ହାଇଦ୍ରାବାଦ ଏନକାଉଣ୍ଟର: ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ: ଡାକ୍ତର ଦିଶା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ଲୋକଙ୍କ ବାଃ ବାଃ ସାଉଁଟିଥିବା ଶାମସାବାଦ ପୁଲିସ ପାଇଁ ଅଡ଼ୁଆ ବଢ଼ିପାରେ। ଏହି ଏନକାଉଣ୍ଟର ଘଟଣାରେ ତେଲେଙ୍ଗାନାର କେସିଆର ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ତଦନ୍ତ ଉପରେ ଭରସା କରି ପାରିନାହାନ୍ତି ସୁପ୍ରିମକୋର୍ଟ। ତେଣୁ ଏବେ ସୁପ୍ରିମକୋର୍ଟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି। ସୁପ୍ରିମକୋର୍ଟର ପୂର୍ବତନ […]

HYDERBAD ENCOUNTER

Subhransu Sekhar
  • Published: Thursday, 12 December 2019
  • , Updated: 12 December 2019, 12:23 PM IST

ହାଇଦ୍ରାବାଦ: ଡାକ୍ତର ଦିଶା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ଲୋକଙ୍କ ବାଃ ବାଃ ସାଉଁଟିଥିବା ଶାମସାବାଦ ପୁଲିସ ପାଇଁ ଅଡ଼ୁଆ ବଢ଼ିପାରେ। ଏହି ଏନକାଉଣ୍ଟର ଘଟଣାରେ ତେଲେଙ୍ଗାନାର କେସିଆର ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ତଦନ୍ତ ଉପରେ ଭରସା କରି ପାରିନାହାନ୍ତି ସୁପ୍ରିମକୋର୍ଟ। ତେଣୁ ଏବେ ସୁପ୍ରିମକୋର୍ଟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଭିଏସ ଶୀରପୁରକରଙ୍କ ନେତୃତ୍ୱରେ ଏହି ତଦନ୍ତ ହେବ। ଛଅ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ବେଳେ ଅନ୍ୟ କୌଣସି ତଦନ୍ତ ହୋଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଏସ ଏସ ବୋବଡେ କହିଛନ୍ତି।

https://twitter.com/ANI/status/1205009805556867072

ଅଭିଯୁକ୍ତଙ୍କ ଉପରକୁ ପୁଲିସର ଏନକାଉଣ୍ଟରକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ। ଏନକାଉଣ୍ଚରରେ ସାମିଲ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇ ତଦନ୍ତ ହେବା ଦରକାର ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ କହିଥିଲେ। ଏହାକୁ ନେଇ ଆଜି ତେଲେଙ୍ଗାନା ସରକାର କୋର୍ଟରେ ପକ୍ଷ ରଖିଥିଲେ। ଆଇନଜୀବୀ ମୁକୁଲ ରୋହତଗୀ ତେଲେଙ୍ଗାନା ସରକାରର ପକ୍ଷ ରଖି କହିଥିଲେ, ରାଜ୍ୟ ସରକାର ଏସଆଇଟି ତଦନ୍ତ କରୁଛନ୍ତି। ଏଭଳି ସ୍ଥିତିରେ କୋର୍ଟଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇ ଏକା ସାଙ୍ଗରେ ଦୁଇଟି ତଦନ୍ତ କରିବାର ଆବଶ୍ୟକତା ନାହିଁ।

ଜବାବରେ ସୁପ୍ରିମକୋର୍ଟ କହିଥିଲେ, ଏସଆଇଟି ତଦନ୍ତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ହୋଇଛି। ଏହା କେବେ ସରିବ ଜଣା ନାହିଁ। ଏନକାଉଣ୍ଚର ମାମଲାରେ ସମସ୍ତ ନାଗରିକ ସତ ଜାଣିବା ଦରକାର। ତେଣୁ ତଦନ୍ତ ବେଳେ ସନ୍ଦେହ ପ୍ରକାଶ ହେଲେ କୋର୍ଟ ନିଜ ଆଡୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇପାରିବେ। ଯଦି ଏନକାଉଣ୍ଟରରେ ସାମିଲ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ସରକାର ଅପରାଧିକ ମାମଲା ରୁଜୁ କରି ତଦନ୍ତ କରିବେ ତାହେଲେ କୋର୍ଟ କୌଣସି ଆଦେଶ ଜାରି କରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସୂଚନାଯୋଗ୍ୟ, ମହିଳା ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ସ୍ଥାନକୁ ୪ ଅଭିଯୁକ୍ତଙ୍କୁ ପୁଲିସ ରିକ୍ରିଏସନ ପାଇଁ ଭୋର ୩ଟାରେ ଡିସେମ୍ବର ୬ ତାରିଖ ଶୁକ୍ରବାର ଦିନ ଆଣିଥିଲା। ଏହି ସମୟରେ ୪ ଅଭିଯୁକ୍ତ ପୁଲିସ ପାଖରୁ ବନ୍ଧୁକ ଛଡ଼ାଇ ନେବାରୁ ପୁଲିସ ଏନକାଉଣ୍ଟର କରିଥିଲା ବୋଲି ଶାମସାବାଦ ପୁଲିସ ସ୍ପଷ୍ଟୀକରଣ ରଖିଥିଲା।

Related story