ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ୧୪୪ ଧାରା ଜାରି କଲା ପ୍ରଶାସନ

ଗୌହାଟି: ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସହିତ କିଛି ଅସାମାଜିକ ଲୋକ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ଦେଖି ଆସାମର ଗୌହାଟିରେ ୧୪୪ ଧାରା ଜାରି ହୋଇଛି। ଗୁଇନ୍ଦା ଏଭଳି କିଛି ରିପୋର୍ଟ ଦେବା ପରେ ସରକାର ୧୪୪ ଧାରା ଜାରି କରିଛନ୍ତି। ଶୁକ୍ରବାର ଗୌହାଟି ପୁଲିସ ଏହି ସୂଚନା ଦେଇଛି। ଗୌହାଟିରେ ଡେପୁଟି କମିଶନର ରଣବୀର ଗୁରୁବାର ଏ ପ୍ରସଙ୍ଗରେ ଏକ ବିଜ୍ଞପ୍ତି ଜିଲ୍ଲାବାସୀଙ୍କ ପାଇଁ ଜାରି କରିଛନ୍ତି। ଯେତେପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ ଅନୁମତି ନଦେଇଛି […]

assam

Subhransu Sekhar
  • Published: Friday, 16 October 2020
  • , Updated: 16 October 2020, 05:47 PM IST

ଗୌହାଟି: ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସହିତ କିଛି ଅସାମାଜିକ ଲୋକ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ଦେଖି ଆସାମର ଗୌହାଟିରେ ୧୪୪ ଧାରା ଜାରି ହୋଇଛି। ଗୁଇନ୍ଦା ଏଭଳି କିଛି ରିପୋର୍ଟ ଦେବା ପରେ ସରକାର ୧୪୪ ଧାରା ଜାରି କରିଛନ୍ତି। ଶୁକ୍ରବାର ଗୌହାଟି ପୁଲିସ ଏହି ସୂଚନା ଦେଇଛି।

ଗୌହାଟିରେ ଡେପୁଟି କମିଶନର ରଣବୀର ଗୁରୁବାର ଏ ପ୍ରସଙ୍ଗରେ ଏକ ବିଜ୍ଞପ୍ତି ଜିଲ୍ଲାବାସୀଙ୍କ ପାଇଁ ଜାରି କରିଛନ୍ତି। ଯେତେପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ ଅନୁମତି ନଦେଇଛି ସେତେ ପର୍ଯ୍ୟନ୍ତ କାହାରିକୁ ଘର ଭଡ଼ା ନଦେବା ପାଇଁ ଜିଲ୍ଲାବାସୀଙ୍କୁ ମନା କରିଛି ପୁଲିସ୍। କିଛି ଆତଙ୍କବାଦୀ କିମ୍ୱା ଅସାମାଜିକ ବ୍ୟକ୍ତି ଲୁଚିଥିବା ଗୁଇନ୍ଦା ଆଶଙ୍କା ପ୍ରକାଶ କରିଛି। ତେବେ ଜିଲ୍ଲା ପୁଲିସ ଘଟଣା ବା ଜିଲ୍ଲାର ସ୍ଥିତି ବାବଦରେ କୌଣସି ସବିଶେଷ ତଥ୍ୟ ପ୍ରଦାନ କରି ନାହିଁ।

Related story