଫଳ

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ଆରମ୍ଭରୁ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ଲାଗି ସୋମବାର ସର୍ବଦଳୀୟ ବୈଠକ ବସିଥିଲା।  ତେବେ ଏହି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ନ ପାରିବାରୁ ଏହା ବିଫଳ ହୋଇଯାଇଛି। ସୂଚନାଯୋଗ୍ୟ, ଅଧିବେଶନ ଆରମ୍ଭରୁ ଥମୁନି ବିରୋଧୀଙ୍କ ହଟ୍ଟଗୋଳ। ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ଗୃହକାର୍ଯ୍ୟରେ ଅଚଳାବସ୍ଥା ଲାଗି ରହିଛି। ତେବେ ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ଚାଲିଥିବା ସର୍ବଦଳୀୟ ବୈଠକ ବିଫଳ ହୋଇଯାଇଛି। ସର୍ବଦଳୀୟ ଆଲୋଚନାକୁ ଆରମ୍ଭରୁ କଂଗ୍ରେସ […]

badha

badha

Rakesh Mallick
  • Published: Monday, 03 August 2015
  • Updated: 03 August 2015, 09:27 AM IST

Sports

Latest News

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ଆରମ୍ଭରୁ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ଲାଗି ସୋମବାର ସର୍ବଦଳୀୟ ବୈଠକ ବସିଥିଲା।  ତେବେ ଏହି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ନ ପାରିବାରୁ ଏହା ବିଫଳ ହୋଇଯାଇଛି। ସୂଚନାଯୋଗ୍ୟ, ଅଧିବେଶନ ଆରମ୍ଭରୁ ଥମୁନି ବିରୋଧୀଙ୍କ ହଟ୍ଟଗୋଳ। ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ଗୃହକାର୍ଯ୍ୟରେ ଅଚଳାବସ୍ଥା ଲାଗି ରହିଛି। ତେବେ ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ଚାଲିଥିବା ସର୍ବଦଳୀୟ ବୈଠକ ବିଫଳ ହୋଇଯାଇଛି। ସର୍ବଦଳୀୟ ଆଲୋଚନାକୁ ଆରମ୍ଭରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରତ୍ୟାଖାନ କରିଥିଲେ। ଦଳ ପୂର୍ବରୁ ରଖିଥିବା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସଂସଦକୁ ଚଳାଇ ଦିଆଯିବ ନାହିଁ ବୋଲି କଂଗ୍ରେସ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଲଳିତ ମୋଦି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ବ୍ୟାପମ୍ ଦୁର୍ନୀତ ପ୍ରସଙ୍ଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଇସ୍ତଫ। ଦାବିରେ ଅଟଳ ରହିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos