ମହମ୍ମଦ ଜୁବୈରଙ୍କୁ ଜାମିନ, କିନ୍ତୁ ଏବେ ଜେଲ୍‌ରୁ ମୁକୁଳି ପାରିବେନି

ନୂଆଦିଲ୍ଲୀ:  ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ମିଳିଲା ଆଶ୍ୱସ୍ତି। ସୁପ୍ରିମକୋର୍ଟ ପକ୍ଷରୁ ତାଙ୍କୁ ଆଜି ଜାମିନ ପ୍ରଦାନ କରାଯାଇଛି। ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତ ୨୭ ତାରିଖରେ ମହମ୍ମଦଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଆଜିଠାରୁ ଜାମିନ ମିଳିଥିଲେ ବି ସେ ଜେଲ୍‌ରୁ ବାହାରିପାରିବେ ନାହିଁ। ତାଙ୍କୁ ଦିଲ୍ଲୀ ପୁଲିସର ବିଚାର ବିଭାଗୀୟ ହାଜତରେ ରଖାଯିବ। ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଜେ କେ […]

jour

jour

Niharika Rout
  • Published: Friday, 08 July 2022
  • Updated: 08 July 2022, 01:15 PM IST

Sports

Latest News

ନୂଆଦିଲ୍ଲୀ:  ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ମିଳିଲା ଆଶ୍ୱସ୍ତି। ସୁପ୍ରିମକୋର୍ଟ ପକ୍ଷରୁ ତାଙ୍କୁ ଆଜି ଜାମିନ ପ୍ରଦାନ କରାଯାଇଛି। ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତ ୨୭ ତାରିଖରେ ମହମ୍ମଦଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଆଜିଠାରୁ ଜାମିନ ମିଳିଥିଲେ ବି ସେ ଜେଲ୍‌ରୁ ବାହାରିପାରିବେ ନାହିଁ। ତାଙ୍କୁ ଦିଲ୍ଲୀ ପୁଲିସର ବିଚାର ବିଭାଗୀୟ ହାଜତରେ ରଖାଯିବ।

ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଜେ କେ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମହମ୍ମଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏଥିସହ କିଛି ସର୍ତ୍ତାବଳୀ ଲାଗୁ କରାଯାଇଥିବା ଉଲ୍ଲେଖ ହୋଇଛି ।

ଏନେଇ ଉଭୟ ବିଚାରପତି ଉତ୍ତର ପ୍ରଦେଶ ସରକାର ଓ ପୁଲିସ୍‌କୁ ନୋଟିସ୍‌ ଜାରି କରି କହିଛନ୍ତି ଯେ, ଜୁବୈରଙ୍କୁ ଜାମିନ ପ୍ରଦାନ କରାଯାଇଥିବା ବେଳେ ସେ କିନ୍ତୁ ନ୍ୟାୟିକ କ୍ଷେତ୍ର ବାହାରକୁ ଯାଇପାରିବେ ନାହିଁ। ଏହି ମାମଲାର ଫଇସଲା ହେବା ପର୍ଯ୍ୟନ୍ତ ସେ କୌଣସି ଟ୍ୱିଟ କରିପାରିବେ ନାହିଁ।

ଏହି ଅନ୍ତରୀଣ ଆଦେଶକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଟାଳି ଦେବାକୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟ ନିକଟରେ ଅପିଲ କରିଥିବା ବେଳେ କୋର୍ଟ ପକ୍ଷରୁ କିନ୍ତୁ ତାହାକୁ ଖାରଜ କରି ଦିଆଯାଇଛି।

ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ମହମ୍ମଦ ଜୁବୈର ଗତକାଲି ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ଧାର୍ମିକ ଭାବନା ପ୍ରତି କୁଠାରଘାତ କରିଥିବା ଅଭିଯୋଗରେ ୟୁପି ପୁଲିସ୍‌ ତରଫରୁ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ୧୩ ଜୁନରେ ଜୁବେରଙ୍କ ଏକ ରିଟ୍‌ ପିଟିଶନ ଖାରଜ କରି ଦେଇଥିଲେ।

ସୂଚନାଯୋଗ୍ୟ, ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ୱାରା ବିବାଦୀୟ ବୟାନ ସଂପର୍କରେ ପ୍ରଥମେ ଟ୍ୱିଟ୍‌ କରିଥିଲେ ମହମ୍ମଦ ଜୁବୈର। ଏହାପରେ ଧାର୍ମିକ ଭାବାବେଗକୁ ଆଘାତ ଦେବା ଓ ଦଙ୍ଗା ଉସୁକାଇବା ଅଭିଯୋଗରେ ତାଙ୍କୁ ଗତ ୨୭ ତାରିଖରେ ଗିରଫ କରାଯାଇଥିଲା। ୫ଦିନିଆ ପୁଲିସ ରିମାଣ୍ଡ ପରେ ତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେବେଠୁ ସେ ଦିଲ୍ଲୀ ପୁଲିସ୍‌ କଷ୍ଟଡିରେ ଥିଲେ। ହେଲେ ଆଜି ତାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos