ପିଓକେ ଓ ଗିଲଗିଟ୍-ବେଲୁଚିସ୍ତାନକୁ ପାକିସ୍ତାନ ମ୍ୟାପରୁ ହଟାଇଲା ସାଉଦି ଆରବ!

ଲଣ୍ଡନ: ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନକୁ ଜବରଦସ୍ତ ଝଟକା। ପାକିସ୍ତାନ ଅଧିକୃତ କଶ୍ମୀର, ଗିଲଗିଟ୍-ବେଲୁଚିସ୍ତାନକୁ ପାକିସ୍ତାନ ମାନଚିତ୍ରରୁ ହଟାଇଛି ସାଉଦି ଆରବ। ଏ ନେଇ ପିଓକେ ନେତା ଅମଜାଦ ଆୟୁବ ମିର୍ଜା ବୁଧବାର କହିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ସାଉଦି ଆରବ ପାକିସ୍ତାନୀ ଦଖଲ କରିଥିବା ଜମ୍ମୁ କଶ୍ମୀର ଏବଂ ଗିଲଗିଟ-ବେଲୁଚିସ୍ତାନକୁ ପାକିସ୍ତାନର ମାନଚିତ୍ରରୁ ହଟାଇ ଦେଇଛି। ଏଭଳି କରି ସାଉଦି ଆରବ ଦିପାବଳୀ ଉପହାର ଦେଇଛି ବୋଲି ଆୟୁବ କହିଛନ୍ତି। ସାଉଦି ଆରବ […]

imran khan

Subhransu Sekhar
  • Published: Wednesday, 28 October 2020
  • , Updated: 28 October 2020, 02:54 PM IST

ଲଣ୍ଡନ: ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନକୁ ଜବରଦସ୍ତ ଝଟକା। ପାକିସ୍ତାନ ଅଧିକୃତ କଶ୍ମୀର, ଗିଲଗିଟ୍-ବେଲୁଚିସ୍ତାନକୁ ପାକିସ୍ତାନ ମାନଚିତ୍ରରୁ ହଟାଇଛି ସାଉଦି ଆରବ। ଏ ନେଇ ପିଓକେ ନେତା ଅମଜାଦ ଆୟୁବ ମିର୍ଜା ବୁଧବାର କହିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି ଯେ ସାଉଦି ଆରବ ପାକିସ୍ତାନୀ ଦଖଲ କରିଥିବା ଜମ୍ମୁ କଶ୍ମୀର ଏବଂ ଗିଲଗିଟ-ବେଲୁଚିସ୍ତାନକୁ ପାକିସ୍ତାନର ମାନଚିତ୍ରରୁ ହଟାଇ ଦେଇଛି। ଏଭଳି କରି ସାଉଦି ଆରବ ଦିପାବଳୀ ଉପହାର ଦେଇଛି ବୋଲି ଆୟୁବ କହିଛନ୍ତି।

ସାଉଦି ଆରବ ଏକ ୨୦ ଟଙ୍କିଆ ନୋଟ୍ ଜାରି କରିଛନ୍ତି। ଯେଉଁଥିରେ ସେ ବିଶ୍ୱ ମାନଚିତ୍ରକୁ ଉପସ୍ଥାପନ କରିଛି। ଏହି ମାନଚିତ୍ରରେ ଗିଲଗିଟ-ବେଲୁଚିସ୍ତାନ ଏବଂ କଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦର୍ଶାଯାଇ ନାହିଁ। ସାଉଦି ଆରବର ଏହି ପଦକ୍ଷେପ ପାକିସ୍ତାନକୁ କୂଟନୀତିକ ସ୍ତରରେ ଜୋରଦାର ଝଟକା ଦେଇଛି। ତେବେ ସାଉଦି ଆରବର ଏହି ପଦକ୍ଷେପ ନୂଆ ନୁହେଁ।

ପୂର୍ବରୁ ସେପ୍ଟେମ୍ବରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା ଯେ ନଭେମ୍ବର ୧୫ରେ ଗିଲଗିଟ୍ ବେଲୁଚିସ୍ତାନରେ ବିଧାନସଭା ନିର୍ବାଚନ ହେବ ବୋଲି। ହେଲେ ପାକିସ୍ତାନ ଏହାକୁ ବିରୋଧ କରୁଥିଲା। ଧାରା ୩୭୦ ଉଚ୍ଛେଦ ପରେ ଭାରତ ସରକାର ମଧ୍ୟ ଏ ପ୍ରସଙ୍ଗରେ ମତ ରଖି କହିଥିଲା ଜମ୍ମୁ କଶ୍ମୀର, ଲଦାଖ, ବେଲୁଚିସ୍ତାନ, ଗିଲଗିଟ୍ ଏବଂ ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ।

ପାକିସ୍ତାନର ଇମ୍ରାନ ଖାନ୍ ସରକାର ଧାରା ୩୭୦ ଉଚ୍ଛେଦ ପରେ ମଧ୍ୟ ଭାରତକୁ ଜବାବ ଦେବାକୁ ଯାଇ କହିଥିଲେ ଗୁଜୁରାଟର ଜୁନାଗଡ, ସାର୍ କ୍ରିକ୍ ଏବଂ ମନଭାଦର ଜମ୍ମୁ କଶ୍ମୀରର ଏକ ଅଂଶ ଏବଂ ଲଦାଖର ବୋଲି ଦାବି କରିଥିଲେ।

Related story