ତିନି କୃଷି ଆଇନକୁ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନକୁ କିଛି ଦିନ ପାଇଁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏ ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏହି ତିନି ଆଇନକୁ ତମେ ସ୍ଥଗିତ ରଖିବ ନା ଆମେ ଏହା କରିବୁ। ତେବେ ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ଆସନ୍ତାକାଲି ମଙ୍ଗଳବାର ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରାୟ ଶୁଣାଣି […]

farmer-strike-on-Sc

farmer-strike-on-Sc

Subhransu Sekhar
  • Published: Monday, 11 January 2021
  • Updated: 11 January 2021, 01:59 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନକୁ କିଛି ଦିନ ପାଇଁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏ ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏହି ତିନି ଆଇନକୁ ତମେ ସ୍ଥଗିତ ରଖିବ ନା ଆମେ ଏହା କରିବୁ। ତେବେ ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ଆସନ୍ତାକାଲି ମଙ୍ଗଳବାର ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରାୟ ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି, ଏହି ଆଇନ ବିରୋଧୀ ଆନ୍ଦୋଳନ ଜନିତ ସ୍ଥିତି ଅଧିକ ଖରାପ ଆଡ଼କୁ ଗତି କରୁଛି। ଏନେଇ ଆମେ ଅସନ୍ତୋଷ ପ୍ରକାଶ କରୁଛୁ। ଯଦି ଏହାକୁ ନେଇ ରକ୍ତପାତ ହୁଏ ତେବେ ସେଥିପାଇଁ ଆମେ ସମସ୍ତେ ଦାୟୀ ରହିବା।

ସେହିପରି ଏହି ତିନି ଆଇନ ନେଇ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି। ସରକାର ଏହି ପ୍ରସଙ୍ଗରେ କିପରି ମୁକାବିଲା କରୁଥିଲେ ଜାଣିଛନ୍ତି କି ନାହିଁ? ନିୟମ ତିଆରି କରିବା ପୂର୍ବରୁ କାହା ବିଷୟରେ ଆଲୋଚନା କରିଥିଲେ କି ନାହିଁ? ଏବେ ସରକାର କ'ଣ କରୁଛନ୍ତି?

ସଲିସିଟର ଜେନେରାଲ କହିଛନ୍ତି ଯେ ବହୁ ସଂଖ୍ୟକ କୃଷକ ସଂଗଠନ ଏହି ଆଇନକୁ ଲାଭଦାୟକ ବୋଲି କହିଛନ୍ତି। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଆମ ଆଗରେ କେହି ଆସି ଏହା କହି ନାହାନ୍ତି। ତେଣୁ ଆମେ ଏହା ଉପରେ କିଛି କହିବୁ ନାହିଁ କି ବିଚାର କରିପାରିବୁ ନାହିଁ। ଯଦି ବହୁ ଚାଷୀ ସମର୍ଥନ କରୁଛନ୍ତି ତାହେଲେ ଏ ସଂକ୍ରାନ୍ତରେ ଗଠିତ ହୋଇଥିବା କମିଟିକୁ ସର୍ବପ୍ରଥମେ କୁହନ୍ତୁ।

ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଆଇନ ତିଆରି ହେବା ପୂର୍ବରୁ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଅନେକ ଲୋକଙ୍କ ସହ ଆଲୋଚନା ହୋଇଛି। ପୂର୍ବ ସରକାର ମଧ୍ୟ ଏହି ଦିଗରେ ଚେଷ୍ଟା କରିଛନ୍ତି। ଏହା ପରେ ସିଜେଆଇ କହିଛନ୍ତି ଯେ ପୂର୍ବ ସରକାର ଏହାକୁ ଆରମ୍ଭ କରିଥିଲେ ବୋଲି ଏହି ଯୁକ୍ତି ବୈଧତା ରଖୁନି। ଆପଣ କୋର୍ଟକୁ ଏକ ଅଦ୍ଭୁତ ସ୍ଥିତିରେ ରଖୁଛନ୍ତି। ସମାଧାନ ପାଇଁ ସରକାର ବାଟ ବାହାର କରିବା ଦରକାର। ଯଦି ସରକାର ବୁଝାମଣା କରିପାରିବାର କ୍ଷମତା ରଖିଛନ୍ତି ତେବେ ଏ ସମୟରେ ଆଇନର କାର୍ଯ୍ୟକାରିତା ଉପରେ ଜିଦ୍ ନରଖିବା ଦରକାର। ତେଣୁ ପ୍ରଥମେ କଥାବାର୍ତ୍ତା ଆରମ୍ଭ କରନ୍ତୁ। ଏ ବାବଦରେ କୋର୍ଟ ଅବଗତ ଅଛନ୍ତି। ଏଥିପାଇଁ ଏକ କମିଟି ଗଠନ କରିବାକୁ କୋର୍ଟ ନିଷ୍ପତ୍ତି ନେଇଛି।

