ଏକଜିଟ୍ ପୋଲ୍ ଫଳାଫଳ ଆସିବା ପରେ ଶେଆର ମାର୍କେଟ୍‌ ଗରମ

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଏବଂ ଏଜେନ୍ସି ପକ୍ଷରୁ ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇବା ପରେ ଶେୟାର୍ ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବହୁମତ ମିଳୁଥିବା ଭବିଷ୍ୟବାଣୀ ହେବା ପରେ ମାର୍କେଟ୍‌ରେ କାରବାର ବୃଦ୍ଧି ହୋଇଛି। ୨୦୧୪ ପରି ବିଜେପି ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଏକଜିଟ୍‌ ପୋଲ୍‌ ଆକଳନ କରିଛି। ଆଜି ଶେୟାର ମାର୍କେଟ୍‌ରେ କାରବାର ଆରମ୍ଭରୁ ଉଭୟ Nifty ଏବଂ Sensexରେ ଉତ୍ସାହଜନକ ରହିଛି। Sensex ପ୍ରଥମ […]

bnm-1

Tapas Behera
  • Published: Monday, 20 May 2019
  • , Updated: 20 May 2019, 02:28 PM IST

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଏବଂ ଏଜେନ୍ସି ପକ୍ଷରୁ ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇବା ପରେ ଶେୟାର୍ ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବହୁମତ ମିଳୁଥିବା ଭବିଷ୍ୟବାଣୀ ହେବା ପରେ ମାର୍କେଟ୍‌ରେ କାରବାର ବୃଦ୍ଧି ହୋଇଛି। ୨୦୧୪ ପରି ବିଜେପି ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଏକଜିଟ୍‌ ପୋଲ୍‌ ଆକଳନ କରିଛି।

ଆଜି ଶେୟାର ମାର୍କେଟ୍‌ରେ କାରବାର ଆରମ୍ଭରୁ ଉଭୟ Nifty ଏବଂ Sensexରେ ଉତ୍ସାହଜନକ ରହିଛି। Sensex ପ୍ରଥମ ସେସନ୍‌ରେ ୯୬୨ ପଏଣ୍ଟ୍‌ ବୃଦ୍ଧି ପାଇଛି।  ସେହିପରି Nifty ମଧ୍ୟ ୨୦୩ ପଏଣ୍ଟ ବୃଦ୍ଧିରୁ କାରବାର ଆରମ୍ଭ କରିଛି।

ସେହିପରି ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।  ୟୁଏସ୍ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୯ ପଇସା ବୃଦ୍ଧି ପାଇଛି।

Related story