ଚେନ୍ନାଇ: ଏଆଇଏଡିଏମ୍କେ ନେତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ବିବାଦୀୟ ହୋଇପଡିଥିବା ତାଙ୍କ ସହଯୋଗୀ ଭି.କେ.ଶଶିକଳାଙ୍କ ଅଡୁଆ ତୁଟୁନି। ବିବାଦ ପରେ ବିବାଦରେ ସେ ଛନ୍ଦି ହୋଇପଡୁଛନ୍ତି। ଶଶିଙ୍କୁ ଆଉ ଏକ ଝଟ୍କା ଲାଗିଛି । ତାଙ୍କ ସହ ସମ୍ପୃକ୍ତ ସମ୍ପର୍କୀୟମାନଙ୍କ ବ୍ୟାଙ୍କ ଏକାଉଣ୍ଟ ସିଜ୍ କରିବାରେ ଲାଗିଛି ଅୟକର ବିଭାଗ । ଏହି କ୍ରମରେ ୧୦୦ଟି ଏକାଉଣ୍ଟ ଫ୍ରିଜ୍ କରିଦିଆଯାଇଛି।
ନିକଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶଶିକଳାଙ୍କର ପୁତୁରା ତଥା ଜୟା ଟିଭି ଏମ୍ଡି ବିବେକ ଜୟରାମନଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି କୁହାଯାଉଥିବା ଜାଲ୍ କମ୍ପାନିଗୁଡ଼ିକର ଉପରୋକ୍ତ ବ୍ୟାଙ୍କ୍ ଖାତାକୁ ଫ୍ରିଜ୍ କରାଯାଇଛି । ଶନିବାର ଏ ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ନଗଦ ୬ କୋଟି ଟଙ୍କା ଏବଂ ସାଢ଼େ ଆଠ କିଲୋ ସୁନା ଏବଂ ୧୨୦୦ କୋଟି ଟଙ୍କାର ହିସାବ ରହିତ ଅର୍ଥ ବିନିଯୋଗର ଦଲିଲପତ୍ର ଜବତ କରାଯାଇଛି । ଶଶିକଳାଙ୍କର ଭାଇ ଭି ଦିବାଧରନଙ୍କ ମାଲିକାନାରେ ଥିବା ମାନ୍ନରଗୁଡ଼ିସ୍ଥିତ ମହିଳା କଲେଜର ଏକ ଅବ୍ୟବହୃତ ଛାତ୍ରୀନିବାସରୁ ମଧ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।