ଦୀପାବଳି ସ୍ୱତନ୍ତ୍ର: ରଙ୍ଗିନ ହାବେଳି ପଛର ବିଜ୍ଞାନ ଓ ଶରୀର ଉପରେ କୁପ୍ରଭାବ

ଦୀପାବଳି ରାତିରେ  ଆକାଶରେ ବିଭିନ୍ନ ରଙ୍ଗର ହାବେଳି ଫୁଟିବାର ଦେଖାଯାଏ । ଏହି ଦୃଶ୍ୟ ଦେଖିବାକୁ ଖୁବ୍ ଚମତ୍କାର ଓ ଚିତାକର୍ଷକ ଲାଗେ । ପୁରା ଆକାଶ ରଙ୍ଗୀନ ଆଲୋକରେ ଭରିଯାଏ । କିନ୍ତୁ କେବେ ଭାବିଛନ୍ତି କି? ବାଣ ଓ ହାବେଳିରୁ ଏଭଳି ବିଭିନ୍ନ ରଙ୍ଗର ଆଲୋକ ବାହାରେ କିପରି? ଏହା ପଛର ବିଜ୍ଞାନ କ’ଣ କହେ? ପ୍ରକୃତରେ ହାବେଳିକୁ ଅଭିଜ୍ଞ ବାଣ କାରିଗରଙ୍କ ଦ୍ୱାରା ଖୁବ ସାବଧାନତା ଓ ଚତୁରତାର ସହ ତିଆରି କରାଯାଇଥାଏ […]

fireworks_1

fireworks_1

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 09:07 PM IST

Sports

Latest News

ଦୀପାବଳି ରାତିରେ  ଆକାଶରେ ବିଭିନ୍ନ ରଙ୍ଗର ହାବେଳି ଫୁଟିବାର ଦେଖାଯାଏ । ଏହି ଦୃଶ୍ୟ ଦେଖିବାକୁ ଖୁବ୍ ଚମତ୍କାର ଓ ଚିତାକର୍ଷକ ଲାଗେ । ପୁରା ଆକାଶ ରଙ୍ଗୀନ ଆଲୋକରେ ଭରିଯାଏ । କିନ୍ତୁ କେବେ ଭାବିଛନ୍ତି କି? ବାଣ ଓ ହାବେଳିରୁ ଏଭଳି ବିଭିନ୍ନ ରଙ୍ଗର ଆଲୋକ ବାହାରେ କିପରି? ଏହା ପଛର ବିଜ୍ଞାନ କ'ଣ କହେ?

ପ୍ରକୃତରେ ହାବେଳିକୁ ଅଭିଜ୍ଞ ବାଣ କାରିଗରଙ୍କ ଦ୍ୱାରା ଖୁବ ସାବଧାନତା ଓ ଚତୁରତାର ସହ ତିଆରି କରାଯାଇଥାଏ । ହାବେଳିକୁ ଆକାଶକୁ ଉତକ୍ଷେପଣ କରିବା ପାଇଁ ଏହା ଭିତରେ ବାରୁଦ ଥାଏ । ଏଥିସହ ହାବେଳି ବହୁ ଉଚ୍ଚତାରେ ପହଞ୍ଚିବା ପରେ ସେଠାରେ ବିସ୍ଫୋରଣ ହୋଇ ରଙ୍ଗୀନ ଆଲୋକ ସୃଷ୍ଟି ହେବା ପାଇଁ ନିର୍ଦ୍ଦିଷ୍ଟ ଧାତବ ଲବଣ ବା ଧାତବ ଯୌଗିକ ଓ ଏହାକୁ ଜାଳିବା ପାଇଁ ଇନ୍ଧନ ମିଶ୍ରିତ କିଛି ପୁଡ଼ିଆ ରହିଥାଏ । ହାବେଳି ବିସ୍ଫୋରଣ ହେବା ପରେ କେଉଁ ରଙ୍ଗର ଆଲୋକ ସୃଷ୍ଟି ହେବ ତାହା ଏହି ଧାତବ ଲବଣ ବା ଧାତବ ଯୌଗିକ ହିଁ ନିର୍ଦ୍ଧାରଣ କରିଥାଏ । ଭିନ୍ନ ଭିନ୍ନ ଧାତବ ଲବଣ ବା ଧାତବ ଯୌଗିକ ଜଳିବା ଦ୍ୱାରା ଭିନ୍ନ ଭିନ୍ନ ରଙ୍ଗ ଓ ତୀବ୍ରତାର ଆଲୋକ ସୃଷ୍ଟି ହୋଇଥାଏ। ତେଣୁ ବାଣ କାରିଗର ନିଜ ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ ରଙ୍ଗର ଆଲୋକ ସୃଷ୍ଟି କରିବା ପାଇଁ ହାବେଳୀରେ ଭିନ୍ନ ଭିନ୍ନ ପ୍ରକାର ଧାତବ ଲବଣ ବା ଯୌଗିକ ରଖିଥାଏ । ତେବେ ଜାଣନ୍ତି କି, କେଉଁ ରଙ୍ଗର ଆଲୋକ ପାଇଁ କେଉଁ ପ୍ରକାର ଧାତବ ଯୌଗିକ ବ୍ୟବହାର କରାଯାଏ ?

