ବିଧି ବନାମ ବିବେକ: ୨୬ ସପ୍ତାହ ଗର୍ଭବତୀ ଥିବା ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମିତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଗର୍ଭଧାରଣର ୨୬ ସପ୍ତାହରେ ମଧ୍ୟ ଗର୍ଭପାତ ପାଇଁ ଜଣେ ମହିଳାଙ୍କୁ ଅନୁମତି  ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସମ୍ପୃକ୍ତ ମହିଳାଙ୍କ ପେଟରେ ଥିବା ଭ୍ରୁଣଟି ହୃଦ୍ ରୋଗରେ ଆକ୍ରାନ୍ତ ଥିବା ଏବଂ ଜନ୍ମ ହେଲେ ପିଲାଟି ଜୀବନ ପ୍ରତି ବିପଦ ଥିବା  ଜଣାପଡ଼ିବା ପରେ କୋର୍ଟ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।  କୋଲକତାର ୩୩ ବର୍ଷୀୟ ସମ୍ପୃକ୍ତ ମହିଳା ଜଣକ ଏବେ ଗର୍ଭପାତ କରିପାରିବେ।  ମହିଳା ଜଣକ ଗର୍ଭଧାରଣ କରିବା ପରେ ନିୟମିତ ଡାକ୍ତରୀ ପରୀକ୍ଷା […]

lady

lady

Rakesh Mallick
  • Published: Monday, 03 July 2017
  • Updated: 03 July 2017, 08:20 PM IST

Sports

Latest News

ନୂଆଦିଲ୍ଲୀ:ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଗର୍ଭଧାରଣର ୨୬ ସପ୍ତାହରେ ମଧ୍ୟ ଗର୍ଭପାତ ପାଇଁ ଜଣେ ମହିଳାଙ୍କୁ ଅନୁମତି  ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସମ୍ପୃକ୍ତ ମହିଳାଙ୍କ ପେଟରେ ଥିବା ଭ୍ରୁଣଟି ହୃଦ୍ ରୋଗରେ ଆକ୍ରାନ୍ତ ଥିବା ଏବଂ ଜନ୍ମ ହେଲେ ପିଲାଟି ଜୀବନ ପ୍ରତି ବିପଦ ଥିବା  ଜଣାପଡ଼ିବା ପରେ କୋର୍ଟ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।  କୋଲକତାର ୩୩ ବର୍ଷୀୟ ସମ୍ପୃକ୍ତ ମହିଳା ଜଣକ ଏବେ ଗର୍ଭପାତ କରିପାରିବେ।  ମହିଳା ଜଣକ ଗର୍ଭଧାରଣ କରିବା ପରେ ନିୟମିତ ଡାକ୍ତରୀ ପରୀକ୍ଷା କରୁଥିଲେ। ଭ୍ରୁଣଟି ଅସ୍ୱାଭାବିକ ଥିବା ଏବଂ ଜନ୍ମ ହେଲେ ପିଲା ଜୀବନ ପ୍ରତି ବିପଦ ଥିବା ଜଣାପଡ଼ିବା ପରେ ଗର୍ଭପାତ ପାଇଁ କୋର୍ଟରେ ଆବେଦନ କରିଥିଲେ।

ପରେ ମହିଳାଙ୍କ ଆବେଦନର ଯାଞ୍ଚ ପାଇଁ କୋର୍ଟ ଏକ ମେଡିକାଲ ଟିମ୍‌ ଗଠନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ମେଡିକାଲ ରିପୋର୍ଟ ଆସିଥିଲା। ରିପୋର୍ଟରେ ପିଲାଟି ଜନ୍ମ ହେଲେ ମରିଯିବାର ଆଶଙ୍କା ରହିଥିବା ଦର୍ଶାଯାଇଥିଲା। କାରଣ ଶିଶୁଟି ଜନ୍ମ ହେଲେ ଏକାଧିକ ଅସ୍ତ୍ରୋପଚାର ଆବଶ୍ୟକ ଥିବା କୁହାଯାଇଥିଲା।

କୋର୍ଟ ଏ ସମ୍ପର୍କରେ ଅବଗତ ହେବା ପରେ  ଗର୍ଭଧାରଣର ୨୬ ସପ୍ତାହ ହୋଇଥିଲେ ମଧ୍ୟ ତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି। ସୂଚନା ଅନୁଯାୟୀ ଭାରତରେ ଗର୍ଭପାତ ଆଇନର ସଂଶୋଧନ ପାଇଁ ପ୍ରସ୍ଥାବ ଆଗତ ହୋଇଥିଲେ ମଧ୍ୟ ଏହା ଉପରେ  କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରେଗ୍ନେସି ଆକ୍ଟ  ୧୯୭୧ ଆଇନ ଅନୁଯାୟୀ ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଗର୍ଭପାତ କରିପାରିବେ।  ହେଲେ ଉପରୋକ୍ତ ମାମଲାରେ ସମ୍ପୃକ୍ତ ପିଲା ପ୍ରତି ବିପଦ ଥିବା ଆଶଙ୍କା କରିବାରୁ  କୋର୍ଟ ଗର୍ଭପାତ ପାଇଁ ନ୍ୟାୟ ପ୍ରଦାନ କରିଛନ୍ତି।

ସୌଜନ୍ୟ ଟାଇମସ୍‌ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos