କେଉଁ ନିୟମ କୋହଳ କଲା ଏସ୍‌ବିଆଇ

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଏସବିଆଇ ଗ୍ରାହକଙ୍କ ପାଇଁ ଅନେକ ନୂଆ ନିୟମରେ ଲାଗୁ କରିଛି। ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବା ନିୟମରେ କୋହଳ କରାଯାଇଛି। ସେଭିଂ ଆକାଉଣ୍ଟକୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା- ମେଟ୍ରୋ ସିଟି, ଅର୍ବାନ ସିଟି, ସେମି ଅର୍ବାନ ସିଟି ଓ ରୁରାଲ ସିଟି। ଏହି ସମସ୍ତ ଶ୍ରେଣୀର ଆକାଉଣ୍ଟ ପାଇଁ ନୂଆ ନିୟମ ଲାଗୁ କରିଛି ଏସ୍‌ବିଆଇ। କମିଲା ସର୍ବନିମ୍ନ ଜମା ପରିମାଣ ପୂର୍ବରୁ ମେଟ୍ରୋ ସିଟିଗୁଡ଼ିକରେ ଥିବା ଆକାଉଣ୍ଟ […]

sbi (1)

sbi (1)

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 09:23 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଏସବିଆଇ ଗ୍ରାହକଙ୍କ ପାଇଁ ଅନେକ ନୂଆ ନିୟମରେ ଲାଗୁ କରିଛି। ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବା ନିୟମରେ କୋହଳ କରାଯାଇଛି। ସେଭିଂ ଆକାଉଣ୍ଟକୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା- ମେଟ୍ରୋ ସିଟି, ଅର୍ବାନ ସିଟି, ସେମି ଅର୍ବାନ ସିଟି ଓ ରୁରାଲ ସିଟି। ଏହି ସମସ୍ତ ଶ୍ରେଣୀର ଆକାଉଣ୍ଟ ପାଇଁ ନୂଆ ନିୟମ ଲାଗୁ କରିଛି ଏସ୍‌ବିଆଇ।

କମିଲା ସର୍ବନିମ୍ନ ଜମା ପରିମାଣ

ପୂର୍ବରୁ ମେଟ୍ରୋ ସିଟିଗୁଡ଼ିକରେ ଥିବା ଆକାଉଣ୍ଟ ପାଇଁ ସର୍ବନିମ୍ନ ଜମାରାଶି ୫୦୦୦ ଟଙ୍କା ଥିଲା। ଏବେ ଏହା କମାଇ ୩୦୦୦ ଟଙ୍କା କରି ଦିଆଯାଇଛି। ସେହିଭଳି ଆର୍ବାନ, ସେମି ଅର୍ବାନ ଓ ଗ୍ରାମାଞ୍ଚଳରେ ଥିବା ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ୩ ହଜାର, ୨ ହଜାର ଓ ଏକ ହଜାର ଟଙ୍କା ରଖାଯାଇଛି। ଏଥିରେ ଅବହେଳା ହେଲେ ଜରିମାନା ଦେବାକୁ ପଡୁଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇଛି।  ପେନ୍‌ସନ ଉପଭୋକ୍ତା, ଛୋଟ ପିଲାଙ୍କ ଆକାଉଣ୍ଟକୁ ଏଥିରୁ ବାଦ ଦିଆଯାଇଛି। ଏହାସହ ଜନଧନ ଯୋଜନା ଏବଂ ବେସିକ ସେଭିଂ ବ୍ୟାଙ୍କ ଆକାଣ୍ଟଧାରୀଙ୍କୁ ପେନାଲଟି ମୁକ୍ତ ରଖାଯାଇଥିଲା। ଅର୍ଥାତ୍ ଏମାନଙ୍କ ଅକାଉଣ୍ଟରେ ଜିରୋ ବାଲାନ୍‌ସ ଥିଲେ ମଧ୍ୟ କୌଣସି ଚାର୍ଜେସ କଟିବ ନାହିଁ।

କୋହଳ ହେଲା ଜରିମାନା

ସେହିଭଳି ଜରିମାନା ମଧ୍ୟ କୋହଳ କରାଯାଇଛି। ପୂର୍ବରୁ ମେଟ୍ରୋ ସିଟିରେ ଜରିମାନା ବାବଦକୁ ୫୦ରୁ ୧୦୦ ଟଙ୍କା ଆଦାୟ କରାଯାଉଥିଲା। ଏହାସହ ଜିଏସ୍‌ଟି ଦେବାକୁ ପଡୁଥିଲା। ଏବେ ଏହାକୁ କମାଇ ୩୦ରୁ ୫୦ ଟଙ୍କା କରି ଦିଆଯାଇଛି ଓ ଏହାସହ ଜିଏସଟି ଦେବାକୁ ପଡିବ। ସେହିଭଳି ଅର୍ବାନ ଏରିଆରେ ଜରିମାନା ୪୦ରୁ ୮୦ ଟଙ୍କାରୁ କମାଇ ୩୦ରୁ ୫୦ ଟଙ୍କା କରିଦିଆଯାଇଛି। ସେମି ଅର୍ବାନ (ଛୋଟ ସହର) ଓ ଗ୍ରାମାଞ୍ଚଳ ଆକାଉଣ୍ଟ ଗୁଡ଼ିକ ପାଇଁ ୨୦ ରୁ ୪୦ ଟଙ୍କକୁ କମାଇ ଦିଆଯାଇଛି।

ଏଟିଏମ୍‌ରେ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ

ଏଟିଏମରୁ ଟଙ୍କା ଉଠାଣ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି ଏସବିଆଇ। ପରିବର୍ତ୍ତିତ ନିୟମ ଅନୁଯାୟୀ ଗ୍ରାହକ ଏଣିକି ଏଟିଏମରୁ ୮ ଥର ମାଗଣାରେ ଟଙ୍କା ଉଠାଇପାରିବେ। ଏସବିଆଇ ଏଟିଏମରେ ୫ ଥର ଓ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ୩ ଥର ମାଗଣାରେ ଟଙ୍କା ଉଠାଯାଇ ପାରିବ। ୮ ଥର ପରେ ଟଙ୍କା ଉଠାଲେ ଅତିରିକ୍ତ ଚାର୍ଜ ବାବଦକୁ ୨୦ ଟଙ୍କା ସହ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ। ଯେଉଁ ଗ୍ରାହକଙ୍କର ଏସବିଆଇରେ ବେସିକ ସେଭିଂ ଆକାଉଣ୍ଟ ଅଛି ସେମାନେ ଏଟିଏମରୁ ୪ ଥର ଟଙ୍କା ଉଠାଇ ପାରିବେ। ଅଧିକ ଥର ଉଠାଇଲେ ସେମାନଙ୍କୁ ଅତିରିକ୍ତ ୫୦ ଟଙ୍କା ସହତି ଜିଏସ୍‌ଟି ଚାର୍ଜ ଦେବାକୁ ପଡ଼ିବ। ଏହି ଗ୍ରାହକ ଏସବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇଲେ ୨୦ ଟଙ୍କା ସହିତ ଜିଏସଟି ଓ ଅନ୍ୟ ବ୍ୟାଙ୍କର ଏଟିଏମରୁ ଉଠାଇଲେ ୧୦ ଟଙ୍କା ସହିତ ଜିଏସଟି ଚାର୍ଜ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story