୧୯୮୭ରେ ରାଜୀବ ଗାନ୍ଧିଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରିଥିଲା ସେନା: ହୁନ୍

ଚଣ୍ଡିଗଡ଼: ୧୯୮୭ ମସିହାରେ ଭାରତୀୟ ସେନା ରାଜୀବ ଗାନ୍ଧିଙ୍କ ସରକାରକୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଏହି ଦାବି କରିଛନ୍ତି ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡର ପୂର୍ବତନ କମାଣ୍ଡର ଏଲଟି ଜେନେରାଲ୍ ପି.ଏନ୍ ହୁନ୍। ସେ କହିଛନ୍ତି ଯେ ତତକାଳୀନ ସେନା ମୁଖ୍ୟ ଜେନେରାଲ୍ କ୍ରିଷ୍ଣସ୍ୱାମୀ ସୁନ୍ଦରଜୀ ଓ ସେନାର ଉପମୁଖ୍ୟ ତଥା ପରେ ସେନାଧ୍ୟକ୍ଷ ହୋଇଥିବା ଏସ୍.ଏଫ୍ ରୋଡ୍ରିଗ୍ୟୁଜ୍ ଏହି ଷଡ଼ଯନ୍ତ୍ର କରିଥିଲେ। କିଛି ବରିଷ୍ଠ ରାଜନେତାଙ୍କ କଥାରେ ପଡ଼ି ଏହିଭଳି ଷଡ଼ଯନ୍ତ୍ର ରଚା ଯାଇଥିଲା। […]

rajiv

rajiv

Rakesh Mallick
  • Published: Sunday, 04 October 2015
  • Updated: 04 October 2015, 10:12 AM IST

Sports

Latest News

ଚଣ୍ଡିଗଡ଼: ୧୯୮୭ ମସିହାରେ ଭାରତୀୟ ସେନା ରାଜୀବ ଗାନ୍ଧିଙ୍କ ସରକାରକୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଏହି ଦାବି କରିଛନ୍ତି ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡର ପୂର୍ବତନ କମାଣ୍ଡର ଏଲଟି ଜେନେରାଲ୍ ପି.ଏନ୍ ହୁନ୍। ସେ କହିଛନ୍ତି ଯେ ତତକାଳୀନ ସେନା ମୁଖ୍ୟ ଜେନେରାଲ୍ କ୍ରିଷ୍ଣସ୍ୱାମୀ ସୁନ୍ଦରଜୀ ଓ ସେନାର ଉପମୁଖ୍ୟ ତଥା ପରେ ସେନାଧ୍ୟକ୍ଷ ହୋଇଥିବା ଏସ୍.ଏଫ୍ ରୋଡ୍ରିଗ୍ୟୁଜ୍ ଏହି ଷଡ଼ଯନ୍ତ୍ର କରିଥିଲେ। କିଛି ବରିଷ୍ଠ ରାଜନେତାଙ୍କ କଥାରେ ପଡ଼ି ଏହିଭଳି ଷଡ଼ଯନ୍ତ୍ର ରଚା ଯାଇଥିଲା। ସେହି ରାଜନେତାମାନଙ୍କର ରାଜୀବ ଗାନ୍ଧିଙ୍କ ସହିତ ଭଲ ସଂପର୍କ ନଥିଲା।   ଏପରିକି ତିନିଟି ପାରା-କୋମାଣ୍ଡୋ ବାଟାଲିୟନକୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ବି ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରୁ ଗୋଟିଏ କୋମାଣ୍ଡୋ ଟିମ୍ ୱେଷ୍ଟର୍ଣ୍ଣ କମାଣ୍ଡର ଥିଲା।

ହୁନ୍ କହିଛନ୍ତି ଯେ ୧୯୮୭ରେ ସେ ୱେଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ଥିଲେ। ସେହି ବର୍ଷ ମେ-ଜୁନ୍ ମାସରେ ସେ ସରକାରୀ କାର୍ଯ୍ୟରେ ନୂଆଦିଲ୍ଲୀରେ ଥିଲେ। ସେତେବେଳେ ସେ ସେନା ମୁଖ୍ୟାଳୟରୁ ଏକ ଚିଠି ପାଇଲେ। ତିନିଟି ପାରା-କୋମାଣ୍ଡୋ ବାଟାଲିୟନ୍ ଦେବାକୁ ତାଙ୍କୁ କୁହାଯାଇଥିଲା। ସେଥିରୁ ଗୋଟିଏ ପାରା-କୋମାଣ୍ଡୋ ୱେଷ୍ଟର୍ଣ୍ଣ କମାଣ୍ଡରୁ ଦେବାକୁ କୁହାଯାଇଥିଲା। ସେହିପରି ନର୍ଥ ଓ ସାଉଥ୍ କମାଣ୍ଡରୁ ଯଥାକ୍ରାମେ ନବମ ଓ ଦଶମ ପାରା କୋମାଣ୍ଡୋକୁ ଦେବାକୁ କୁହାଯାଇଥିଲା। ସେନାର ତତକାଳୀନ ଉପମୁଖ୍ୟ ଏସ୍.ଏଫ୍ ରୋଡିଗ୍ୟୁଜଙ୍କୁ ରିପୋର୍ଟ କରିବାକୁ ଏହି ତିନି ପାରା-କୋମାଣ୍ଡୋକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଥିଲା। ଏହି ଚିଠି ପାଇବା ପରେ ସେ ସଙ୍ଗେ ସଙ୍ଗେ ରାଜୀବ ଗାନ୍ଧି ଓ ତାଙ୍କ ପ୍ରମୁଖ ସଚିବ ଗୋପି ଏରୋରାଙ୍କୁ ଅବଗତ କରାଇଥିଲେ। ଏପରିକି ଚିଠିଟିକୁ ମଧ୍ୟ ସେମାନଙ୍କୁ ଦେଖାଇଥିଲେ। ହୁନ୍ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଅନୁମତି ବିନା କୌଣସି ଟ୍ରୁପକୁ ଆଗକୁ ବଢ଼ିବାକୁ ଦିଆଯାଇପାରିବ ନାହିଁ ବୋଲି  ଦିଲ୍ଲୀ ଏରିଆ କୋମାଣ୍ଡରଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ସେ କହିଛନ୍ତି ଯେ ରାଜୀବ ଗାନ୍ଧିଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଭି.ସି ଶୁକ୍ଳା ସେନାର ସମ୍ଭାବ୍ୟ ଦିଲ୍ଲୀ ପ୍ରବେଶ ସଂପର୍କରେ ଅବଗତ ଥିଲେ।

ଅନ୍ୟପକ୍ଷରେ ହୁନଙ୍କ ଏଭଳି ଦାବିକୁ  ୯୪ ବର୍ଷୀୟ ପୂର୍ବତନ ଏୟାର ମାର୍ଶାଲ୍ ରଣଧୀର ସିଂହ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେନା ପକ୍ଷରୁ ଏଭଳି କୌଣସି ଉଦ୍ୟମ ହୋଇ ନ ଥିଲା। ଭାରତରେ ଏଭଳି ସମ୍ଭବ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story