ମାଓବାଦୀଙ୍କୁ ବନ୍ଧୁକ ଓ ଗୁଳି ଯୋଗାଉ ଥିଲେ ଯବାନ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଲୁଚାଛପାରେ ମାଓବାଦୀଙ୍କୁ ଗୁଳି ବନ୍ଧୁକ ଯୋଗାଉଥିବା ଅଭିଯୋଗରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର କାସୋଲି ଫୋର୍ସ କ୍ୟାମ୍ପରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌। ଅଭିଯୁକ୍ତ ଯବାନଙ୍କ ନାଁ ରାଜୁ କୁଜୁର। ପୁଲିସ ତାଙ୍କୁ ଗିରଫ କରିବା ପରେ ଡେମୋ ପ୍ରଦର୍ଶନ କରାଇଛି। ସେ କେମିତି ସୁରକ୍ଷା ତାରବାଡ଼କୁ ଡେଇଁ ମାଓବାଦୀଙ୍କୁ ସହଯୋଗ କରୁଥିଲେ, ତାହାର ଡେମୋ ସେ କରି ଦେଖାଇଛନ୍ତି। ତେବେ ସଂପୃକ୍ତ ଯବାନ କିମ୍ବା […]

jawan

Tapaswini Nayak
  • Published: Monday, 15 October 2018
  • , Updated: 15 October 2018, 01:24 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଲୁଚାଛପାରେ ମାଓବାଦୀଙ୍କୁ ଗୁଳି ବନ୍ଧୁକ ଯୋଗାଉଥିବା ଅଭିଯୋଗରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର କାସୋଲି ଫୋର୍ସ କ୍ୟାମ୍ପରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌।

ଅଭିଯୁକ୍ତ ଯବାନଙ୍କ ନାଁ ରାଜୁ କୁଜୁର।

ପୁଲିସ ତାଙ୍କୁ ଗିରଫ କରିବା ପରେ ଡେମୋ ପ୍ରଦର୍ଶନ କରାଇଛି। ସେ କେମିତି ସୁରକ୍ଷା ତାରବାଡ଼କୁ ଡେଇଁ ମାଓବାଦୀଙ୍କୁ ସହଯୋଗ କରୁଥିଲେ, ତାହାର ଡେମୋ ସେ କରି ଦେଖାଇଛନ୍ତି।

ତେବେ ସଂପୃକ୍ତ ଯବାନ କିମ୍ବା ପୁଲିସ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

https://youtu.be/jP8Vf6c1Rzc

Related story