ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ସରକାର ଆରମ୍ଭ କରିଥିବା ବନ୍ଦେ ଭାରତ ମିଶନ ଆଗୁ ମଧ୍ୟ ଜାରି ରହିବ। ପ୍ରଥମ ପର୍ଯ୍ୟାୟ ମିଶନରେ ୬୪ଟି ବିମାନ ଓ ୩ଟି ଯୁଦ୍ଧ ଜାହାଜ ନିୟୋଜିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ସଂଖ୍ୟାକୁ ବୃଦ୍ଧି କରାଯିବ।
ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ ମେ’ ୧୬ରୁ ୨୨ ତାରିଖ ଯାଏ ଚାଲିବ। ଏହି ମିଶନରେ ୧୪୯ଟି ବିମାନ ସାମିଲ ହେବେ। ଫିଡର ଫ୍ଲାଇଟ ମଧ୍ୟ ଭାରତୀୟଙ୍କୁ ଉଦ୍ଧାର ପାଇଁ ନିୟୋଜିତ ହେବେ। ପ୍ରାୟ ୩୧ଟି ଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଅଣାଯିବ।
ପ୍ରଥମ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ ମେ’ ୭ରୁ ଆରମ୍ଭ ହୋଇ ୧୩ ତାରିଖ ଯାଏ ଚାଲିବ। ଏହି ମିଶନରେ ଏକାଧିକ ରାଷ୍ଟ୍ରରେ ଫସିଥିବା ପ୍ରାୟ ୧୫ ହଜାର ଭାରତୀୟଙ୍କୁ ସ୍ୱଦେଶ ଅଣାଯିବାର ବ୍ୟବସ୍ଥା ହୋଇଛି। ପ୍ରାୟ ୮ରୁ ୯ ହଜାର ଲୋକ ଆଜି ସୁଦ୍ଧା ଭାରତରେ ପହଞ୍ଚି ସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।