Advertisment

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

ବେଜିଂ: ଚୀନରେ ପୁଣିଥରେ ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ) ଭାଇରସ ଆତଙ୍କ ଖେଳାଇଛି। ଏହି ଏସଏଆରଏସ ଭାଇରସ ପ୍ରକୋପରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ରାଷ୍ଟ୍ରପତି ଜିଙ୍ଗପିଙ୍ଗ୍ ଉଦବେଗ ପ୍ରକାଶ କରିଛନ୍ତି। ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓ୍ୱାର୍ଲଡ ହେଲଥ୍ ଅରଗାନାଇଜେସନ (ଡବ୍ଲ୍ୟୁଏଚଓ)ର ରିପୋର୍ଟ ଅନୁଯାୟୀ, ଏସଏଆରଏସ ପାଇଁ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଏହି ଭାଇରାସର ସି-ଫୁଡ […]

ଅଦ୍ୟତନ ହୋଇଛି
ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

china sarc viruse

Advertisment

ବେଜିଂ: ଚୀନରେ ପୁଣିଥରେ ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ) ଭାଇରସ ଆତଙ୍କ ଖେଳାଇଛି। ଏହି ଏସଏଆରଏସ ଭାଇରସ ପ୍ରକୋପରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ରାଷ୍ଟ୍ରପତି ଜିଙ୍ଗପିଙ୍ଗ୍ ଉଦବେଗ ପ୍ରକାଶ କରିଛନ୍ତି। ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଓ୍ୱାର୍ଲଡ ହେଲଥ୍ ଅରଗାନାଇଜେସନ (ଡବ୍ଲ୍ୟୁଏଚଓ)ର ରିପୋର୍ଟ ଅନୁଯାୟୀ, ଏସଏଆରଏସ ପାଇଁ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଏହି ଭାଇରାସର ସି-ଫୁଡ ସହିତ ସଂଯୋଗ ରହିଛି। ଓଟ, ବିଲେଇ, ବାଦୁଡି ସହିତ କିଛି ପଶୁଙ୍କ ଶରୀରରେ ମଧ୍ୟ ଏହି ଭାଇରସ ପ୍ରବେଶ କରିଥାଏ।

ଏହି ଭାଇରାସର ଶିକାର ବ୍ୟକ୍ତି ଜ୍ୱର, କାଶ, ଗଳାରେ ଯନ୍ତ୍ରଣା ଏବଂ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାଏ। ଏହିସବୁ ରୋଗ ପ୍ରାଥମିକ ଅବସ୍ଥାର ଦେଖାଦିଏ। ପରବର୍ତ୍ତୀ ସମୟରେ ଏହା ନିମୋନିଆରେ ପରିଣତ ହୋଇ କିଡନୀରେ କ୍ଷତି ପହଞ୍ଚାଇଥାଏ। ଏହି ଭାଇରସରୁ ବର୍ତ୍ତିବା ପାଇଁ ଏଯାବତ କୌଣସି ଭେକସିନ୍ କିମ୍ୱା ଟୀକା ଆବିଷ୍କାର ହୋଇନାହିଁ।

Advertisment

ଚୀନର ରାଜଧାନୀ ବେଜିଂ ସମେତ ଅନେକ ସହରରେ ଏହି ଏସଏଆରଏସ ଭାଇରାସ ବ୍ୟାପିଥିବା ଦେଖିବାକୁ ମିଳିଛି। ଏଯାବତ ୨୨୦ରୁ ଅଧିକ ଲୋକ ଏହି ଭାଇରାସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ବିଶେଷଜ୍ଞ କହିଛନ୍ତି, ଏହି ଭାଇରସ ସଂକ୍ରାମକ ଅଟେ। ଏସିଆର ତିନୋଟି ଦେଶରେ ଏହି ଭାଇରସ ବ୍ୟାପିଥିବା ଚୀନ ବିଶେଷଜ୍ଞ କହିଛନ୍ତି। ଚୀନ ଅଧିକାରୀ କହିଛନ୍ତି, ବୁହାନ ଶହରରେ ଏହି ଭାଇରସ କାରଣରୁ ଚଳିତ ସପ୍ତାହରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଚୀନରେ ଏହି ଭାଇରସ ବ୍ୟାପିବା ପରେ ଭାରତରେ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ବୁହାନରୁ ଆମେରିକା ଯାଉଥିବା ସମସ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରରେ ସ୍ୱତନ୍ତ୍ର ସ୍କ୍ରିନିଂ ଜରିଆରେ ପରୀକ୍ଷା କରାଯାଉଛି। ବିମାନବନ୍ଦରରେ ଏଥିପାଇଁ ସ୍ୱତନ୍ତ୍ର ଡେସ୍କ ଖୋଲା ହୋଇଛି।

ଜାନୁଆରୀ ୨୪ରୁ ଚୀନରେ ନୂଆ ବର୍ଷ ଉତ୍ସବ ଆରମ୍ଭ ହେଉଛି। ଏହି ଅବସରରେ ଅନେକ ଲୋକ ବିଦେଶରୁ ଆସନ୍ତି ଏବଂ ଚୀନର ଲୋକମାନେ ମଧ୍ୟ ଭ୍ରମଣ କରିବା ପାଇଁ ବିଦେଶକୁ ଯାଆନ୍ତି। ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ୨୦୦୨ରେ ଏହି ଏସଏଆରଏସ ଭାଇରସ ଦେଖିବାକୁ ମିଳିଥିଲା। ଏହି ଭାଇରସ ୨୫ଟି ଦେଶକୁ ବ୍ୟାପୀଯାଇଥିଲା। ଏଥିରେ ୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe