ଯାତ୍ରୀବାହୀ ବସ୍ ଦୁର୍ଘଟଣା: ୩୫ ମୃତ, ୪ ଗୁରୁତର

ରିଆଦ: ଏକ ଯାତ୍ରୀବାହୀ ବସ୍ ସିରିଜ ଦୁର୍ଘଟଣା କରିଛି। ଏଥିରେ ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଥିବା ମେଦିନାରେ ଏଭଳି ସିରିଜ ଦୁର୍ଘଟଣା ଘଟିଛି। ବୁଧବାର ସଂଧ୍ୟା ୭ଟାରେ ମେଦିନାରୁ ମେକ୍କା ସହରକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ ଯାତ୍ରୀବାହୀ ବସଟି ପ୍ରଥମେ ଏକ ବଡ଼ ଗାଡ଼ିକୁ ଧକ୍କା ଦେଇଥିଲା। […]

saudi_arabia_medina_road_accident

Subhransu Sekhar
  • Published: Thursday, 17 October 2019
  • , Updated: 17 October 2019, 09:04 AM IST

ରିଆଦ: ଏକ ଯାତ୍ରୀବାହୀ ବସ୍ ସିରିଜ ଦୁର୍ଘଟଣା କରିଛି। ଏଥିରେ ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଥିବା ମେଦିନାରେ ଏଭଳି ସିରିଜ ଦୁର୍ଘଟଣା ଘଟିଛି। ବୁଧବାର ସଂଧ୍ୟା ୭ଟାରେ ମେଦିନାରୁ ମେକ୍କା ସହରକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି।

ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ ଯାତ୍ରୀବାହୀ ବସଟି ପ୍ରଥମେ ଏକ ବଡ଼ ଗାଡ଼ିକୁ ଧକ୍କା ଦେଇଥିଲା। ଏହାପରେ ବସର ଡ୍ରାଇଭର ନିୟନ୍ତ୍ରଣ ହରାଇସାରିଥିବାରୁ ପାଖରେ ଥିବା ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଚାଲିଥିଲା। ବସରେ ସାଉଦି ଆରବର ନାଗରିକ, ଏସିଆ ମହାଦେଶର ନାଗରିକ ଥିଲେ ବୋଲି ଜଣାପଡ଼ିଛି। ପୁଲିସ ମାମଲା ଦାୟର କରି ତଦନ୍ତ ଚଳାଇଛି। ମୃତକ ଏବଂ ଗୁରୁତରଙ୍କ ପରିଚୟ ବାବଦରେ ପୁଲିସ କୌଣସି ସୂଚନା ଦେଇନାହିଁ।

Related story