ଶାହାରୁଖଙ୍କ ବଦାନ୍ୟତା: ବକ୍ସରଙ୍କୁ ଦେଲେ ଚିକିତ୍ସା ସହାୟତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ ପଞ୍ଜବର ଖ୍ୟାତନାମା ବକ୍ସର କୌର ସିଂଙ୍କୁ ୫ଲକ୍ଷ ଟଙ୍କା ସହାୟତା ରାଶି ଦେଇଛିନ୍ତି। କୌର ସିଂ ହୃଦ୍‌ରୋଗରେ ପୀଡ଼ିତ ଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଅର୍ଥର ଆବଶ୍ୟକତା ଥିଲା। ଏହି ସମୟରେ ଶାହାରୁଖ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି। ୧୯୮୨ ମସିହାରେ ଏସିଆ ଦେଶୀୟ ଖେଳରେ ସ୍ୱର୍ଣ୍ଣ ପଦକ ଜିତିଥିବା କୌର ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ପାଇଁ ଡାକ୍ତରଖାନାର ଫିସ୍‌ ପୂରଣ କରିବାକୁ ତାଙ୍କୁ ୨ ଲକ୍ଷ ଟଙ୍କାର […]

ଜଦ

ଜଦ

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 09:53 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ ପଞ୍ଜବର ଖ୍ୟାତନାମା ବକ୍ସର କୌର ସିଂଙ୍କୁ ୫ଲକ୍ଷ ଟଙ୍କା ସହାୟତା ରାଶି ଦେଇଛିନ୍ତି। କୌର ସିଂ ହୃଦ୍‌ରୋଗରେ ପୀଡ଼ିତ ଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଅର୍ଥର ଆବଶ୍ୟକତା ଥିଲା। ଏହି ସମୟରେ ଶାହାରୁଖ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି।

୧୯୮୨ ମସିହାରେ ଏସିଆ ଦେଶୀୟ ଖେଳରେ ସ୍ୱର୍ଣ୍ଣ ପଦକ ଜିତିଥିବା କୌର ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ପାଇଁ ଡାକ୍ତରଖାନାର ଫିସ୍‌ ପୂରଣ କରିବାକୁ ତାଙ୍କୁ ୨ ଲକ୍ଷ ଟଙ୍କାର ଆବଶ୍ୟକ ଥିଲା। ଟଙ୍କା ଯୋଗାଡ଼ କରିବା ତାଙ୍କ ଲାଗି ସମ୍ଭବପର ନ ଥିଲା। ଏହି ଖବର ଶାହାରୁଖ ଖାନ ଜଣିବା ପରେ ସେ ସହଯୋଗ ପ୍ରଦାନ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ଫେଡରେସନ୍‌ ତରଫରୁ ତାଙ୍କୁ ଏହି ଟଙ୍କା ଦିଆଯାଇଛି।

ଏ ନେଇ ଶାହାରୁଖ କହିଛନ୍ତି ଯେ, ଖେଳାଳି ଆମ ଦେଶର ଗୌରବ। ତାଙ୍କୁ ସହଯୋଗ କରିବା ଆମର କର୍ତ୍ତବ୍ୟ। ସମସ୍ତେ ଏଭିଳି କିଛିକିଛି ସହଯୋଗ କରନ୍ତୁ। ଅନ୍ୟପକ୍ଷରେ କୌର ମଧ୍ୟ ଶାହାରୁଖଙ୍କୁ ଧନ୍ୟବାଦ ଦେଇଛନ୍ତି।

ନିକଟରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସର୍ବ ସମ୍ମୁଖରେ ଗୋଡ଼ ତଳେ ପ୍ରଣାମ କରି ଚର୍ଚ୍ଚାରେ ରହିଥିଲେ। ଏଥିରେ ତାଙ୍କ ବିନମ୍ରତାକୁ ନେଇ ବହୁତ ଚର୍ଚ୍ଚାରେ ହୋଇଥିଲା। ଏବେ ପୁଣିଥରେ ତାଙ୍କ ବଦାନ୍ୟତାକୁ ନେଇ ଚର୍ଚ୍ଚା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos