ଶୌଚାଳୟ ଫଟୋ ପଠାଅ, ନହେଲେ ଦରମା ବନ୍ଦ

ସୀତାପୁର: ‘ଶୀର୍ଷକ’ଟି ପଢ଼ି ଟିକେ ଦ୍ୱନ୍ଦ୍ୱରେ ପଡ଼ିଥିବେ! ଭାବିଥିବେ କେଉଁ ଶୌଚାଳୟ ଫଟୋ ପଠାଯିବ, କିଏ ପଠାଇବ, କାହା ଦରମା ବନ୍ଦ ହୋଇଯିବ….। ଆମେ ପୂରା ଘଟଣା ବିଷୟରେ କହିବା ପୂର୍ବରୁ ଯେଉଁ ଫଟୋଟି ଆପଣମାନେ ଦେଖୁଛନ୍ତି, ତା’ ବିଷୟରେ କିଛି କହି ଦେଉଛୁ। ଏ ଫଟୋଟିକୁ ଆପଣମାନେ ଭଲ ଭାବେ ଦେଖି ସାରିଥିବେ। ଜଣେ ବ୍ୟକ୍ତି ଷ୍ଟୁଲ ପକାଇ ବସିଛନ୍ତି। ସେ ଯେ ପାଇଖାନା ଘରେ ବସିଛନ୍ତି ତାହା ଆପଣମାନେ ଜାଣି ସାରିବେଣି। ଏ ବ୍ୟକ୍ତି […]

111

111

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 10:47 PM IST

Sports

Latest News

ସୀତାପୁର: ‘ଶୀର୍ଷକ’ଟି ପଢ଼ି ଟିକେ ଦ୍ୱନ୍ଦ୍ୱରେ ପଡ଼ିଥିବେ! ଭାବିଥିବେ କେଉଁ ଶୌଚାଳୟ ଫଟୋ ପଠାଯିବ, କିଏ ପଠାଇବ, କାହା ଦରମା ବନ୍ଦ ହୋଇଯିବ....। ଆମେ ପୂରା ଘଟଣା ବିଷୟରେ କହିବା ପୂର୍ବରୁ ଯେଉଁ ଫଟୋଟି ଆପଣମାନେ ଦେଖୁଛନ୍ତି, ତା’ ବିଷୟରେ କିଛି କହି ଦେଉଛୁ।

ଏ ଫଟୋଟିକୁ ଆପଣମାନେ ଭଲ ଭାବେ ଦେଖି ସାରିଥିବେ। ଜଣେ ବ୍ୟକ୍ତି ଷ୍ଟୁଲ ପକାଇ ବସିଛନ୍ତି। ସେ ଯେ ପାଇଖାନା ଘରେ ବସିଛନ୍ତି ତାହା ଆପଣମାନେ ଜାଣି ସାରିବେଣି। ଏ ବ୍ୟକ୍ତି ଜଣଙ୍କ ଜଣେ ଶିକ୍ଷକ। ସେ ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାରେ ଏକ ସରକାରୀ ସ୍କୁଲରେ ଅଧ୍ୟକ୍ଷ ଅଛନ୍ତି। ସେ ପାଇଖାନା ଘରେ ଷ୍ଟୁଲ ପକାଇ ବସିଥିବାର ଏକ ଫଟୋ ଦେବା ସହିତ ତାଙ୍କ ସଂପର୍କତ କିଛି ସୂଚନା ବି ଦେଇଛନ୍ତି। ଆଉ ଏହା ସୋସିଆଲ୍ ମିଡିଆରେ ଭାରି ଭାଇରାଲ୍ ହୋଇଛି। ତେବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପାଇଁ ସେ ଏମିତି ଫଟୋ ଦେଇ ନାହାନ୍ତି। ଏମିତି ଫଟୋ ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଆସିଥିଲା। ତାଙ୍କ ଉପର ଅଫିସରଙ୍କ ନିର୍ଦ୍ଦେଶକ୍ରମେ ସେ ଏମିତି ଭାବେ ଫଟୋ ଉଠାଇ ଜିଲ୍ଲା ପଞ୍ଚାୟତରାଜ ଅଫିସରଙ୍କ ଠାରେ ଦାଖଲ କରିଛନ୍ତି।  ଏମିତି ଫଟୋଟିଏ ନ ଦେଲେ ସେ ଆସନ୍ତା ମାସରେ ସେ ଦରମା ବନ୍ଦ ପାଇନଥାଆନ୍ତା। ତେବେ ଏ ନିର୍ଦ୍ଦେଶ ଖାଲି ତାଙ୍କୁ ଦିଆଯାଇନି,ସୀତାପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯାଇଛି ଏମିତି ନିର୍ଦ୍ଦେଶ। ଖୋଦ୍ ଜିଲ୍ଲାପାଳ ଶୀତଲ ବର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି।

ସବୁ ସରକାରୀ କର୍ମଚାରୀ ଯେଭଳି ସେମାନଙ୍କ ଘରେ ଥିବା ଶୌଚାଳୟର ଫଟୋ ଜିଲ୍ଲା ପଞ୍ଚାୟତିରାଜ ଅଫିସରଙ୍କ ନିକଟରେ ଦାଖଲ କରିବେ ସେ ନେଇ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାୟୀ ଦେଶର ସମସ୍ତ ଗାଁକୁ ‘ଖୋଲାରେ ମଳତ୍ୟାଗ ମୁକ୍ତ’ ସ୍ଥାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ପ୍ରତ୍ୟେକ ଘରେ ଶୌଚାଳୟ ରହିବା ନିହାତି ଦରକାର। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଘରର ଶୌଚାଳୟ ଫଟୋ ଦାଖଲ କରିବାକୁ କୁହାଯାଇଛି। ଏ ନିର୍ଦ୍ଦେଶ ନ ମାନିଲେ ସେମାନଙ୍କ ଦରମା ବନ୍ଦ କରି ଦିଆଯିବ।

ସୂଚନାଯୋଗ୍ୟ, ମେ’ ୨୭ ତାରିଖକୁ ଜିଲ୍ଲାପାଳ ଡେଡ୍‌ଲାଇନ୍ ରଖିଥିଲେ। ଅର୍ଥାତ୍ ୨୭ ତାରିଖ ସୁଦ୍ଧା ଏମିତି ଫଟୋ ଦାଖଲ କରିବାକୁ କୁହାଯାଇଥିଲା।

ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ଅନେକ ସ୍ୱାଗତ କରିଥିବା ବେଳେ, ଆଉ କେହି କେହି ସମାଲୋଚନା କରିଛନ୍ତି। ଏଭଳି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବାକୁ କେତେକ କର୍ମଚାରୀ ଆବେଦନ କରିଥିଲେ। ତେବେ ଜିଲ୍ଲାପାଳ ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

ଜିଲ୍ଲାର ଜଣେ ଶିକ୍ଷା ଅଧିକାରୀ କହିଛନ୍ତି, ଜିଲ୍ଲାପାଳ ହୁକୁମ ଦେଇ ନାହାଁନ୍ତି। ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଭାରତକୁ ଖୋଲାରେ ମଳତ୍ୟାଗ ମୁକ୍ତ ଦେଶ ଭାବେ ଗଢ଼ି ତୋଳିବାରେ ସରକାରୀ କର୍ମଚାରୀଙ୍କ ଯୋଗଦାନ ରହୁ ଓ ଏ ଦିଗରେ ସେମାନେ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ଜିଲ୍ଲାପାଳ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story