ନାଲି: ଷ୍ଟ୍ରୋଣ୍ଟିୟମ୍ କାର୍ବୋନେଟ୍(ଗାଢ଼ ନାଲି), ଲିଥିୟମ୍ କାର୍ବୋନେଟ୍/ ଲିଥିୟମ୍ କ୍ଲୋରାଇଡ୍(ଫିକା ନାଲି)

କମଳା: କ୍ୟାଲସିୟମ୍ କ୍ଲୋରାଇଡ୍

ହଳଦିଆ: ସୋଡିୟମ୍ ନାଇଟ୍ରେଟ୍

ସବୁଜ: ବ୍ୟାରିୟମ୍ କ୍ଲୋରାଇଡ୍

ନୀଳ: କପର୍ କ୍ଲୋରାଇଡ୍

ବାଇଗଣୀ: ପଟାସିୟମ୍ ଓ ରୁବିଡିୟମ୍

ପର୍ପଲ୍: ଷ୍ଟ୍ରୋଣ୍ଟିୟମ୍ (ନାଲି) ଓ କପର୍/ ତମ୍ବା (ନୀଳ)ର ମିଶ୍ରଣ

ସୁନେଲି: ଚାର୍କଲ୍/ ଅଙ୍ଗାର, ଆଇରନ୍/ ଲୁହା କିମ୍ବା ଲ୍ୟାମ୍ପବ୍ଲାକ୍

ଧଳା/ ରୂପେଲି : ଟାଇଟାନିୟମ୍, ଆଲୁମିନିୟମ୍, ବେରିଲିୟମ୍ କିମ୍ବା ମ୍ୟାଗ୍ନେସିୟମ୍ ଗୁଣ୍ଡ

ବାଣ କିମ୍ବା ହାବେଳି ଫୁଟିଲେ କେବଳ ଯେ ଆକର୍ଷଣୀୟ ଆଲୋକ ସୃଷ୍ଟି ହୁଏ ତା ନୁହେଁ, ଏଥିରୁ ସୃଷ୍ଟି ହେଉଥିବା ତୀବ୍ର ଧ୍ୱନି ଶବ୍ଦ ପ୍ରଦୁଷଣ କରେ ଓ ଧୂଆଁ ଯୋଗୁଁ ବାୟୁ ପ୍ରଦୁଷିତ ହୁଏ । ଏହା ପରିବେଶ ସହିତ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁ କୁପ୍ରଭାବ ପକାଏ । ଆପଣ ଜାଣନ୍ତି କି, ବାଣରେ ବ୍ୟବହାର ହେଉଥିବା କେଉଁ ପଦାର୍ଥର ଧୂଆଁ ଆମ ଶରୀର ଉପରେ କେଉଁ ପ୍ରକାର କୁପ୍ରଭାବ ପକାଏ?

