ପାଟନା: ବିହାରରେ ପୁଣି ବଦଳିଛି ରାଜନୈତିକ ସ୍ଥିତି। ବିଜେପି ଛାଡ଼ି ଆର୍ଜେଡି ଓ କଂଗ୍ରେସର ହାତ ଧରିଥିବା ନୀତୀଶ କୁମାର ପୁଣି ଥରେ ଧରିଛନ୍ତି ବିଜେପିର ହାତ। ଫେରି ଆସିଛନ୍ତି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପରିବାରକୁ। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ଜେଡିୟୁର ସମସ୍ତ ନେତା ଗ୍ରହଣ କରିପାରି ନାହାନ୍ତି। ତାଙ୍କର ଏ ନିଷ୍ପତ୍ତିକୁ ବିରୋଧ କରି ମୁହଁ ଖୋଲିଛନ୍ତି ଦୁଇ ଜଣ ନେତା। ସେମାନେ ହେଲେ ରାଜ୍ୟସଭା ସାଂସଦ ଅଲ୍ଲୀ ଅନୱର ଓ ଦଳର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ। ପ୍ରଥମେ ମୁହଁ ଖୋଲି ଥିଲେ ଅଲ୍ଲୀ ଅନୱର। ତା’ପରେ ପରେ ବିରୋଧ କରିଛନ୍ତି ଶରଦ ଯାଦବ। ସେ କହିଛନ୍ତି ଯେ ନୀତୀଶ କୁମାର ଭୁଲ୍ ନିଷ୍ପତ୍ତି ନେଇଛନ୍ତି। ସେ ଏଭଳି ନିଷ୍ପତ୍ତି ଏତେ ଶୀଘ୍ର ନେବାର ନ ଥିଲା। ଏହା ଦ୍ୱାରା ରାଜ୍ୟବାସୀଙ୍କ ନିକଟକୁ ଏକ ଭୁଲ୍ ବାର୍ତ୍ତା ଯାଇଛି।
ଏଠାରେ ସୂଚନାଯୋଗ୍ୟ, ଜେଡିୟୁରେ ୫ ଜଣ ମୁସ୍ଲିମ୍ ବିଧାୟକ ଥିବା ବେଳେ ଯାଦବ ସମୁଦାୟରୁ ୧୧ ଜଣ ବିଧାୟକ ଅଛନ୍ତି।
ସାଂସଦ ଅଲ୍ଲୀ ଅନୱର କହିଛନ୍ତି,“ନୀତୀଶ ତାଙ୍କ ଅନ୍ତରାତ୍ମା କଥା ଶୁଣି ବିଜେପି ସହିତ ହାତ ମିଳାଇଛନ୍ତି। କିନ୍ତୁ ମୋ ମନ କହୁଛି ଏହା ଠିକ୍ ନୁହେଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।