୪୦ ମିଲିୟନ କରୋନା ଟିକା ପ୍ରସ୍ତୁତ କରିସାରିଲାଣି ସେରମ ଇନଷ୍ଟିଚ୍ୟୁଟ

ବେଙ୍ଗାଲୁରୁ: ବିଶ୍ୱର ସର୍ବବୃହତ୍ତ ଟିକା ଉତ୍ପାଦନକାରୀ ସଂସ୍ଥା ପୁଣେର ସେରମ ଇନଷ୍ଟିଚ୍ୟୁଟ ଆଜି ବଡ଼ ଘୋଷଣା କରିଛି। ଏଯାଏ କୌଣସି ଟିକାକୁ ବିଧିବଦ୍ଧ ଅନୁମତି ମିଳି ନଥିଲେ ହେଁ ସେରମ ଆଷ୍ଟ୍ରେଜେନେକାର ସମ୍ଭାବ୍ୟ କରୋନାର ଟିକାର ୪୦ ମିଲିୟନ ଡୋଜ ପ୍ରସ୍ତୁତ କରି ସାରିଥିବା କହିଛି। ସେହିପରି ଖୁବଶୀଘ୍ର ସଂସ୍ଥା ପକ୍ଷରୁ ନୋଭାକ୍ସ ଟିକାର ଉତ୍ପାଦନ ଆରମ୍ଭ କରିବ ବୋଲି ଘୋଷଣା କରିଛି। ଏହି ଦୁଇଟି ଯାକ ଟିକା ପଞ୍ଜୀକରଣ ସହ ବଜାର ପ୍ରବେଶ ପାଇଁ ଅନୁମତି […]

f

Hemant Lenka
  • Published: Thursday, 12 November 2020
  • , Updated: 12 November 2020, 04:48 PM IST

ବେଙ୍ଗାଲୁରୁ: ବିଶ୍ୱର ସର୍ବବୃହତ୍ତ ଟିକା ଉତ୍ପାଦନକାରୀ ସଂସ୍ଥା ପୁଣେର ସେରମ ଇନଷ୍ଟିଚ୍ୟୁଟ ଆଜି ବଡ଼ ଘୋଷଣା କରିଛି। ଏଯାଏ କୌଣସି ଟିକାକୁ ବିଧିବଦ୍ଧ ଅନୁମତି ମିଳି ନଥିଲେ ହେଁ ସେରମ ଆଷ୍ଟ୍ରେଜେନେକାର ସମ୍ଭାବ୍ୟ କରୋନାର ଟିକାର ୪୦ ମିଲିୟନ ଡୋଜ ପ୍ରସ୍ତୁତ କରି ସାରିଥିବା କହିଛି। ସେହିପରି ଖୁବଶୀଘ୍ର ସଂସ୍ଥା ପକ୍ଷରୁ ନୋଭାକ୍ସ ଟିକାର ଉତ୍ପାଦନ ଆରମ୍ଭ କରିବ ବୋଲି ଘୋଷଣା କରିଛି।

ଏହି ଦୁଇଟି ଯାକ ଟିକା ପଞ୍ଜୀକରଣ ସହ ବଜାର ପ୍ରବେଶ ପାଇଁ ଅନୁମତି ଲୋଡ଼ିଛନ୍ତି। ଅନୁମତି ମିଳି ନଥିଲେ ହେଁ ସେରମ ଇନଷ୍ଟିଚ୍ୟୁଟ ଟିକା ତିଆରି କରିବା ଆରମ୍ଭ କରିଦେଇଛି। ଏହାଦ୍ୱାରା ଟିକାକୁ ଅନୁମତି ମିଳିଲେ, ଏହା ଯଥାଶୀଘ୍ର ଲୋକଙ୍କ ପାଖରେ ପହଞ୍ଚି ପାରିବ।

ତେବେ ଏହି ୪୦ ମିଲିୟନ କରୋନା ଟିକା ଭାରତ ପାଇଁ ନା ଅନ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଦିଆଯିବ, ସେ ବିଷୟରେ ସଂସ୍ଥା ପକ୍ଷରୁ କିଛି ବି କୁହାଯାଇ ନାହିଁ।

ଆଷ୍ଟ୍ରେଜେନେକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳ ପ୍ରସ୍ତୁତ କରିଥିବା କରୋନା ଟିକାର ଉତ୍ପାଦନ ଦାୟିତ୍ୱ ସେରମକୁ ମିଳିଛି। ଭାରତରେ ଏହି ଟିକାର ସେରମ ତତ୍ତ୍ୱାବଧାନରେ କରାଯାଉଛି। ଏଥିରେ ପ୍ରାୟ ୧୬ ଶହ ଲୋକ ସାମିଲ ହୋଇଛନ୍ତି। ସେରମ ପକ୍ଷରୁ କୁହାଯାଇଛି ଯେ ଆଷ୍ଟ୍ରେଜେନିକା ପ୍ରସ୍ତୁତ କରିଥିବା କରୋନା ଟିକା ବିଶ୍ୱର ସବୁଠାରେ ଆଗରେ ରହିଛି। ଏହି ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆଇସିଏମଆର ଟଙ୍କା ଦେଇଛି। ବର୍ତ୍ତମାନ ସେରମ ଓ ଆଇସିଏମଆର ପକ୍ଷରୁ ଭାରତ ୧୫ଟି ସ୍ଥାନରେ ଟିକାର ୨ୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରାଯାଉଛି।

Related story