‘ଆତ୍ମସମ୍ମାନକୁ ଜଗୁଥିବା ମହିଳା ଦୁଷ୍କର୍ମର ଶିକାର ହେଲେ ଆତ୍ମହତ୍ୟା କରିଦେବେ’

ଥିରୁଅନନ୍ତପୁରମ: ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେରଳ କଂଗ୍ରେସ ମୁଖ୍ୟ ମୁଲ୍ଲାପାଲ୍ଲି ରାମଚନ୍ଦ୍ରନ। ରବିବାର ଏହି ବିବାଦୀୟ ମନ୍ତବ୍ୟ ଦେବା ପରେ ସେ ସମାଲୋଚନାର ଶିକାର ହୋଇଛନ୍ତି। ପରେ ତାଙ୍କ କହିବାର ଉଦ୍ଦେଶ୍ୟକୁ ବିସ୍ତୃତ ଭାବରେ କହିଛନ୍ତି। ସୋଲାର ଦୁର୍ନୀତି, ରାଜନୀତିରେ ବ୍ଲାକମେଲିଂ ପ୍ରସଙ୍ଗରେ କେରଳ କଂଗ୍ରେସର ଏହି ବରିଷ୍ଠ ନେତା ମତ ରଖୁଥିବା ବେଳେ ଏଭଳି ବିବାଦୀୟ ମନ୍ତବ୍ୟ ରଖିଛନ୍ତି। କେପିସିସି ମୁଖ୍ୟ ଅଭିଯୋଗ କରିଛନ୍ତି ଯେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନୀ ଲୋକଙ୍କୁ […]

Congress

Subhransu Sekhar
  • Published: Sunday, 01 November 2020
  • , Updated: 01 November 2020, 07:03 PM IST

ଥିରୁଅନନ୍ତପୁରମ: ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେରଳ କଂଗ୍ରେସ ମୁଖ୍ୟ ମୁଲ୍ଲାପାଲ୍ଲି ରାମଚନ୍ଦ୍ରନ। ରବିବାର ଏହି ବିବାଦୀୟ ମନ୍ତବ୍ୟ ଦେବା ପରେ ସେ ସମାଲୋଚନାର ଶିକାର ହୋଇଛନ୍ତି। ପରେ ତାଙ୍କ କହିବାର ଉଦ୍ଦେଶ୍ୟକୁ ବିସ୍ତୃତ ଭାବରେ କହିଛନ୍ତି।

ସୋଲାର ଦୁର୍ନୀତି, ରାଜନୀତିରେ ବ୍ଲାକମେଲିଂ ପ୍ରସଙ୍ଗରେ କେରଳ କଂଗ୍ରେସର ଏହି ବରିଷ୍ଠ ନେତା ମତ ରଖୁଥିବା ବେଳେ ଏଭଳି ବିବାଦୀୟ ମନ୍ତବ୍ୟ ରଖିଛନ୍ତି। କେପିସିସି ମୁଖ୍ୟ ଅଭିଯୋଗ କରିଛନ୍ତି ଯେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନୀ ଲୋକଙ୍କୁ ଆଣି 'ବ୍ଲାକମେଲ ରାଜନୀତି' କରୁଛନ୍ତି।

‘ମୁଖ୍ୟମନ୍ତ୍ରୀ ଏଠାରେ ବ୍ଲାକମେଲ୍ ରାଜନୀତି କରୁଛନ୍ତି। ରାଜ୍ୟରେ ଏଭଳି ଚାଲିବନି। ଲୋକମାନେ ଠିକ୍ ବୁଝୁଛନ୍ତି। ଯେତେବେଳେ ଆପଣଙ୍କ ଦଳ କୌଣସି ଅଡୁଆରେ ପଡ଼େ ସେତେବେଳେ ଏଭଳି ସ୍ଥିତି ଉପୁଜେ’ ବୋଲି କେପିସିସି ସଭାପତି କହିଛନ୍ତି।

ଏହାପରେ ସେ କହିଛନ୍ତି, ଯଦି ଜଣେ ମହିଳା ଆତ୍ମସମ୍ମାନ ରଖୁଥିବେ ଦୁଷ୍କର୍ମର ଶିକାର ହେବେ ସେ ଆତ୍ମହତ୍ୟା କରିବେ ନହେଲେ ଆଉ ଏଭଳି ଘଟଣାର ପୁନରାବୃତ୍ତି କରିବାକୁ ଦେବେ ନାହିଁ।

ତେବେ ଏହାକୁ ନେଇ ବିବାଦ ବଢ଼ିବା ପରେ ରାଜ୍ୟ କଂଗ୍ରେସର ଏହି ବରିଷ୍ଠ ନେତା କହିଛନ୍ତି ଯେ ମୋର ମନ୍ତବ୍ୟ ଯଦି କାହାକୁ ବାଧିଛି, ତା’ହେଲେ ଏଥିପାଇଁ ମୁଁ ଅନୁତପ୍ତ। କିଛି ଗୋଷ୍ଠୀ ମୋର ମନ୍ତବ୍ୟକୁ ମହିଳା ବିରୋଧୀ ବୋଲି ଚିତ୍ରିତ କରୁଛନ୍ତି ବୋଲି ସେ କହିଛନ୍ତି।

Related story