ଗୁହାଳରୁ ମନିଟରିଂ କରୁଥିଲେ ଆତଙ୍କବାଦୀ
ଶ୍ରୀନଗର: ରବିବାର ଆତଙ୍କବାଦୀଙ୍କ ଏକ ଠିକଣା ଠାବ କରିଛି ସୁରକ୍ଷାବଳ। ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଏକ ଗୁହାଳ କରେ ଥିବା ଲଶ୍କର-ଏ-ତାଇବାର ଠିକଣାକୁ ଖୋଜି ବାହାର କରିଛନ୍ତି ସୁରକ୍ଷା ବଳ। ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଅଭଯୋଗରେ ଜଣଙ୍କୁ ଗିରଫ୍ କରିଛି ପୁଲିସ। ଆତଙ୍କବାଦୀ ମାନେ ଏହି ସ୍ଥାନରୁ ହିଁ ପୁଲିସ,ସୁରକ୍ଷାବାହିନୀ ଉପରେ ନଜର ରଖିଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳରେ କାୟା ବିସ୍ତାର କରୁଥିଲେ ବୋଲି ଜଣାପଡ଼ିଛି।
Incriminating material of proscribed outfit Lashker-e-Taiba and 26 round of bullets of AK-47 were recovered from the said hideout. Case registered under Unlawful Activities (Prevention) Act and one terrorist arrested. https://t.co/P2lsw5NFVs
— ANI (@ANI) January 10, 2021
ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ କଶ୍ମୀରର ଅବନ୍ତୀପୁରା ଅଞ୍ଚଳର ପାମ୍ପୋର ଗାଁରେ ଥିଲା ଆତଙ୍କବାଦୀଙ୍କ ଏହି ଗୁପ୍ତ ଠିକଣା। ପ୍ରଥମେ ସୁରକ୍ଷାକର୍ମୀ ଏ ବାବଦରେ ଗୁଇନ୍ଦା ଦ୍ୱାରା ସୂଚନା ପାଇଥିଲେ ପରେ ସର୍ଚ୍ଚ ଅପରେସନ କରି ଏହି ଗୁପ୍ତ ଠିକଣାକୁ ଖୋଜି ବାହାର କରିଥିଲେ। ଗିରଫ ବ୍ୟକ୍ତିର ନାମ ଆଦିଲ ଅହମ୍ମଦ ଶାହା। ସେ ଚାନ୍ଦରା ପାମ୍ପୋରର ବାସିନ୍ଦା।
ପୁଲିସ ଅଧିକାରୀ କହିଛନ୍ତି ଯେ ସର୍ଚ୍ଚ ଅପରେସନ ବେଳେ ଏକେ-୪୭ ବୁନ୍ଧକ ସହିତ ୨୬ଟି ଗୁଳି ପ୍ୟାକେଟ୍ ସମେତ ଅନେକ ଗୋଳା ବାରୁଦ ଜବତ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।