ଫସର ଫାଟିଲା ଭାରତ ବିରୋଧରେ ଚୀନର ଚକ୍ରାନ୍ତ; ଝଟ୍‌କା ଦେଲା ଆମେରିକା

ଡୋକଲାମରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇ ରହିଛନ୍ତି। ଏହି ପ୍ରସଙ୍ଗରେ ଚୀନ ଅନ୍ୟ ଦେଶ ମାନଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗିପଡ଼ିଛି। ଏଭଳି କରି ଚୀନ ଭାରତକୁ ଆକ୍ରମଣକାରୀ ଓ ନିଜକୁ ଡିଫେଣ୍ଡର ଭାବେ ଚିତ୍ରଣ କରିବାକୁ ଉଦ୍ୟମ କରୁଛି। ଚୀନ ଅଧିକାରୀମାନେ ଲଗାତାର ଉଦ୍ୟମ କରୁଛନ୍ତି ଯେ ଅନ୍ୟ ଦେଶଗୁଡ଼ିକ ଭାରତ ଉପରେ ଚାପ ପକାନ୍ତୁ ଓ ଡୋକଲାମରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ କୁହନ୍ତୁ। କିନ୍ତୁ ଲାଗୁଛି ଚୀନ ତା’ର ଏହି […]

flag

flag

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 12:35 PM IST

Sports

Latest News

ଡୋକଲାମରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇ ରହିଛନ୍ତି। ଏହି ପ୍ରସଙ୍ଗରେ ଚୀନ ଅନ୍ୟ ଦେଶ ମାନଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗିପଡ଼ିଛି। ଏଭଳି କରି ଚୀନ ଭାରତକୁ ଆକ୍ରମଣକାରୀ ଓ ନିଜକୁ ଡିଫେଣ୍ଡର ଭାବେ ଚିତ୍ରଣ କରିବାକୁ ଉଦ୍ୟମ କରୁଛି। ଚୀନ ଅଧିକାରୀମାନେ ଲଗାତାର ଉଦ୍ୟମ କରୁଛନ୍ତି ଯେ ଅନ୍ୟ ଦେଶଗୁଡ଼ିକ ଭାରତ ଉପରେ ଚାପ ପକାନ୍ତୁ ଓ ଡୋକଲାମରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ କୁହନ୍ତୁ। କିନ୍ତୁ ଲାଗୁଛି ଚୀନ ତା’ର ଏହି ଉଦ୍ୟମରେ ବିଫଳ ହେବ। ଏହି ପ୍ରସଙ୍ଗରେ ଚୀନ ଓ ଆମେରିକା ପ୍ରତିନିଧି ମଣ୍ଡଳ ମଧ୍ୟରେ ଆଲୋଚନା ହୋଇଛି। ଆଉ ଆମେରିକା ଚୀନକୁ ଝଟ୍‌କା ଦେଇଛି। ତେବେ ଭାରତର ଭଲ ପାଇଁ ଆମେରିକା ଚୀନକୁ ଝଟ୍‌କା ଦେଇଛି ଭାବିବା ଭୁଲ୍। ମୂଳ କଥା ହେଲେ ଆମେରିକା ଓ ଚୀନ ମଧ୍ୟରେ ବ୍ୟବସାୟିକ ଅସମାନତା ରହିଛି। ଆମେରିକା ଚାହୁଁଛି ଚୀନ ନିଜ ଆଡ଼ୁ ଆମେରିକାକୁ ଇସ୍ପାତ ଓ ଅନ୍ୟ ଇସ୍ପାତ୍ ଜନିତ ଉତ୍ପାଦକ ରପ୍ତାନୀକୁ ହ୍ରାସ କରୁ। ଏହା ସହିତ ଚୀନ ତାଙ୍କ ସାମଗ୍ରୀ କିଣୁ ବୋଲି ଆମେରିକା ଦାବି କରିଛି। ତା’ପରେ ଯାଇ ଦୁଇ ଦେଶ ମଧ୍ୟରେ କଥା ଆଗକୁ ବଢ଼ିବ ବୋଲି ଆମେରିକା କହିଛି। ତେଣୁ ଅର୍ଥବ୍ୟବସ୍ଥା ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ଫେଲ୍ ହୋଇଛି।

ଆମେରିକା-ଚୀନ ଷ୍ଟ୍ରାଟେଜିକ୍ ଇକୋନୋମିକ୍ ଡାଏଲଗ୍ ପଛରେ ଚୀନର ଆଉ ଏକ ଉଦ୍ଦେଶ୍ୟ ଥିଲା। ଏହି ଆଲୋଚନା ବେଳେ ଚୀନ ଭାରତକୁ ବିରୋଧ କରିବା ପାଇଁ ଆମେରିକାକୁ ପ୍ରବର୍ତ୍ତାଇବାକୁ ସବୁ ବ୍ୟବସ୍ଥା କରିଥିଲା। ଡୋକଲାମ ପ୍ରସଙ୍ଗ ଉଠାଇ ଚୀନ ଆମେରିକାର ସମର୍ଥନ ହାସଲ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ମୂଳ ପ୍ରସଙ୍ଗ- ଅର୍ଥବ୍ୟବସ୍ଥା ହିଁ ଫେଲ୍ ମାରି ଯାଇଥିଲା।    ଷ୍ଟ୍ରାଟେଜିକ୍ ଇକୋନୋମିକ୍ ଡାଏଲଗ୍ ପରେ ଦୁଇ ଦେଶ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ ହୋଇ ନ ଥିଲା। ଏଥିରୁ ଜଣାପଡ଼ୁଛି ଦୁଇ ଦେଶ ମଧ୍ୟରେ ଏ ନେଇ କୌଣସି ପ୍ରସଙ୍ଗ ଉପରେ ସହମତି ହୋଇପାରି ନାହିଁ। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଷ୍ଟ୍ରାଟେଜିକ୍ ଇକୋନୋମିକ୍ ଡାଏଲଗ ଫେଲ୍ ମାରିବା ଚୀନ ପାଇଁ ଏକ ବଡ଼ ଝଟ୍‌କା। ଏହା ଦ୍ୱାରା ଚୀନ ଚାପରେ ରହିବ। ଭାରତ ଉପରେ ଚାପ ପକାଇବା ପାଇଁ ଉଦ୍ୟମ କରିଥିବା ଚୀନ ଏବେ ନିଜେ ଚାପରେ ଅଛି। ଆମେରିକା ତା’ ଉପରେ ଚାପ ପକାଇଛି। ଏଭଳି ସ୍ଥିତିରେ ଡୋକଲାମ ବିବାଦରେ ଭାରତ ବିରୁଦ୍ଧରେ ଆମେରିକାର ସମର୍ଥନ ହାସଲ କରିବା ଚୀନ ପାଇଁ କଷ୍ଟକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story