ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ନ ଥିଲା, ଏସ୍‌ବିଆଇ ଆଦାୟ କରିନେଲା ୧,୭୭୧ କୋଟି ଟଙ୍କା

ନୂଆଦିଲ୍ଲୀ: ବ୍ୟାଙ୍କ ଖାତାରେ ମିନିମମ୍‌ ବାଲାନ୍ସ ବା ସର୍ବନିମ୍ନ ଜମା ରାଶି ନ ଥିଲା।  କିନ୍ତୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଆଦାୟ କରିନେଲା ୧,୭୭୧ କୋଟି ଟଙ୍କା । ଏମିତି ଏକ ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଥିବେ ସତ କିନ୍ତୁ ଏହା ହେଉଛି ସରକାରୀ ରିପୋର୍ଟ । ଅବଶ୍ୟ ଏହି ଜରିମାନା  କୌଣସି ଜଣେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଠାରୁ ଆଦାୟ ହୋଇ ନାହିଁ। ଏହି ଜମାରାଶି ଦେଶବ୍ୟାପୀ ଏସ୍‌ବିଆଇର କଠୋର ନିୟମକୁ ଅମାନ୍ୟ କରିଥିବା […]

sbi

sbi

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 04:49 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟାଙ୍କ ଖାତାରେ ମିନିମମ୍‌ ବାଲାନ୍ସ ବା ସର୍ବନିମ୍ନ ଜମା ରାଶି ନ ଥିଲା।  କିନ୍ତୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଆଦାୟ କରିନେଲା ୧,୭୭୧ କୋଟି ଟଙ୍କା । ଏମିତି ଏକ ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଥିବେ ସତ କିନ୍ତୁ ଏହା ହେଉଛି ସରକାରୀ ରିପୋର୍ଟ । ଅବଶ୍ୟ ଏହି ଜରିମାନା  କୌଣସି ଜଣେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଠାରୁ ଆଦାୟ ହୋଇ ନାହିଁ। ଏହି ଜମାରାଶି ଦେଶବ୍ୟାପୀ ଏସ୍‌ବିଆଇର କଠୋର ନିୟମକୁ ଅମାନ୍ୟ କରିଥିବା ଆକାଉଣ୍ଟଧାରୀଙ୍କ ଠାରୁ କଟାଯାଇଛି। ଆଦାୟ ହୋଇଥିବା ଏହି ଜରିମାମାନା ଗତ ଆର୍ଥିକ ବର୍ଷରେ ଏସ୍‌ବିଆଇର ଦ୍ୱିତୀୟ  ତ୍ରୈମାସିକ ନେଟ ଲାଭାଂଶଠାରୁ ଅଧିକ। ମୁଖ୍ୟତଃ ଗତ ଏପ୍ରିଲ ମାସରୁ ନଭେମ୍ବର ମାସ ମଧ୍ୟରେ ଏହି ଜରିମାନା ଅଦାୟ କରାଯାଇଛି। ସର୍ବନିମ୍ନ ଜମା ରାଶି ରଖିବାରେ ଖିଲାପ କରିଥିବା ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା କଟାଯାଇଛି।

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ମଗାଯାଇଥିବା ବେଳେ ଚିତ୍ର ସାମ୍ନାକୁ ଆସିଛି। ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁଯାୟୀ ଏସ୍‌ବିଆଇ ଜୁଲା଼ଇ-ସେପ୍ଟମ୍ବର ମାସରେ ଦ୍ୱିତୀୟ  ତ୍ରୈମାସିକ ନେଟ ଲାଭାଂଶ 1,581.55  କୋଟି ଟଙ୍କା ଆଦାୟ କରିଛି। ସୂଚନା ଅନୁଯାୟୀ ଗତ ବର୍ଷ ଏପ୍ରିଲ ୧ରୁ ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ନୂଆ ନିୟମ ଲାଗୁ କରିଥିଲା। ଏଥିପାଇଁ ଆକାଉଣ୍ଟରେ ସର୍ବନିମ୍ନଜମା ରାଶି ନେଇ ଧାର୍ଯ୍ୟ ହୋଇଥିଲା। ମୁଖ୍ୟତଃ ମେଟ୍ରୋ ସିଟି ପାଇଁ ସର୍ବନିମ୍ନ ଜମା ୫୦୦୦ ଟଙ୍କା, ସହର (ଅର୍ବାନ)ପାଇଁ ୩୦୦୦ଟଙ୍କା, ଛୋଟ ସହର(ସେମି ଅର୍ବାନ) ପାଇଁ ୨ ୦୦୦ଟଙ୍କା, ଗାଁ ପାଇଁ ସର୍ବନିମ୍ନ ଜମା ୧୦୦୦ଟଙ୍କା ଧାର୍ଯ୍ୟ ହୋଇଥିଲା। ଏହି ନିୟମ ଅନୁଯାୟୀ ଯେଉଁମାନଙ୍କ ଖାତା ମେଣ୍ଟେନ୍‌ ହେଉ ନ ଥିଲା ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ସେହି ଅନୁଯାୟୀ  ଗତ ଏପ୍ରିଲ ମାସରୁ ନଭେମ୍ବର ମାସ ମଧ୍ୟରେ ୧,୭୭୧ କୋଟି ଟଙ୍କା ଆଦାୟ କରାଯାଇଛି। ଅବଶ୍ୟ ବ୍ୟାଙ୍କ ପକ୍ଷରୁ ଏହି ନିୟମକୁ ପରବର୍ତ୍ତୀ ସମୟରେ କୋହଳ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story