ସାମ୍ୱାଦିକ ତରୁଣ ତେଜପାଲ୍ ଦୁଷ୍କର୍ମ ମାମଲା, ୬ ମାସରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତେହେଲକା ମ୍ୟାଗାଜିନର ପୂର୍ବତନ ସମ୍ପାଦକ କଥା ବରିଷ୍ଠ ସାମ୍ୱାଦିକ ତରୁଣ ତେଜପାଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଚାଲିବ। ୬ ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଗୋଆର ଏକ ନିମ୍ନ କୋର୍ଟ ତେଜପାଲଙ୍କ ବିରୋଧରେ ଦେଇଥିବା ଆଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଗୋଆ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମିଛ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତରୁଣ ତେଜପାଲ୍। ସୂଚନାଯୋଗ୍ୟ, ୨୦୧୩ରେ […]

tarun tejpal

Subhransu Sekhar
  • Published: Monday, 19 August 2019
  • , Updated: 19 August 2019, 03:19 PM IST

ନୂଆଦିଲ୍ଲୀ: ତେହେଲକା ମ୍ୟାଗାଜିନର ପୂର୍ବତନ ସମ୍ପାଦକ କଥା ବରିଷ୍ଠ ସାମ୍ୱାଦିକ ତରୁଣ ତେଜପାଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଚାଲିବ। ୬ ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଗୋଆର ଏକ ନିମ୍ନ କୋର୍ଟ ତେଜପାଲଙ୍କ ବିରୋଧରେ ଦେଇଥିବା ଆଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ।

ଗୋଆ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମିଛ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତରୁଣ ତେଜପାଲ୍।

ସୂଚନାଯୋଗ୍ୟ, ୨୦୧୩ରେ ତେହେଲକା ମ୍ୟାଗାଜିନ ପକ୍ଷରୁ ଏକ ବାର୍ଷିକ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଲିଫ୍ଟରେ ଜଣେ ମହିଳା ସହକର୍ମୀଙ୍କ ସହ ଯାଉଥିବା ବେଳେ ତେଜପାଲ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଗୋଆର ମପସା (ନିମ୍ନ) କୋର୍ଟ ତେଜପାଲଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସତ ବୋଲି କହିଥିଲେ। କିନ୍ତୁ ତେଜପାଲ ଦୋଷ ସ୍ୱୀକାର କରି ନଥିଲେ। ଏହାପରେ ଗୋଆ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ଗୋଆ ପୁଲିସ ସେତେବେଳେ ତଦନ୍ତ କରି ତେଜପାଲଙ୍କ ବିରୋଧରେ ୨୬୮୪ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା ଏବଂ ତେଜପାଲ ଦୁଷ୍କର୍ମ କରିଥିବାର ପ୍ରମାଣ ରହିଛି ବୋଲି ଏଥିରେ କୁହାଯାଇଥିଲା।

ତେଜପାଲ ମପସା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ କହିଥିଲେ ସେ ଲିଫ୍ଟରେ ଯାଉଥିଲେ ସତ। ହେଲେ ଲିଫ୍ଟରେ ଲାଗିଥିବା ସିସିଟିଭିର ଫୁଟେଜରେ ସେ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି ବୋଲି କୌଣସି ପ୍ରମାଣ ନାହିଁ। ତେଣୁ ତାଙ୍କ ବିରୋଧରେ ତଳ କୋର୍ଟ ଦେଇଥିବା ରାୟକୁ ଖାରଜ କରାଯାଉ ବୋଲି ସେ ଆବେଦନ କରିଥିଲେ।

ଜବାବରେ ଜଷ୍ଟିସ ଅରୁଣ ମିଶ୍ରାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତେଜପାଲଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ଭୁଲ ନାହିଁ ତାହେଲେ ଅଭିଯୋଗକାରୀଙ୍କୁ କାହିଁକି କ୍ଷମା ମାଗିଥିଲ?

Related story