ଦ.କୋରିଆରେ ପାକିସ୍ତାନୀଙ୍କ ମୁହଁ ବନ୍ଦ କରିଦେଲେ ଶାଜିଆ ଇଲମୀ

ସିଓଲ: ଶୁକ୍ରବାର ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଠାରେ ପାକିସ୍ତାନ ପତାକା ଧରି ଭାରତ ବିରୋଧୀ ସ୍ଲୋଗାନ୍‌ ଦେଉଥିବା କିଛି ଲୋକଙ୍କର ମୁହଁ ବନ୍ଦ କରିଛନ୍ତି ଶାଜିଆ ଇଲମୀ ଏବଂ ତାଙ୍କ ସହିତ ଯାଇଥିବା ଏକ ବିଜେପି-ଆରଏସ୍‌ଏସ୍‌ ଗୋଷ୍ଠୀ। ସେମାନେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏଠାକୁ ଗସ୍ତରେ ଆସିଛନ୍ତି। ଏଏନ୍‌ଆଇ ପ୍ରସାରିତ ଏକ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି, କିଛି ଲୋକ ପାକିସ୍ତାନ ଜାତୀୟ ପତାକା ଧରି ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ […]

shazia

shazia

Subrat Kumar Nayak
  • Published: Sunday, 18 August 2019
  • Updated: 18 August 2019, 05:34 PM IST

ସିଓଲ: ଶୁକ୍ରବାର ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଠାରେ ପାକିସ୍ତାନ ପତାକା ଧରି ଭାରତ ବିରୋଧୀ ସ୍ଲୋଗାନ୍‌ ଦେଉଥିବା କିଛି ଲୋକଙ୍କର ମୁହଁ ବନ୍ଦ କରିଛନ୍ତି ଶାଜିଆ ଇଲମୀ ଏବଂ ତାଙ୍କ ସହିତ ଯାଇଥିବା ଏକ ବିଜେପି-ଆରଏସ୍‌ଏସ୍‌ ଗୋଷ୍ଠୀ। ସେମାନେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏଠାକୁ ଗସ୍ତରେ ଆସିଛନ୍ତି।

ଏଏନ୍‌ଆଇ ପ୍ରସାରିତ ଏକ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି, କିଛି ଲୋକ ପାକିସ୍ତାନ ଜାତୀୟ ପତାକା ଧରି ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଏହି ୩ ମିନିଟ୍‌ ୨୫ ସେକେଣ୍ଡର ଭିଡିଓରେ ଶାଜିଆ ଏବଂ ଆଉ କିଛି ଲୋକ ସ୍ଲୋଗାନ୍‌ ଦେଉଥିବା ଲୋକଙ୍କ ପାଖକୁ ମାଡ଼ିଯାଉଥିବାର ଦୃଶ୍ୟ ରହିଛି। ବିକ୍ଷୋଭକାରୀ ଏହି ସମୟରେ ‘ହକ୍‌ ହୈ ହମାରା ଆଜାଦୀ’ ଏବଂ ‘ହମ୍‌ ଲେ କେ ରହେଙ୍ଗେ ଆଜାଦୀ’ ଆଦି ନାରା ଦେଉଥିଲେ।
https://twitter.com/ANI/status/1162745348818952194?s=20
ସେମାନଙ୍କ ପାଖରେ ପହଞ୍ଚି ଶାଜିଆ ସେମାନଙ୍କୁ ଅନୁରୋଧ କରି କହିଥିଲେ ଭାରତ ଏବଂ ଏହାର ପ୍ରଧାନମନ୍ତ୍ରୀଙ୍କୁ ସେମାନେ ଏପରି କହିବା ଠିକ୍‌ ହେଉନି। ଏହାପରେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଲୋକେ ‘ଇଣ୍ଡିଆ ଜିନ୍ଦାବାଦ୍‌’ ନାରା ଦେବାକୁ ଆରମ୍ଭ କରିଥିଲେ। ଏହାପରେ ସ୍ଥାନୀୟ ପୁଲିସ୍‌ ଶାଜିଆ ଏବଂ ତାଙ୍କ ଟିମ୍‌କୁ ଏହି ସ୍ଥାନରୁ ବାଟ କଢ଼େଇ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos