ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ରାହୁଳଙ୍କ ମନ୍ତବ୍ୟକୁ ପ୍ରଶଂସା କରୁଛି ପାକିସ୍ତାନ: ଅମିତ ଶାହ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ରାହୁଳ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହ। ସେ କହିଛନ୍ତି ଧାରା ୩୭୦ ପ୍ରସଙ୍ଗରେ ରାହୁଳ ଗାନ୍ଧିଙ୍କ ଦ୍ୱାରା ଦିଆଯାଉଥିବା ମନ୍ତବ୍ୟକୁ ପାକିସ୍ତାନ ପ୍ରଶଂସା କରୁଛି। ଯାହାକୁ ଜାତିସଂଘରେ ମଧ୍ୟ ପାକିସ୍ତାନ ଉଦ୍ଧୃତ କରୁଛି ବୋଲି ସେ କହିଛନ୍ତି। ଆଜି ଦାଦରା ନଗର ହାବେଲିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କଂଗ୍ରେସକୁ ଏପରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି […]

amit saha

Subhransu Sekhar
  • Published: Sunday, 01 September 2019
  • , Updated: 01 September 2019, 04:37 PM IST

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ରାହୁଳ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହ। ସେ କହିଛନ୍ତି ଧାରା ୩୭୦ ପ୍ରସଙ୍ଗରେ ରାହୁଳ ଗାନ୍ଧିଙ୍କ ଦ୍ୱାରା ଦିଆଯାଉଥିବା ମନ୍ତବ୍ୟକୁ ପାକିସ୍ତାନ ପ୍ରଶଂସା କରୁଛି। ଯାହାକୁ ଜାତିସଂଘରେ ମଧ୍ୟ ପାକିସ୍ତାନ ଉଦ୍ଧୃତ କରୁଛି ବୋଲି ସେ କହିଛନ୍ତି। ଆଜି ଦାଦରା ନଗର ହାବେଲିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କଂଗ୍ରେସକୁ ଏପରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଅମିତ ଶାହ।

ସେ କହିଛନ୍ତି କଂଗ୍ରେସ ସବୁବେଳେ ରାଷ୍ଚ୍ରବାଦ ଅପେକ୍ଷା ପରିବାରବାଦ ପ୍ରଥାକୁ ଅଧିକ ଗୁରୁତ୍ୱ ଦେଉଛି। ଯେଉଁମାନେ ଦେଶରେ ରହି ଦେଶ ବିରୋଧୀ ନାରା ଦେଉଛନ୍ତି ସେମାନଙ୍କ ସହ କଂଗ୍ରେସ ସବୁବେଳେ ରହୁଛି। ଏବେ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଉଛି ଯାହାକୁ ପାକିସ୍ତାନ ପ୍ରଶଂସା କରୁଛି ବୋଲି ସେ କହିଛନ୍ତି।

ପାକିସ୍ତାନ କବଳରୁ ବାଂଲାଦେଶକୁ ମୁକ୍ତ କରିବା ପାଇଁ ଇନ୍ଦିରା ଗାନ୍ଧି ଯେଉଁ ଉଦ୍ୟମ କରିଥିଲେ ତାକୁ ବିଜେପି ସମର୍ଥନ କରିଥିଲା ବୋଲି ସେ କହିଛନ୍ତି। ବିଜେପି ସବୁବେଳେ ପରିବାରବାଦ ଅପେକ୍ଷା ରାଷ୍ଟ୍ରବାଦକୁ ଗୁରୁତ୍ୱ ଦିଏ ବୋଲି ଏହି ଅବସରରେ ସେ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାପରେ କୌଣସି ଲୋକଙ୍କ ମୃତ୍ୟୁ ଏଥିପାଇଁ ହୋଇନାହିଁ ବୋଲି ଶାହ ଏହି ଅବସରରେ କହିଛନ୍ତି।

Related story