ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲା: ସିବିଆଇରେ ହାଜର ହେଲେ ପୂର୍ବତନ ବାୟୁସେନା ମୁଖ୍ୟ ଏସ୍‌.ପି. ତ୍ୟାଗୀ

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲାରେ ଆଜି ପୂର୍ବତନ ବାୟୁସେନା ମୁଖ୍ୟ ଏସ୍‌.ପି. ତ୍ୟାଗୀ ସିବିଆଇ ନିକଟରେ ହାଜର ହୋଇଥିଲେ। ୩,୬୦୦ କୋଟି ଟଙ୍କାର ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା। ପୂର୍ବରୁ ୨୦୧୩ ମସିହାରେ ସିବିଆଇ ତ୍ୟାଗୀ ଓ ପୂର୍ବତନ ବାୟୁସେନା ଉପମୁଖ୍ୟ ଜେ.ଏସ୍. ଗୁଜରାଲଙ୍କୁ ଜେରା କରିଥିଲା। ଗତ ୭ ତାରିଖରେ  ଇଟାଲୀର ଏକ କୋର୍ଟ ଏହି ଦୁର୍ନୀତି ମାମଲାରେ ତ୍ୟାଗୀଙ୍କ ନାଁ ନେବା ପରେ ସିବିଆଇ ତାଙ୍କୁ  ପଚରାଉଚରା […]

S-P-Tyagi

Rakesh Mallick
  • Published: Monday, 02 May 2016
  • , Updated: 02 May 2016, 09:20 AM IST

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲାରେ ଆଜି ପୂର୍ବତନ ବାୟୁସେନା ମୁଖ୍ୟ ଏସ୍‌.ପି. ତ୍ୟାଗୀ ସିବିଆଇ ନିକଟରେ ହାଜର ହୋଇଥିଲେ। ୩,୬୦୦ କୋଟି ଟଙ୍କାର ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା। ପୂର୍ବରୁ ୨୦୧୩ ମସିହାରେ ସିବିଆଇ ତ୍ୟାଗୀ ଓ ପୂର୍ବତନ ବାୟୁସେନା ଉପମୁଖ୍ୟ ଜେ.ଏସ୍. ଗୁଜରାଲଙ୍କୁ ଜେରା କରିଥିଲା।

ଗତ ୭ ତାରିଖରେ  ଇଟାଲୀର ଏକ କୋର୍ଟ ଏହି ଦୁର୍ନୀତି ମାମଲାରେ ତ୍ୟାଗୀଙ୍କ ନାଁ ନେବା ପରେ ସିବିଆଇ ତାଙ୍କୁ  ପଚରାଉଚରା ଲାଗି ଡାକିଥିଲା। ଏହି ଦୁର୍ନୀତି ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ତ୍ୟାଗୀ, ତାଙ୍କ ସମ୍ପର୍କୀୟ ଭାଇ ଏବଂ ୟୁରୋପୀୟ ମଧ୍ୟସ୍ଥିଙ୍କ ସମେତ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣାରେ ତ୍ୟାଗୀଙ୍କ ଭାଇମାନେ କୋଟି କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।

Related story