ପ୍ରଣବଙ୍କୁ ଏମିତି ପରାମର୍ଶ ଦେଲେ ଝିଅ ଶର୍ମିଷ୍ଠା

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର କାର୍ଯ୍ୟକ୍ରମରେ ଯୋଗ ଦେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ। ଏଥିପାଇଁ ସେ ନାଗପୁରରେ ପହଞ୍ଚି ସାରିଛନ୍ତି। ସେ ବୁଧବାର ସେଠାରେ ପହଞ୍ଚିବା ପରେ ତାଙ୍କୁ ସଂଘର ସ୍ୱୟଂ ସେବକମାନେ ସ୍ୱାଗତ କରିଥିଲେ। ତେବେ ପ୍ରଣବ ଆର୍‌ଏସ୍‌ଏସ୍‌ର କାର୍ଯ୍ୟକ୍ରମରେ ଯୋଗ ଦେବା କଥାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ଏଥିନେଇ ସେ ଆଦୌ ଖୁସି ନାହାଁନ୍ତି। ତେଣୁ ଟ୍ୱିଟ୍ କରି ସେ ବାପାଙ୍କୁ […]

pranab

pranab

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 08:39 AM IST

Sports

Latest News

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର କାର୍ଯ୍ୟକ୍ରମରେ ଯୋଗ ଦେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ। ଏଥିପାଇଁ ସେ ନାଗପୁରରେ ପହଞ୍ଚି ସାରିଛନ୍ତି। ସେ ବୁଧବାର ସେଠାରେ ପହଞ୍ଚିବା ପରେ ତାଙ୍କୁ ସଂଘର ସ୍ୱୟଂ ସେବକମାନେ ସ୍ୱାଗତ କରିଥିଲେ। ତେବେ ପ୍ରଣବ ଆର୍‌ଏସ୍‌ଏସ୍‌ର କାର୍ଯ୍ୟକ୍ରମରେ ଯୋଗ ଦେବା କଥାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ଏଥିନେଇ ସେ ଆଦୌ ଖୁସି ନାହାଁନ୍ତି। ତେଣୁ ଟ୍ୱିଟ୍ କରି ସେ ବାପାଙ୍କୁ ପରାମର୍ଶ ଦେଇଛନ୍ତି।

ଶର୍ମିଷ୍ଠା ଲେଖିଛନ୍ତି, ଆଜିର ଘଟଣା ପରେ ପ୍ରଣବ ମୂଖାର୍ଜୀ ଏହି କଥାକୁ ଗ୍ରହଣ କରିବେ ଯେ ବିଜେପି କେତେ ଖରାପ ଖେଳ ଖେଳିପାରେ। ଏମିତି କି ଆର୍‌ଏସ୍‌ଏସ୍‌ ମଧ୍ୟ ଏହି କଥାକୁ ବିଶ୍ୱାସ କରିବ ନାହିଁ ଯେ ଆପଣ ଆପଣଙ୍କ ଭାଷଣରେ ସେମାନଙ୍କ ବିଚାରକୁ ସମର୍ଥନ କରିବେ। ଆପଣଙ୍କ ଭାଷଣକୁ ସମସ୍ତେ ଭୁଲି ଯିବେ। କିନ୍ତୁ ଫଟୋ ରହିଯିବ ଓ ନକଲି ମନ୍ତବ୍ୟ ସହ ସେଗୁଡ଼ିକୁ ପ୍ରସାରିତ କରାଯିବ।

ସେ ବାପାଙ୍କୁ ପରାମର୍ଶ ଦେଇ ଆହୁରି କହିଛନ୍ତି ଯେ ଆପଣ ନାଗପୁର ଯାଇ ବିଜେପି ଓ ଆର୍‌ଏସ୍‌ଏସ୍‌କୁ ଗୁଜବ ସୃଷ୍ଟି କରିବା ପାଇଁ ସୁଯୋଗ ଦେଇଛନ୍ତି। ଏହା ତ ଆରମ୍ଭ ମାତ୍ର।

tweetକୁହାଯାଉଛି ଶର୍ମିଷ୍ଠା ବିଜେପିରେ ଯୋଗ ଦେଇ ପାରନ୍ତି। ତେବେ ସେ ଏହାକୁ ଖଣ୍ଡନ କରିଛନ୍ତି। ଏହା ଏକ ଗୁଜବ ବୋଲି ସେ କହିଛନ୍ତି। ଶର୍ମିଷ୍ଠା କହିଛନ୍ତି ଯେ ସେ କଂଗ୍ରେସ ଛାଡ଼ିବା ଅପେକ୍ଷା ରାଜନୀତି ଛାଡ଼ି ଦେବାକୁ ପସନ୍ଦ କରିବେ।

କଂଗ୍ରେସର ବହୁ ନେତା ବିରୋଧ କରିଥିଲେ

ଆର୍‌ଏସ୍‌ଏସ୍‌ର କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ପ୍ରଣବ ମୂଖାର୍ଜୀଙ୍କ ନିଷ୍ପତ୍ତିଙ୍କୁ କଂଗ୍ରେସ ଅନେକ ନେତା ବିରୋଧ କରିଥିଲେ। ଏନେଇ କେତେକ ବରିଷ୍ଠ ନେତା ତାଙ୍କୁ ଚିଠି ଲେଖି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ ମଧ୍ୟ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଚିଠି ଲେଖି ପ୍ରଣବଙ୍କୁ କହିଥିଲେ ଯେ ଏହି ଅଧ୍ୟାୟ ଆପଣଙ୍କ ସମଗ୍ର ରାଜନୈତିକ କ୍ୟାରିୟରରେ କଳା ଦାଗ ଲଗାଇ ଦେବ।

pranabଅନ୍ୟପକ୍ଷରେ ବିଭିନ୍ନ ଆଡୁ ପ୍ରଶ୍ନ କରାଯିବା ପରେ ପ୍ରଣବ କହିଥିଲେ ଯେ ସେ ଯାହା କହିବେ ନାଗପୁରରେ କହିବେ। ତେଣୁ କଂଗ୍ରେସ ସହିତ ଅନ୍ୟ ସବୁ ରାଜନୈତିକ ଦଳ ଓ ସାଧାରଣ ଲୋକଙ୍କ ନଜର ଆଜି ପ୍ରଣବଙ୍କ ଉପରେ ରହିଛି। ସମସ୍ତେ ଚାହିଁ ବସିଛନ୍ତି ଆର୍‌ଏସ୍‌ଏସ୍‌ର ଗର୍ଭଗୃହରେ ପ୍ରଣବଙ୍କ ଭାଷଣକୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos