ସୁପ୍ରିମକୋର୍ଟଙ୍କ ରାୟ: ଅର୍ଣ୍ଣବ ଗୋସ୍ୱାମୀଙ୍କୁ କାହିଁକି ଜାମିନ୍ ମିଳିଲା?

ନୂଆଦିଲ୍ଲୀ: ଦୁଇ ବର୍ଷ ତଳର ଅନଭୟ ନାୟକ ଆତ୍ମହତ୍ୟା ଘଟଣାରେ ୧୧ ନଭେମ୍ବରରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସର୍ବୋଚ୍ଚ କୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି କୋର୍ଟ। ବେଆଇନ୍ ଭାବରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଏହି ମାମଲାକୁ ଖୋଲିଛି। ହଠାତ୍ ଏହି ମାମଲା ଖୋଲି ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ୍ କରାଯିବା ବେଆଇନ୍। ପୁଲିସ ଯେଉଁ ଦଫା ଲଗାଇଛି ମୂଳ ମାମଲା ସହିତ କୌଣସି ସଂପୃକ୍ତି ରଖୁନାହିଁ। ସୁପ୍ରିମକୋର୍ଟ ଆଜି […]

ArnabGoswami

ArnabGoswami

Subhransu Sekhar
  • Published: Friday, 27 November 2020
  • Updated: 27 November 2020, 06:12 PM IST

Sports

Latest News

ନୂଆଦିଲ୍ଲୀ: ଦୁଇ ବର୍ଷ ତଳର ଅନଭୟ ନାୟକ ଆତ୍ମହତ୍ୟା ଘଟଣାରେ ୧୧ ନଭେମ୍ବରରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସର୍ବୋଚ୍ଚ କୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି କୋର୍ଟ। ବେଆଇନ୍ ଭାବରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଏହି ମାମଲାକୁ ଖୋଲିଛି। ହଠାତ୍ ଏହି ମାମଲା ଖୋଲି ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ୍ କରାଯିବା ବେଆଇନ୍। ପୁଲିସ ଯେଉଁ ଦଫା ଲଗାଇଛି ମୂଳ ମାମଲା ସହିତ କୌଣସି ସଂପୃକ୍ତି ରଖୁନାହିଁ। ସୁପ୍ରିମକୋର୍ଟ ଆଜି ଏଭଳି କହିଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦ୍ରାଣୀ ଏହି ମାମଲାର ରାୟ ଶୁଣାଇଛନ୍ତି।

ଏହାସହ ହାଇକୋର୍ଟ, ରାଜ୍ୟ ସରକାର ଏବଂ ତଦନ୍ତ ଅଧିକାରୀ ସଂସ୍ଥା ଉପରେ ସର୍ବୋଚ୍ଚ କୋର୍ଟ ବର୍ଷିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଅପରାଧିକ ଆଇନର ଅପବ୍ୟବହାର ନହେବା ଦରକାର। କିଛି ଲୋକଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବରେ ଏହା ବ୍ୟବହାର ନହେବା ଦରକାର। ଆଇନର ଅପବ୍ୟବହାର ଯେମିତି ନହୁଏ ସେଥିପ୍ରତି ହାଇକୋର୍ଟ, ତଳ କୋର୍ଟ ସତର୍କ ରହିବା ଦରକାର ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟପାଳିକା ସୁନିଶ୍ଚିତ କରାଇବା ଦରକାର ଯେ ନାଗରିକମାନଙ୍କୁ ହଇରାଣ କରିବା ପାଇଁ ଅପରାଧିକ ଆଇନ ଅସ୍ତ୍ରରେ ପରିଣତ ନହେବା ଦରକାର।

କୋର୍ଟ କହିଛନ୍ତି ଯେ ଯଦି କାହାର ବ୍ୟକ୍ତିଗତ ସ୍ୱାଧୀନତା ଉଲ୍ଲଂଘନ ହୋଇଛି, ତେବେ ସେ ନ୍ୟାୟ ପାଇଁ ଯୋଗ୍ୟ। ସେମାନଙ୍କ ପାଇଁ କୋର୍ଟର ଦ୍ୱାର ବନ୍ଦ ହୋଇପାରିବ ନାହିଁ। ଗୋଟିଏ ଦିନ ପାଇଁ ବି କାହାର ବ୍ୟକ୍ତିଗତ ସ୍ୱାଧୀନତା ଛଡ଼ାଇ ନେବା ଭୁଲ୍ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ହାଇକୋର୍ଟ ଧାରା ୪୮୨ ଆଧାରରେ ନିଜ କ୍ଷମତାର ଅନୁପାଳନ କରିବା ଦରକାର ଥିଲା। ହେଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାରେ କୋର୍ଟ ଧାରା ୪୮୨ରେ ନିଜର କ୍ଷମତା ଜାହିର କରିବାରେ ବିଫଳ ହୋଇଛନ୍ତି।

ଏହି ମାମଲାରେ ସୁପ୍ରିମକୋର୍ଟ ଅନ୍ୟ ଦୁଇ ଅଭିଯୁକ୍ତ ଏନ୍ ସାରଦା ଏବଂ ଫିରୋଜ ମହମ୍ମଦ ଶେଖଙ୍କୁ ମଧ୍ୟ ୧୧ ତାରିଖ ଦିନ ଜାମିନ୍ ମିଳିଛି। ଏହି ମାମଲାରେ ପ୍ରମାଣ ନଷ୍ଟ ନକରିବାକୁ ଏବଂ ତଦନ୍ତରେ ସହଯୋଗ କରିବାକୁ ରିପବ୍ଲିକ୍ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଏହି ଦୁଇ ଜଣଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ପୁଲିସ ଆତ୍ମହତ୍ୟା ମାମଲାକୁ ବେଆଇନ୍ ଭାବରେ ଖୋଲିଛି ବୋଲି ତଳ କୋର୍ଟ କହିଥିଲେ। ହାଇକୋର୍ଟ ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ହେଲେ ମଧ୍ୟବର୍ତ୍ତୀକାଳୀନ ଜାମିନ ନାମଞ୍ଜୁର ହେବା ପରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରିପବ୍ଲିକ୍ ଟିଭି ସମ୍ପାଦକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story