ପଦ ଛାଡ଼ିଲେ କଂଗ୍ରେସର ବରିଷ୍ଠ ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ହେବାର ମାସେ ନ ପୂରୁଣୁ ଜଣେ ବରିଷ୍ଠ କଂଗ୍ରେସ ନେତା ଦଳୀୟ ପଦବୀ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ବରିଷ୍ଠ କଂଗ୍ରେସ ନେତା ଏସ୍‌ଆର ପାଟିଲ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ମେ’ ୨୫ ତାରିଖରେ ପଠାଇ ଦେଇଛନ୍ତି। ତେବେ ରାହୁଲ ଗାନ୍ଧି ଏବେ ବିଦେଶ […]

srpatill

srpatill

Rakesh Mallick
  • Published: Monday, 04 June 2018
  • Updated: 04 June 2018, 11:34 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ହେବାର ମାସେ ନ ପୂରୁଣୁ ଜଣେ ବରିଷ୍ଠ କଂଗ୍ରେସ ନେତା ଦଳୀୟ ପଦବୀ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ବରିଷ୍ଠ କଂଗ୍ରେସ ନେତା ଏସ୍‌ଆର ପାଟିଲ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ମେ’ ୨୫ ତାରିଖରେ ପଠାଇ ଦେଇଛନ୍ତି। ତେବେ ରାହୁଲ ଗାନ୍ଧି ଏବେ ବିଦେଶ ଗସ୍ତରେ ଥିବାରୁ  ତାଙ୍କ ଚିଠିର ଜବାବ ଦେଇ ନାହିଁନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଯୋଗୁଁ ସେ ନୈତିକତା ଦୃଷ୍ଟିରୁ ଇସ୍ତାଫା ଦେଇଛନ୍ତି ବୋଲି ଏସ୍‌ ଆର ପାଟିଲ କହିଛନ୍ତି।

ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଲି

ଗତକାଲି ପାଟିଲ ହୁବାଲୀ ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେ କହିଥିଲେ,“ହାଇକମାଣ୍ଡ ମୋ ଉପରେ ବିଶ୍ୱାସ ରଖି ଉତ୍ତର କର୍ଣ୍ଣାଟକରେ ଅଧିକରୁ ଅଧିକ ଆସନରେ କିପରି ଦଳ ବିଜୟୀ ହେବ ସେ ନେଇ ନିଶ୍ଚିତ କରିବାକୁ କହିଥିଲେ। ହେଲେ ସେଠାରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟକୁ ମୁଁ ସୁନିଶ୍ଚିତ କରିପାରିଲି ନାହିଁ। ତେଣୁ ମୁଁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିଲି। ମୋର କୌଣସି କର୍ମୀଙ୍କ ସହ ମତାନ୍ତର ନାହିଁ। ଏମତିକି କୌଣସି ପଦବୀ ପାଇଁ ମୋର ଲାଳସା ନାହିଁ। ”

siddaramaiah

ଉପମୁଖ୍ୟମନ୍ତ୍ରୀ ହେବାକୁ ଆଶା ଥିଲା

ଦଳ ଭିତରୁ ମିଳିଥିବା ଖବର ଅନୁଯାୟୀ, ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ପାଟିଲଙ୍କୁ କିଛି ନେତା ସମାଲୋଚନା କରିଥିଲେ। ଏନେଇ ଜଣେ କଂଗ୍ରେସ ନେତା କହିଛନ୍ତି,“କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ହେବା ନେଇ ପାଟିଲଙ୍କ ସହ ପରାମର୍ଶ ନିଆଯାଇନଥିଲା। ଏମତିକି ସେ ଲିଙ୍ଗାୟତ କୋଟାରେ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶା ରଖିଥିଲେ। ତେବେ ଏଥିରେ ବିଫଳ ହେବା ପରେ ସେ ରାଗି ଯାଇଥିଲେ।”

ଅବଶ୍ୟ ପାଟିଲ ଏ କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଦଳର କୌଣସି ନେତାଙ୍କ ଉପରେ ରାଗି ନାହାଁନ୍ତି କି କୌଣସି ପଦପଦବୀର ଆଶା ରଖି ନଥିଲେ। ସେ ଦଳର ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ କରେ ବୋଲି କହିଛନ୍ତି।

 ଏକ ଗୋଷ୍ଠୀ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ

କୁହାଯାଉଛି ବିଜୟପୁର, ଦିଗଲକୋଟ ଓ ଗଡ଼ଗର କଂଗ୍ରେସ ପ୍ରାର୍ଥୀ ଓ କର୍ମୀମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। କାରଣ ସେ ସେଠାକୁ ପ୍ରଚାର କରିବାକୁ ଯାଇନଥିଲେ। ସେ କେବଳ ବାଦାମୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଗୁରୁତ୍ୱ ଦେଇଥିଲେ। ଏଠାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରାର୍ଥୀ  ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story