ଗ୍ୟାସ ଚାମ୍ୱରରେ ଲୋକ, ବିସ୍ଫୋରଣ କରି କାହିଁକି ମାରି ଦଉନ?: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଗ୍ୟାସ ଚ୍ୟାମ୍ୱରରେ ଲୋକଙ୍କୁ ରଖିବା ଅପେକ୍ଷା ବିସ୍ଫୋରଣ କରି କାହିଁକି ମାରି ଦଉନ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଆଜି ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରେ ନଡ଼ାରେ ନିଆଁ ଲାଗିବାରୁ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଛି। ଏହାକୁ କମ୍ କରିବା ପାଇଁ ରାଜ୍ୟ ସରକାରମାନେ […]

GAS CHAMBER

Subhransu Sekhar
  • Published: Monday, 25 November 2019
  • , Updated: 25 November 2019, 05:00 PM IST

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଗ୍ୟାସ ଚ୍ୟାମ୍ୱରରେ ଲୋକଙ୍କୁ ରଖିବା ଅପେକ୍ଷା ବିସ୍ଫୋରଣ କରି କାହିଁକି ମାରି ଦଉନ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ଆଜି ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରେ ନଡ଼ାରେ ନିଆଁ ଲାଗିବାରୁ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଛି। ଏହାକୁ କମ୍ କରିବା ପାଇଁ ରାଜ୍ୟ ସରକାରମାନେ ଇଚ୍ଛା ଶକ୍ତି ପ୍ରକାଶ କରି ନାହାନ୍ତି। ଏହା ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା। ତେଣୁ କାହିଁକି ରାଜ୍ୟ ସରକାରଙ୍କ ବିରୋଧରେ ଜୋରିମାନା ଲଗାନଯିବ ସେ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ଶୁଣାଣି ବେଳେ ହରିଆନାର ଶାସନ ସଚିବ କହିଛନ୍ତି ରାଜ୍ୟ ସରକାର ପ୍ରଦୂଷଣ କମାଇବା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି। ଏହାପରେ ସାଟେଲାଇଟ ଫଟୋ ଦେଖାଇ ଜଷ୍ଟିସ ଅରୁଣ ମିଶ୍ରା ହରିଆଣା ସରକାର ବିରୋଧରେ ବର୍ଷିଥିଲେ।

ଏହାପରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ କହିଥିଲେ, ଦିଲ୍ଲୀ ଉପରେ କେନ୍ଦ୍ର ଓ ରାଜ୍ୟର କ୍ଷମତା ରହିଛି। ଭିନ୍ନ କ୍ଷମତା ପାଇଁ ପ୍ରଦୂଷଣ ବାବଦରେ କୌଣସି ନିଷ୍ପତ୍ତି ନେଇ ହେଉ ନାହିଁ। ଏହାପରେ ଖଣ୍ଡପୀଠ କହିଥିଲ, ପ୍ରଦୂଷଣ ବାବଦରେ ସମସ୍ତ ବିବାଦ ଭୁଲି ଦୁଇ ସରକାର ଏକ ହେବାକୁ ପଡ଼ିବ। ଏମିତିକି ୧୦ ଦିନ ମଧ୍ୟରେ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବିଭିନ୍ନ ସ୍ଥାନରେ ବାୟୁ ଶୋଧନ ଟାଓ୍ୱାର ବସାଇବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଶେଷରେ ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କହିଛନ୍ତି, ଲୋକଙ୍କ ଗ୍ୟାସ ଚ୍ୟାମ୍ବର ଭିତରେ ରଖିବା ପାଇଁ କାହିଁକି ବାଧ୍ୟ କରାଯାଉଛି? ବିସ୍ଫୋରଣ କରି ଲୋକଙ୍କୁ ଶାନ୍ତିରେ ମରିବାକୁ କାହିଁକି ଦଉନ?

Related story