ନୂଆଦିଲ୍ଲୀ: ମାନବ ସମାଜରେ ବଢୁଛି ରୋବର୍ଟର ଦଖଲ। ଆଜି ପର୍ଯ୍ୟନ୍ତ ଆପଣ ରୋବର୍ଟକୁ କୌଣସି ନା କୌଣସି କାମରେ ପ୍ରୟୋଗ କରାଯାଇଥିବା ଶୁଣିଥିବେ । ହେଲେ ଆଗଅପେକ୍ଷା ଏବେ ରୋବର୍ଟ ଟିକେ ଅଧିକ କ୍ଷମତାଶାଳୀ ହୋଇଯାଇଛି। ନ୍ୟୁଜିଲାଣ୍ଡର ଜଣେ ବୈଜ୍ଞାନିକ ରୋବର୍ଟକୁ ନେତା ବନାଇଦେଛନ୍ତି। ନେତା ହେବାର ସମସ୍ତ ଗୁଣ ଏହି ରୋବର୍ଟ ଦେହରେ ଖଞ୍ଜି ଦିଆଯାଇଛି। ପ୍ରଥମ ଥର ପାଇଁ ସାରା ବିଶ୍ୱରେ ଏମିତି ଏକ ଭିନ୍ନ ଶୈଳୀରେ ରୋବର୍ଟ ତିଆରି ହୋଇଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ଏକ କୁତ୍ରିମ ବୁଦ୍ଧି ସମ୍ପନ୍ନ ରାଜନୈତିକ ରୋବର୍ଟକୁ ବିକଷିତ କରାଯାଇଛି। ଯିଏ ସ୍ଥାନୀୟ ଅଞ୍ଚଳର ସମସ୍ୟା ତଥା ବିଦ୍ୟୁତ୍, ଶିକ୍ଷା, ବାଷଗୃହ ସମ୍ପର୍କରେ ନିରୀକ୍ଷଣ କରି ସମସ୍ତ ବିଷୟରେ ଉତ୍ତର ଦେଇ ପାରିବ।
କେବଳ ସେତିକି ନୁହଁ ଏହି ରୋବର୍ଟ ଯେମିତି ନ୍ୟୁଜିଲାଣ୍ଡରେ ହେବାକୁ ଥିବା ୨୦୨୦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯାଇଛି। ଏହି ରୋବର୍ଟର ନାମ ‘ସାମ’ ରଖାଯାଇଛି। ନ୍ୟୁଜିଲାଣ୍ଡର ୪୯ ବର୍ଷୀୟ ନିକ୍ ଗ୍ୟାରିଟ୍ସନ ଏହି ରୋବର୍ଟର ନିର୍ମାଣକାରୀ। ସେ କହିଛନ୍ତି ଯେ, ଆଜିର ଦୁନିଆରେ ଭଲ ନେତାଟିଏ ମିଳିବା କଷ୍ଟକର। କୌଣସି ନେତା ପକ୍ଷପାତରୁ ମୁକ୍ତ ନୁହଁନ୍ତି। ଏମିତି ଲାଗୁଛି ଯେମିତି ବିଶ୍ୱର ଘଟୁଥିବା ଜଳବାୟୁ ପରିବର୍ତ୍ତନ ଭଳି ଜଟିଳ ସମସ୍ୟା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସମାଧାନ ବାହାର କରିବାକୁ ଦୁନିଆର କୌଣସି ନେତା ବି ସକ୍ଷମ ନୁହନ୍ତି।
ତେବେ ଏହି କୁତ୍ରିମ ରାଜନୈତିକ ରୋବର୍ଟ ପାଖରେ ସେମିତି କ୍ଷମତା ରହିଛି ବୋଲି ସେ ଆଶା ରଖିଛନ୍ତି । ସେହିପରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଫେସବୁକ୍ରେ କିଭଳି ଲୋକଙ୍କ ପ୍ରଶ୍ନର ଉତ୍ତର ଏହି ରୋବର୍ଟ ଦେଇପାରିବ ସେଥିନେଇ ସଫ୍ଟୱେୟାର ଡେଭଲପ୍ କରାଯାଇଛି ବୋଲି ସେ କହିଛନ୍ତି।
ବୈଜ୍ଞାନିକ ଗ୍ୟାରିଟ୍ସନଙ୍କ କହିବା ଅନୁଯାୟୀ ସ୍ୱାର୍ଥ ଦୃଷ୍ଟିରୁ କେବଳ ମଣିଷ ହିଁ ପକ୍ଷପାତ କରିପାରେ। କିନ୍ତୁ ସେଭଳି କାମ ରୋବର୍ଟ କରିପାରିବ ନାହିଁ। କାରଣ ରୋବର୍ଟର କୌଣସି ସ୍ୱାର୍ଥ ନିହିତ ନ ଥାଏ। ଏହିପରିପ୍ରେକ୍ଷୀରେ 'Tech in Asia' ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରଣାଳୀ ବାସ୍ତବ ଦୁନିଆ ପାଇଁ ସେତେଟା ପ୍ରାସଙ୍ଗିକ ମନେ ହେଉ ନ ଥିଲେ ମଧ୍ୟ କେତେ ଦେଶରେ ବଢୁଥିବା ସାଂସ୍କୃତିକ ଏବଂ ରାଜନୈତି ସମସ୍ୟାର ସମାଧାନ ପାଇଁ ଏହା କାମରେ ଆସିପାରିବ। ଆଗାମୀ ୨୦୨୦ରେ ନ୍ୟୁଜିଲାଣ୍ଡରେ ସାଧାରଣ ନିର୍ବାଚନ ହେବ। ବୈଜ୍ଞାନିକ ନିକ୍ ଗ୍ୟାରିଟ୍ସନଙ୍କ ଆଶା ଏହି ରୋବର୍ଟ ଉକ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବ।
ସୌଜନ୍ୟ:ଆଜତକ
https://aajtak.intoday.in/story/scientists-of-newzeland-made-robot-leader-will-contested-in-election-1-967372.html
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।