ପ୍ରଧାନ ବିଚାରପତି କହିଛନ୍ତି ଯେ ଆପଣ ସମାଧାନ ଖୋଜିବାରେ ଅସମର୍ଥ। ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଆନ୍ଦୋଳନରେ କାହିଁକି ମହିଳା ଏବଂ ବୃଦ୍ଧମାନେ ବସିଛନ୍ତି ତାହା ଅସ୍ପଷ୍ଟ। ସମାଧାନ ପାଇଁ ଆମେ ଏକ କମିଟି ଗଠନ କରିବାକୁ ଯାଉଛୁ।

ତେବେ ଆଇନ ସପକ୍ଷରେ ଏବଂ ଆନ୍ଦୋଳନ ବିରୋଧରେ ଆବେଦନକାରୀଙ୍କ ଓକିଲ ହରିଶ ସାଲଭେ କହିଛନ୍ତି ଯେ କେବଳ ଆଇନର ବିବାଦୀୟ ଅଂଶ ଉପରେ ରୋକ୍ ଲଗାଯିବା ଦରକାର। କିନ୍ତୁ ପ୍ରଧାନ ବିଚାରପତି କହିଛନ୍ତି ଯେ ନା ଆମେ ସମ୍ପୂର୍ଣ୍ଣ ଆଇନ ଉପରେ ପ୍ରତିବନ୍ଧକ ଲଗାଇବୁ। ଆଇନ ଉପରେ ରୋକ୍ ଲାଗିବା ପରେ ମଧ୍ୟ ଚାଷୀ ସଂଗଠନ ଆନ୍ଦୋଳନ ଜାରି ରଖିପାରିବେ। କିନ୍ତୁ ଆମେ ଜାଣିବାକୁ ଚାହିଁବୁ ଏହା ପରେ ସାଧାରଣ ଲୋକଙ୍କୁ ରାସ୍ତା ଛାଡି ଦିଆଯିବ କି?

ପ୍ରଧାନ ବିଚାରପତି କହିଛନ୍ତି ଯେ ଆମେ ଆଶଙ୍କା କରୁଛୁ ଯେ ଦିନେ ଆନ୍ଦୋଳନ ସ୍ଥାନରେ ହିଂସା ସୃଷ୍ଟି ହୋଇପାରେ। ଆଇନ୍ ବିରୋଧରେ ଆବେଦନ କରିଥିବା ଏମ୍.ଏଲ୍ ଶର୍ମା ୧୯୫୫ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ବର୍ତ୍ତମାନ ଆମେ ଏଭଳି ପୁରୁଣା ସଂଶୋଧନକୁ ବନ୍ଦ କରିବାକୁ ଯାଉନାହୁଁ।

ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି ୪୮ ଦିନ ଧରି ଚାଷୀ ଆନ୍ଦୋଳନରେ ବସିଛନ୍ତି। ଚାଷୀ ଆନ୍ଦୋଳନ ଏବଂ କୃଷି ଆଇନ ସହ ଜଡିତ ସମସ୍ତ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କରୁଛନ୍ତି। ଚାଷୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଦୁଷ୍ୟନ୍ତ ଡାଭେ ଓକିଲାତି କରିଛନ୍ତି।

ଜାନୁଆରୀ ୭ରେ କେନ୍ଦ୍ର ଏବଂ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ରାଉଣ୍ଡ ଆଲୋଚନା ବିଫଳ ହୋଇଥିଲା। ଏହାପରେ ପରବର୍ତ୍ତୀ ବୈଠକ ଜାନୁଆରୀ ୧୫ରେ ବସିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story