ବଦଳିବ ବ୍ୟାଙ୍କ ଚେକର ଫର୍ମାଟ୍! ଆରବିଆଇକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଯଦି ଆରବିଆଇ ସୁପ୍ରିମକୋର୍ଟଙ୍କ ପରାମର୍ଶ ମାନିନେବ ତା’ହେଲେ ଖୁବଶୀଘ୍ର ଆପଣଙ୍କ ବ୍ୟାଙ୍କ ଚେକର ରୂପ ରେଖ ବଦଳିଯିବ। ଚେକ୍ ସମ୍ପର୍କୀତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆରବିଆଇକୁ କିଛି ପରାମର୍ଶ ଦେଇଛନ୍ତି। ଯେଉଁଥିରେ ଚେକରେ ଅନେକ ପରିବର୍ତ୍ତନ ପାଇଁ କୁହାଯାଇଛି। ଏହି ପରାମର୍ଶ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଏବଂ ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆରବିଆଇକୁ ଚେକର ଫର୍ମାଟ୍ […]

RBI

RBI

Subhransu Sekhar
  • Published: Tuesday, 10 March 2020
  • Updated: 10 March 2020, 04:48 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଆରବିଆଇ ସୁପ୍ରିମକୋର୍ଟଙ୍କ ପରାମର୍ଶ ମାନିନେବ ତା’ହେଲେ ଖୁବଶୀଘ୍ର ଆପଣଙ୍କ ବ୍ୟାଙ୍କ ଚେକର ରୂପ ରେଖ ବଦଳିଯିବ। ଚେକ୍ ସମ୍ପର୍କୀତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆରବିଆଇକୁ କିଛି ପରାମର୍ଶ ଦେଇଛନ୍ତି। ଯେଉଁଥିରେ ଚେକରେ ଅନେକ ପରିବର୍ତ୍ତନ ପାଇଁ କୁହାଯାଇଛି। ଏହି ପରାମର୍ଶ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଏବଂ ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ଦେଇଛନ୍ତି।

ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆରବିଆଇକୁ ଚେକର ଫର୍ମାଟ୍ ଉପରେ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁଥିରେ ଚେକରେ ହସ୍ତାକ୍ଷର କରୁଥିବା ବ୍ୟକ୍ତି କେଉଁ କାରଣ ପାଇଁ ଟଙ୍କା ଦେଉଛନ୍ତି ଲେଖିବା ଦରକାର ବୋଲି ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ଏହାଦ୍ୱାରା ଚେକ୍ ବାଉନ୍ସ ବେଳେ ଉପଯୁକ୍ତ ନ୍ୟାୟିକ ନିଷ୍ପତ୍ତି ନିଆଯାଇପାରିବ। ଏହାଦ୍ୱାରା ଚେକର ବିଶ୍ୱସନୀୟତା ବଜାୟୀ ରହିବ ଏବଂ ଚେକର ଦୂରପଯୋଗ ହୋଇପାରିବନି।

ଏହାବାଦ୍ ଆକାଉଣ୍ଟଧାରୀଙ୍କ ଇ-ମେଲ୍ ଆଇଡି, ବ୍ୟାଙ୍କ ସହିତ ସଂଯୋଗ ହୋଇଥିବା ମୋବାଇଲ୍ ନମ୍ୱର ଏବଂ ଘରର ଠିକଣା ଦେବାକୁ ପରାମର୍ଶ ଦିଆଯାଇଥିବା ସୂଚନା ରହିଛି। ଏହାଦ୍ୱାରା ଚେକ୍ ହସ୍ତାକ୍ଷର କରୁଥିବା ବ୍ୟକ୍ତି ଏବଂ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ସୂଚନା ମିଳିପାରିବ। ଆବଶ୍ୟକ ପଡ଼ିଲେ ବ୍ୟାଙ୍କକୁ ସନ୍ଦେହ ହେଲେ ତୁରନ୍ତ ଡାକିପାରିବେ।

ବର୍ତ୍ତମାନ ବ୍ୟାଙ୍କର ନାମ, ଆକାଉଣ୍ଟ ନମ୍ବର, ଆକାଉଣ୍ଟଧାରୀଙ୍କ ଚିହ୍ନ, ବ୍ୟାଙ୍କର ଆଇଏଫଏସସି କୋଡ୍, ବ୍ୟାଙ୍କ ଶାଖାର ଠିକଣା ଇତ୍ୟାଦି ବ୍ୟାଙ୍କର ଚେକରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos