ଅର୍ଣ୍ଣବ ଗୋସ୍ୱାମୀ ମାମଲାରେ ମହାରାଷ୍ଟ୍ର ସରକାରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ରଖିଛନ୍ତି। ଯଦି ରାଜ୍ୟ ସରକାର ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବେ, ତାହେଲେ ସେମାନେ ଜାଣିବା ଦରକାର ଯେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରହିଛି। ମହାରାଷ୍ଟ୍ର ସରକାର ରିପବ୍ଲିକ୍ ଟିଭି ମଧ୍ୟରେ ହୋଇଥିବା ବିବାଦ ବାବଦରେ ଶୁଣାଣି କରି କୋର୍ଟ ଏହା କହିଛନ୍ତି। ସରକାର ଏସବୁକୁ ଅଣଦେଖା କରିବା ଉଚିତ୍। କୋର୍ଟର ଗୋସ୍ୱାମୀଙ୍କ […]

arnav sc

Subhransu Sekhar
  • Published: Wednesday, 11 November 2020
  • , Updated: 11 November 2020, 02:15 PM IST

ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ରଖିଛନ୍ତି। ଯଦି ରାଜ୍ୟ ସରକାର ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବେ, ତାହେଲେ ସେମାନେ ଜାଣିବା ଦରକାର ଯେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରହିଛି। ମହାରାଷ୍ଟ୍ର ସରକାର ରିପବ୍ଲିକ୍ ଟିଭି ମଧ୍ୟରେ ହୋଇଥିବା ବିବାଦ ବାବଦରେ ଶୁଣାଣି କରି କୋର୍ଟ ଏହା କହିଛନ୍ତି।

ସରକାର ଏସବୁକୁ ଅଣଦେଖା କରିବା ଉଚିତ୍। କୋର୍ଟର ଗୋସ୍ୱାମୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଦଲିଲ ରଖିଛନ୍ତି। ମହାରାଷ୍ଟ୍ର ସରକାର ଆଣିଥିବା ଅଭିଯୋଗର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ମାମଲାର ଶୁଣାଣି ବେଳେ ମୃତ ଇଣ୍ଟେରିଅର ଡିଜାଇନର ଅନଭୟ ନାୟକଙ୍କ ଓକିଲ ଏବଂ ମହାରାଷ୍ଟ୍ର ସରକାରଙ୍କ ଓକିଲ କପିଲ ସିବଲ୍ ପକ୍ଷ ରଖିଥିଲେ।

https://twitter.com/ANI/status/1326413311743840263

ଶୁଣାଣି ସମୟରେ ଜଷ୍ଟିସ୍ ଚନ୍ଦ୍ରଚୁଡ଼ କହିଛନ୍ତି, 'ଯଦି ଆମେ ସାମ୍ବିଧାନିକ କୋର୍ଟ ଭାବରେ ବ୍ୟକ୍ତିଗତ ସ୍ୱାଧୀନତା ସୁରକ୍ଷା କରିବୁନି, ତାହେଲେ କିଏ କରିବ?। ବୋଲି ପ୍ରଶ୍ନ କରିଛନ୍ତି।

ଜଷ୍ଟିସ ଚନ୍ଦ୍ରଚୁଡ ଆହୁରି କହିଛନ୍ତି ଯେ ଏହା ଆତଙ୍କବାଦୀ ମାମଲା ନୁହେଁ। କୋର୍ଟ ଏଭଳି କହିବାର କାରଣ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ୍ ପଠାଇବା ବେଳେ ପୁଲିସ ଆତଙ୍କବାଦୀ ଭଳି ଭାବରେ ବ୍ୟବହାର କରିଥିଲା।

ବମ୍ବେ ହାଇକୋର୍ଟ ଗୋସ୍ୱାମୀଙ୍କ ଜାମିନ ନାମଞ୍ଜୁର ହେବାରୁ ଅର୍ଣ୍ଣବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବମ୍ବେ ହାଇକୋର୍ଟ ଏହି ମାମଲାରେ ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ।

ଅର୍ଣ୍ଣବଙ୍କ ଜାମିନ ଆବେଦନ ଉପରେ ବିତର୍କ ବେଳେ ହରିଶ ସାଲଭେ କହିଛନ୍ତି ଯେ ତଥ୍ୟକୁ ଅଣଦେଖା କରି ମହାରାଷ୍ଟ୍ର ସରକାର କ୍ଷମତାର ଅପବ୍ୟବହାର କରୁଛନ୍ତି। ମେ 2018ରେ ଏହି ମାମଲାରେ ଏକ ଏଫଆଇଆର ରୁଜୁ ହୋଇଥିଲା। ମାମଲା ବନ୍ଦ ଥିବା ବେଳେ ବିନା କୋର୍ଟଙ୍କ ଅନୁମତିରେ ମାମଲା ଖୋଲିଥିବାରୁ ଏହା ବେଆଇନ୍ ବୋଲି ମହାରାଷ୍ଟ୍ରର ତଳ କୋର୍ଟ କହିସାରିଛନ୍ତି।

Related story