ଲୋକାର୍ପିତ ହେଲା ସର୍ଦ୍ଦାର ସରୋବର ଡ୍ୟାମ୍ : ୫୬ ବର୍ଷ ଧରି ଚାଲିଥିଲା ବିବାଦ

ନୂଆଦିଲ୍ଲୀ:ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର କେଭାଡିଆରେ ସର୍ଦ୍ଦାର ସରୋବର ଡ୍ୟାମ୍ ଲୋକାର୍ପିତ କରିଛନ୍ତି । ଶିଳାନ୍ୟାସର ୫୬ ବର୍ଷ ପରେ ଏହା ଲୋକାର୍ପିତ ହୋଇଛି। ନର୍ମଦା ନଦୀ ଉପରେ ନିର୍ମିତ ଏହା ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ଡ୍ୟାମ। ଏହାକୁ ଗୁଜୁରାଟର ଜୀବନ ରେଖା ବୋଲି କହିଛନ୍ତି ମୋଦି। ୧୨୦୦ ମିଟର ଲମ୍ବ ଏହି ବନ୍ଧ ଦ୍ୱାରା ରାଜ୍ୟର ୧୮ ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ। ଲକ୍ଷ ଲକ୍ଷ କୃଷକ ଏହାଦ୍ୱାରା ଉପକୃତ ହେବେ। […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 07:08 PM IST

ନୂଆଦିଲ୍ଲୀ:ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର କେଭାଡିଆରେ ସର୍ଦ୍ଦାର ସରୋବର ଡ୍ୟାମ୍ ଲୋକାର୍ପିତ କରିଛନ୍ତି । ଶିଳାନ୍ୟାସର ୫୬ ବର୍ଷ ପରେ ଏହା ଲୋକାର୍ପିତ ହୋଇଛି। ନର୍ମଦା ନଦୀ ଉପରେ ନିର୍ମିତ ଏହା ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ଡ୍ୟାମ। ଏହାକୁ ଗୁଜୁରାଟର ଜୀବନ ରେଖା ବୋଲି କହିଛନ୍ତି ମୋଦି। ୧୨୦୦ ମିଟର ଲମ୍ବ ଏହି ବନ୍ଧ ଦ୍ୱାରା ରାଜ୍ୟର ୧୮ ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ। ଲକ୍ଷ ଲକ୍ଷ କୃଷକ ଏହାଦ୍ୱାରା ଉପକୃତ ହେବେ। ୧୯୬୧ ଏପ୍ରିଲ ୫ ତାରିଖରେ ଏହି ଡ୍ୟାମର ଶୁଭ ଦେଇଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୯୮୭ରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। କେବଳ ଗୁଜରାଟ ନୁହେଁ, ଏହି ନଦୀବନ୍ଧରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ମଧ୍ୟ ଲାଭବାନ ହୋଇପାରିବ।
ସର୍ଦ୍ଦାର ସରୋବର ଡ୍ୟାମ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନ ଥିଲା । ୫୬ ବର୍ଷ ପରେ ଏହି ଡ୍ୟାମ ନିଜର ସମ୍ପୂର୍ଣ୍ଣ କ୍ଷମତା ସହ ଜଳ ଓ ବିଦ୍ୟୁତ୍‌ ଉତ୍ପାଦନ ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇପାରିଛି।
୧ କିଲୋମିଟର ୨୦୦ ମିଟର ଦୀର୍ଘ ଏବଂ ୧୩୮ ମିଟର ଉଚ୍ଚ ଏହି ନଦୀବନ୍ଧର ଜଳ ଧାରଣ କ୍ଷମତା ହେଉଛି ୪ ଲକ୍ଷ ୨୫ ହଜାର ୭୮୦ କୋଟି ଲିଟର। ଏତିକି ପରିମାଣର ଜଳ ପୂର୍ବରୁ ସମୁଦ୍ରରେ ମିଶିଯାଉଥିଲା।