ଲିଡ୍ (ସୀସା): କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ଓ ମସ୍ତିଷ୍କକୁ କ୍ଷତି ପହଞ୍ଚାଏ

ମ୍ୟାଗ୍ନେସିୟମ୍: ସ୍ନାୟୁତନ୍ତ୍ର ଓ ଚର୍ମ କ୍ଷତିଗ୍ରସ୍ତ ହୁଏ

ଜିଙ୍କ୍: ଜିଙ୍କ୍ ଧୂଆଁ  ନିଶ୍ୱାସରେ ଶରୀର ଭିତରକୁ ଗଲେ ବାନ୍ତି ହୁଏ

ମାଙ୍ଗାନିଜ୍: ଦୁର୍ବଳତା, ନିଦ ଲାଗିବା, ଅସ୍ୱସ୍ତି ବୋଧ ହେବା ଓ ପକ୍ଷାଘାତ

କପର୍/ତମ୍ବା: ଶ୍ୱାସନଳୀ କୁଣ୍ଡେଇ ହୁଏ ଏବଂ ମସ୍ତିଷ୍କ, ଚର୍ମ, ଯକୃତ, ପାନକ୍ରିୟାଜ୍ ଓ ହୃତପିଣ୍ଡରେ କପର୍ ଜମା ହୋଇ ସମସ୍ୟା ସୃଷ୍ଟି କରେ

କ୍ୟାଡମିୟମ୍: କିଡନୀ (ବୃକ୍କ) କ୍ଷତିଗ୍ରସ୍ତ ହୋଇ ଏନିମିଆ ହୋଇପାରେ, ରକ୍ତଚାପ ବୃଦ୍ଧିପାଏ, ହାଡ଼ ଦୁର୍ବଳ ହୁଏ

ଫସଫରସ୍ (PO4): ସ୍ନାୟୁତନ୍ତ୍ର, ଯକୃତ ଓ ଚକ୍ଷୁ ଉପରେ କୁପ୍ରଭାବ ପକାଏ

ସଲଫର୍ (SO4): ଫୁସଫୁସ୍ କ୍ଷତିଗ୍ରସ୍ତ ହୁଏ ଓ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦିଏ । ଚକ୍ଷୁ, ଚର୍ମ କୁଣ୍ଡେଇ ହୁଏ

ନାଇଟ୍ରେଟ୍: ବାନ୍ତି, ଦୁର୍ବଳତା, ହଇଜା, ପେଟ ଟାଣି ହେବା, ମୁଣ୍ଡ ବୁଲାଇବା, ମାଂସପେଶୀ ଟାଣି ହେବା ଓ ଅକ୍ଷମ ହୋଇଯିବା ଭଳି ଲକ୍ଷଣ ପ୍ରକାଶ ପାଏ

ନାଇଟ୍ରାଇଟ୍: ପାକସ୍ଥଳୀକୁ ଗଲେ ବାନ୍ତି ହୁଏ । ରକ୍ତହୀନତାରୁ ଶରୀର ନୀଳବର୍ଣ୍ଣ ଦେଖାଯାଏ ଓ ବ୍ୟକ୍ତି କୋମାକୁ ମଧ୍ୟ ଯାଇପାରେ । ରକ୍ତଚାପ ହ୍ରାସ ପାଏ, ହୃଦସ୍ପନ୍ଦନ ତୀବ୍ର ହୁଏ, ମୁଣ୍ଡ ବିନ୍ଧା ହୁଏ ଓ ଦୃଷ୍ଟି ଶକ୍ତି ହ୍ରାସ ପାଏ ।

ତେଣୁ ଏହିସବୁ ଦିଗ ପ୍ରତି ସାବଧାନ ହୁଅନ୍ତୁ ଓ ଆଲୋକର ପର୍ବକୁ ନିରାପଦରେ ପାଳନ କରନ୍ତୁ । ଶୁଭ ଦୀପାବଳି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story