ସେକ୍ସ ସିଡି ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଗିରଫ ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମାଙ୍କୁ ରାୟପୁର ଆଣିଛି ଛତିଶଗଡ଼ ପୋଲିସ। ମନ୍ତ୍ରୀଙ୍କ ସେକ୍ସ ସିଡି ଏବଂ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ ବିନୋଦ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ରାୟପୁର ପହଞ୍ଚିବା ପରେ ସେ କହିଛନ୍ତି, ବର୍ତ୍ତମାନ କେବଳ ସମୁଦ୍ର ମଧ୍ୟରେ ଥିବା ବରଫ ପାହାଡ଼ ସଦୃର୍ଶ ତଥ୍ୟ ସାମ୍ନାକୁ ଆସିଛି। ଧିରେ ଧିରେ ଆହୁରି ବହୁ ଗୁମର ଖୋଲିବା ନେଇ ସେ ଇଙ୍ଗିତ କରିଛନ୍ତି। ରାଜ୍ୟରେ ଶାସନାଧିନ ରମଣ ସିଂହ ସରକାର ଆକ୍ରୋଶମୂଳକ […]

vinod-verma-120

vinod-verma-120

Rakesh Mallick
  • Published: Sunday, 29 October 2017
  • Updated: 30 October 2017, 10:03 AM IST

Sports

Latest News

ନୂଆଦିଲ୍ଲୀ: ଗିରଫ ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମାଙ୍କୁ ରାୟପୁର ଆଣିଛି ଛତିଶଗଡ଼ ପୋଲିସ। ମନ୍ତ୍ରୀଙ୍କ ସେକ୍ସ ସିଡି ଏବଂ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ ବିନୋଦ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ରାୟପୁର ପହଞ୍ଚିବା ପରେ ସେ କହିଛନ୍ତି, ବର୍ତ୍ତମାନ କେବଳ ସମୁଦ୍ର ମଧ୍ୟରେ ଥିବା ବରଫ ପାହାଡ଼ ସଦୃର୍ଶ ତଥ୍ୟ ସାମ୍ନାକୁ ଆସିଛି। ଧିରେ ଧିରେ ଆହୁରି ବହୁ ଗୁମର ଖୋଲିବା ନେଇ ସେ ଇଙ୍ଗିତ କରିଛନ୍ତି। ରାଜ୍ୟରେ ଶାସନାଧିନ ରମଣ ସିଂହ ସରକାର ଆକ୍ରୋଶମୂଳକ ଭାବେ ତାଙ୍କୁ ଗିରଫ କରିଥିବା ସେ ଦୋହରାଇଛନ୍ତି। ଏହି ମାମଲାରେ ଛତିଶଗଡ଼ ସରକାର ବିବାଦ ଘେରକୁ ଆସିବା ପରେ ଏହାର ତଦନ୍ତ ସିବିଆଇ ଉପରେ ନ୍ୟସ୍ତ କରିଛନ୍ତି।

ସିଡି ମାମଲାକୁ ନେଇ ରାଜରାସ୍ତାକୁ ଓହ୍ଲେଇ ବିକ୍ଷୋଭ ପଦର୍ଶନ କରିଛି ରାଜ୍ୟ କଂଗ୍ରେସ। ଦଳ ରାଜ୍ୟ ସରକାରଙ୍କୁ ଘେରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି ପାଇଁ ଆନ୍ଦୋଳନ ମଧ୍ୟ କରିଥିଲା। ଏହି ସମୟରେ ପୋଲିସ ସହିତ ବିକ୍ଷୋଭାକରୀଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏହି ମାମଲାର ଏସ୍ଆଇଟି ତଦନ୍ତ ପାଇଁ ଦାବି କରିଛି ରାଜ୍ୟ କଂଗ୍ରେସ। ଏଥିସହିତ ସାମ୍ବାଦିକଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଛି କହି ଦଳ ଏହାର ନିନ୍ଦା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos