ଏହି ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ସତ୍ୟପାଲ ମଲିକ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ହେବା ପୂର୍ବରୁ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କୁ ନୂଆ ରାଜ୍ୟର ଦାୟିତ୍ୱ ମିଳିଛି। ଏବେ ସେ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ତଥାଗତ ରୟଙ୍କ ସ୍ଥାନରେ ଶ୍ରୀ ମଲିକଙ୍କୁ ଏଠାକାର ରାଜ୍ୟପାଳ କରାଯାଇଛି। ମେଘାଳୟର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ରୟଙ୍କ ୫ ବର୍ଷିୟା କାର୍ଯ୍ୟକାଳ ଶେଷ ହେବାରୁ ରାଷ୍ଟ୍ରପତି ଭବନ ପକ୍ଷରୁ ସତ୍ୟପାଲ ମଲିକଙ୍କୁ ଏଠାକାର ରାଜ୍ୟପାଳ କରାଯାଉଥିବା ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, […]

das

Hemant Lenka
  • Published: Tuesday, 18 August 2020
  • , Updated: 18 August 2020, 02:50 PM IST

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ହେବା ପୂର୍ବରୁ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କୁ ନୂଆ ରାଜ୍ୟର ଦାୟିତ୍ୱ ମିଳିଛି। ଏବେ ସେ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି।

ତଥାଗତ ରୟଙ୍କ ସ୍ଥାନରେ ଶ୍ରୀ ମଲିକଙ୍କୁ ଏଠାକାର ରାଜ୍ୟପାଳ କରାଯାଇଛି। ମେଘାଳୟର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ରୟଙ୍କ ୫ ବର୍ଷିୟା କାର୍ଯ୍ୟକାଳ ଶେଷ ହେବାରୁ ରାଷ୍ଟ୍ରପତି ଭବନ ପକ୍ଷରୁ ସତ୍ୟପାଲ ମଲିକଙ୍କୁ ଏଠାକାର ରାଜ୍ୟପାଳ କରାଯାଉଥିବା ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ, ବର୍ତ୍ତମାନର ଗୋଆର ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କୁ ମେଘାଳୟକୁ ବଦଳି କରାଯାଉଛି। ସେହପରି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରିଙ୍କୁ ଗୋଆର ଅତିରିକ୍ତ କାର୍ଯ୍ୟ ଭାର ହସ୍ତାନ୍ତର କରାଯାଇଛି।

ତଥାଗତ ରୟ ୩ ବର୍ଷ ତ୍ରିପୁରାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିବା ବେଳେ ବଳକା ୨ ବର୍ଷ ମେଘାଳୟରେ କାର୍ଯ୍ୟ କରିଥିଲେ।

Related story