ଆସନ୍ତାକାଲି ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ କରିବେ ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଅଗଷ୍ଟ ୫ରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲେ ହେଁ ଏବେ ବି ଜମ୍ମୁ-କଶ୍ମୀରରେ କଟକଣା ଜାରି ରହିଛି। କଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥା ଉପରେ ରୋକ ଲାଗିଥିବାରୁ ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ସେହିପରି ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ହଟାଇବା ଏବଂ ଏହାକୁ ଦୁଇ ଭାଗରେ ବିଭକ୍ତ କରିବା ନିଷ୍ପତ୍ତିକୁ ଏବେ ପୁଣିଥରେ ଏକ ୭ ଜଣିଆ ସଦସ୍ୟ […]

de

Hemant Lenka
  • Published: Tuesday, 27 August 2019
  • , Updated: 27 August 2019, 01:07 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଅଗଷ୍ଟ ୫ରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲେ ହେଁ ଏବେ ବି ଜମ୍ମୁ-କଶ୍ମୀରରେ କଟକଣା ଜାରି ରହିଛି। କଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥା ଉପରେ ରୋକ ଲାଗିଥିବାରୁ ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ସେହିପରି ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ହଟାଇବା ଏବଂ ଏହାକୁ ଦୁଇ ଭାଗରେ ବିଭକ୍ତ କରିବା ନିଷ୍ପତ୍ତିକୁ ଏବେ ପୁଣିଥରେ ଏକ ୭ ଜଣିଆ ସଦସ୍ୟ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏହି ୭ ଜଣିଆ ଗ୍ରୁପ୍‌ରେ ଶାହ ଫୈଜଲ ଏବଂ ଶେହଲା ରସିଦଙ୍କ ଭଳି ବ୍ୟକ୍ତିବିଶେଷ ରହିଛନ୍ତି। ସେମାନେ ରାଷ୍ଟ୍ରପତି କେମିତି ଧାରା ୩୭୦କୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଲେ, ତା’ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆସନ୍ତାକାଲି ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀର ସଂକ୍ରାନ୍ତରେ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାର ଥିଲା। ହେଲେ ଜମ୍ମୁ-କଶ୍ମୀର ପ୍ରଶାସନ ରିପୋର୍ଟ ଦାଖଲ କରିବାକୁ ଅତିରିକ୍ତ ଗୋଟିଏ ଦିନ ମାଗିଥିଲା। ଆସନ୍ତାକାଲି ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ସ୍ଥିତି କେମିତି ରହିଛି ଏବଂ ଯୋଗାଯୋଗ ବ୍ୟବସ୍ଥା ସୁଧୁରିଲାଣି କି ନାହିଁ, ଏସବୁ ବିଷୟରେ ପ୍ରଶାସନ ବିସ୍ତୃତ ତଥ୍ୟ ଦେବ। ସୁପ୍ରିମକୋର୍ଟ ଏହି ରିପୋର୍ଟ ପାଇବା ପରେ ଶୁଣାଣି ଆରମ୍ଭ କରିବେ।

ଏହାପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀରରେ ଜାରି କଟକଣାକୁ ଉଚ୍ଛେଦ ପାଇଁ ଆଗତ ଆବେଦନର ଶୁଣାଣି କରିଥିଲେ। ହେଲେ ଏହି ସମୟରେ କୋର୍ଟ ଭାରତ ସରକାରଙ୍କୁ ସ୍ଥିତି ସୁଧାରିବା ପାଇଁ କିଛି ଦିନର ସମୟ ଦେବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

Related story