ଚିନ୍ମୟାନନ୍ଦ ଯୌନ ନିର୍ଯାତନା ମାମଲା: ଏସଆଇଟି ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତନ ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) କରିବ। ଆଜି ସୁପ୍ରିମକୋର୍ଟ ଏ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଜି ପାହ୍ୟାର ଜଣେ ପୁଲିସ୍ ଅଧିକାରୀ ଏହି ଏସଆଇଟି ଟିମର ନେତୃତ୍ୱ ନେବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟକୁ ଆଇନ ଛାତ୍ରୀ ଜଣଙ୍କ ଆଣିଥିବା ଯୌନ ନିର୍ଯାତନା ମାମଲା […]

Swami-Chinmayananda

Subhransu Sekhar
  • Published: Monday, 02 September 2019
  • , Updated: 02 September 2019, 05:28 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତନ ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) କରିବ। ଆଜି ସୁପ୍ରିମକୋର୍ଟ ଏ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଜି ପାହ୍ୟାର ଜଣେ ପୁଲିସ୍ ଅଧିକାରୀ ଏହି ଏସଆଇଟି ଟିମର ନେତୃତ୍ୱ ନେବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆହ୍ଲାବାଦ ହାଇକୋର୍ଟକୁ ଆଇନ ଛାତ୍ରୀ ଜଣଙ୍କ ଆଣିଥିବା ଯୌନ ନିର୍ଯାତନା ମାମଲା ଉପରେ ନଜର ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅଭିଯୋଗ ଆଣିଥିବା ଛାତ୍ରୀ ଓ ତାଙ୍କ ପରିବାର ବର୍ଗଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଚିନ୍ମୟାନନ୍ଦଙ୍କ ମାଲିକାନାରେ ଥିବା ଆଇନ୍ କଲେଜରେ ପଢୁଥିବା ଏଲଏଲବି ଛାତ୍ରୀ ଜଣଙ୍କ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ଛାତ୍ରୀ ଜଣଙ୍କ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଚିନ୍ମୟାନନ୍ଦ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଉତ୍ତର ପ୍ରଦେଶ ପୁଲିସର ୭ ଜଣିଆ ଟିମ୍ ତଦନ୍ତ କରି ଏଲଏଲବି ଛାତ୍ରୀଙ୍କୁ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ରାଜସ୍ଥାନରୁ ୯୫ କିଲୋମିଟର ଫତେପୁର ସିକ୍ରୀରୁ ଶୁକ୍ରବାର ଉଦ୍ଧାର କରିଥିଲେ।

କିଛି ଆଇନଜୀବୀ ଏହି ଘଟଣାକୁ ଅଧିକ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନଜରକୁ ଆଣିଥିଲେ। ଏହାପରେ ଉଦ୍ଧାର ଛାତ୍ରୀଙ୍କୁ କୋର୍ଟରେ ହାଜର କରିବା ପାଇଁ ସୁପ୍ରିମକୋର୍ଟ ୟୁପି ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ।

Related story