ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଟେନିସ ଷ୍ଟାର ସେରେନା ୱିଲିୟମ୍ସ ନିଜ ବୟଫ୍ରେଣ୍ଡ ତଥା ରେଡିଟ୍ କମ୍ପାନୀର ସହ-ପ୍ରତିଷ୍ଠାତା ଆଲେକ୍ସ ଓହନିଆୟନଙ୍କୁ ଶେଷରେ ବିବାହ କରିଛନ୍ତି। ସେରେନାଙ୍କ ବିବାହାରେ ଅନେକ ପ୍ରସିଦ୍ଧ ବ୍ୟକ୍ତି, ସେଲିବ୍ରେଟି ଓ ଖେଳାଳି ସାମିଲ ହୋଇଥିଲେ। ଏହି ବିବାହ ୟୁଏସ୍ଏ’ର ନ୍ୟୁ ଓର୍ଲିଆନ୍ସ ସହରରେ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ଉତ୍ସବରେ ପ୍ରାୟ ୨୫୦ ଜଣ ଅତିଥି ଯୋଗ ଦେଇଥିଲେ।
ଏହି ବିବାହରେ ଅତିଥି ମାନଙ୍କୁ ମୋବାଇଲ ଆଣିବାକୁ ଅନୁମତି ଦିଆଯାଇନଥିଲା। ବିବାହର ଫଟୋ ବାହାରକୁ କିପରି ନଯିବ ସେଥିପାଇଁ ଏଭଳି ନିୟମ କରାଯାଇଥିଲା। ବିବାହର ଫଟୋସୁଟ୍ ପାଇଁ ଏକ ମେଗାଜିନ୍କୁ କଣ୍ଟ୍ରାକ୍ଟ ଦିଆଯାଇଥିଲା। ବିବାହକୁ ଆସୁଥିବା ଲୋକଙ୍କୁ ତାଙ୍କ ନାଁର ଏକ ଗୋଲ୍ଡେନ ଟ୍ରଫି ଉପହାର ଦିଆଯାଇଥିଲା।
ସେରେନା ଓ ଆଲେକ୍ସ ୨୦୧୫ରୁ ଡେଟିଂ କରିଆସୁଥିଲେ। ଗତ ସେପ୍ଟେମ୍ବର ମାସରେ ସେରେନା ମା ହୋଇଥିଲେ। ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସେ ଏପର୍ଯ୍ୟନ୍ତ ୩୯ଟି ଗ୍ରାଣ୍ଡ ସ୍ଲାମ ଜିତିସାରିଛନ୍ତି। ୩୬ ବର୍ଷିୟା ସେରେନାଙ୍କ ଠାରୁ ତାଙ୍କ ସ୍ୱାମୀ ଅଲେକ୍ସ ବୟସରେ ସାନ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।