ବିଶାଖାପଟନମ: କରୋନା ମହାମାରୀ ଯୋଗୁ ଦେଶରେ ସବୁ ରାଜ୍ୟରେ ସ୍କୁଲ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏବେ ଦେଶରେ କରୋନା ପ୍ରକୋପ ଜାରି ରହିଥିବାରୁ ଏଗୁଡ଼ିକ କେବେ ଖୋଲିବ, ତା’ର ଉତ୍ତର କାହା ପାଖରେ ନାହିଁ।
ଏସବୁ ଭିତରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆସନ୍ତା ଅଗଷ୍ଟ ୩ ତାରିଖରୁ ରାଜ୍ୟରେ ସବୁ ସ୍କୁଲ ଖୋଲିବ।
ଏଥିପାଇଁ ସମସ୍ତେ ପ୍ରସ୍ତୁତ ରହିବା ଦରକାର। ୪ର୍ଥ ପର୍ଯ୍ୟାୟ ଲକଡାଉନ ବେଳେ ରାଜ୍ୟରେ ସବୁ ଦୋକାନ ବଜାର ଖୋଲା ରହିବ ଓ ପବ୍ଲିକ ପରିବହନ ସେବା କାର୍ଯ୍ୟକାରୀ ହେବ। ହେଲେ ସବୁଠାରେ ସାମାଜିକ ଦୂରତାକୁ ପାଳନ କରାଯିବ।
ସେହିପରି ରାଜ୍ୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ମଲ, ସିନେମା ହଲ, ଧାର୍ମିକ କାର୍ଯ୍ୟକ୍ରମ ଓ ସେମିନାର ଆଦି ବନ୍ଦ ରହିବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।