୨୦୧୬-୧୭ରେ ଏହି ଡ୍ୟାମରୁ ୩୨୦ କୋଟି ୟୁନିଟ ବିଦ୍ୟୁତ ଉତ୍ପାଦନ ହୋଇଥିଲା। ଏବେ ଅଧିକ ଜଳ ଧାରଣ କ୍ଷମତା ଫଳରେ ୪୦ ପ୍ରତିଶତ ଅଧିକ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ଏହି ଉତ୍ପାଦିତ ବିଜୁଳିର ୫୭ ପ୍ରତିଶତ ମହାରାଷ୍ଟ୍ର, ୨୭ ପ୍ରତିଶତ ମଧ୍ୟପ୍ରଦେଶ ଏବଂ ୧୬ ପ୍ରତିଶତ ଗୁଜରାଟକୁ ମିଳିବ। ଏହି ନଦୀବନ୍ଧ ଦ୍ୱାରା ଗୁଜରାଟର ହଜାର ହଜାର ଗାଁକୁ ଫାଇଦା ହେବା ସହ ମହାରଷ୍ଟ୍ରର ୩୭ ହଜାର ୫୦୦ ହେକ୍ଟର ଅଞ୍ଚଳରେ ଜଳଶେଚନ ସୁବିଧା ମିଳିପାରିବ। ରାଜସ୍ଥାନର ଦୁଇ ମରୁଡି ପ୍ରଭବିତ ଜିଲ୍ଲା ଜାଲୌର ଏବଂ ବାରମେରକୁ ମଧ୍ୟ ଫାଇଦା ମିଳିବ। ୧୨୦୦ ମେଗାୱାଟ ଏବଂ ୨୫୦ ମେଗାୱାଟ କ୍ଷମତା ବିଶିଷ୍ଠ ଏହି ନଦୀବନ୍ଧର ଦୁଇଟି ପାୱାର ହାଉସ ରହିଛି।

ସରକାରଙ୍କ ସୂଚନା ଅନୁଯାୟ ସର୍ଦ୍ଦାର ସରୋବର ଡ୍ୟାମରୁ ଏପର୍ଯ୍ୟନ୍ତ ୧୬ ହଜାର କୋଟି ଟଙ୍କା ଆୟ ହୋଇସାରିଛି। ଯାହକି ଏହାର ନିର୍ମାଣ ଖର୍ଚ୍ଚର ଦୁଇ ଗୁଣା। ଏହି ଡ୍ୟାମରେ ୩୦ଟି ଗେଟ ରହିଛି। ପ୍ରତ୍ୟେକଟି ଗେଟର ଓଜନ ପ୍ରାୟ ୪୫୦ ଟନ୍॥ ଏହାକୁ ବନ୍ଦ କରିବାକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିବ। ଏହି ଡ୍ୟାମକୁ ନେଇ ବହୁ ବିବାଦ ରହି ଆସିଛି।

ଡ୍ୟାମ ନିର୍ମାଣ ଦ୍ୱାରା ଅନେକ ଗାଁ ଜଳମଗ୍ନ ହେବା ସହ ବହୁ ଲୋକେ ବିସ୍ଥପିାତ ହେବେ ବୋଲି ଅଭିଯୋଗ ରହିଛି। ତେଣୁ ଡ୍ୟାମକୁ ବିରୋଧ କରି ଆଜି ଜଳସତ୍ୟାଗ୍ରହ କରିଛନ୍ତି ସ୍ୱେଚ୍ଛାସେବୀ ମେଧା ପାଟକର। ତାଙ୍କ ନେତୃତ୍ୱରେ ନର୍ମଦା ବଚାଓ ଆନ୍ଦୋଳନର କର୍ମୀମାନେ ଭରଓ୍ୱାନି ଜିଲ୍ଲାରେ ଜଳ ଶତ୍ୟାଗ୍ରହ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ଡ୍ୟାମ ତାର ସର୍ବୋଚ୍ଚ କ୍ଷମତାରେ ପହଞ୍ଚିଲେ ମଧ୍ୟପ୍ରଦେଶର ୧୯୨ଟି ଗାଁର ୪୦ ହଜାର ପରିବାର ବିସ୍ଥାପିତ ହେବେ। ସେହିପରି ମହାରାଷ୍ଟ୍ରର ୩୩ ଏବଂ ଗୁଜରାଟର ୧୯ଟି ଗାଁ ମଧ୍ୟ ଜଳମଗ୍ନ ହେବ । ଆଗରୁ ଶର୍ଦ୍ଦାର ସରୋବର ଡ୍ୟାମ ବିରୋଧରେ ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ ମେଧା ପାଟକର। ୧୯୯୬ରେ ଡ୍ୟାମ ନିର୍ମାଣ ଉପରେ ରହିତାଦେଶ ଦେଇଥିଲେ ସୁପ୍ରିମକୋର୍ଟ। ୨୦୦୦ ମସିହାରେ ଏହା ଉଠିଥିଲ॥ ଏବେ ବି କେନାଲ ନିର୍ମାଣ ସଂପୂର୍ଣ୍ଣ ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story