ଚୀନ୍ ପ୍ରସଙ୍ଗରେ ରାହୁଲଙ୍କ ମନ୍ତବ୍ୟକୁ ନାପସନ୍ଦ କଲେ ଶରଦ ପାଓ୍ୱାର

ସତାରା, ମୁମ୍ୱାଇ: ଚୀନ୍ ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀ ବାରମ୍ୱାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ ଏହି ମାମଲାରେ ପ୍ରଧାନମନ୍ତ୍ରୀ ଆତ୍ମସମର୍ପଣ କରିଥିବା କହୁଛନ୍ତି। ଏହାକୁ କିନ୍ତୁ ନାପସନ୍ଦ କରିଛନ୍ତି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ମହାରାଷ୍ଟ୍ରର କଂଗ୍ରେସ ସହିତ ମେଣ୍ଟ କରି କ୍ଷମତାରେ ଥିବା ଏନସିପିର ସୁପ୍ରିମୋ ଶରଦ ପାଓ୍ୱାର। ରାହୁଲଙ୍କୁ ଏଭଳି କହି ରାଜନୀତି କରିବା ବଦଳରେ ୧୯୬୨ରେ ଚୀନର ଦାଦାଗିରି କଥା ମନେ ପକଇବାକୁ ପାଓ୍ୱାର କହିଛନ୍ତି। ୧୯୬୨ରେ […]

sharad pawar

Subhransu Sekhar
  • Published: Saturday, 27 June 2020
  • , Updated: 27 June 2020, 07:36 PM IST

ସତାରା, ମୁମ୍ୱାଇ: ଚୀନ୍ ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀ ବାରମ୍ୱାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ ଏହି ମାମଲାରେ ପ୍ରଧାନମନ୍ତ୍ରୀ ଆତ୍ମସମର୍ପଣ କରିଥିବା କହୁଛନ୍ତି। ଏହାକୁ କିନ୍ତୁ ନାପସନ୍ଦ କରିଛନ୍ତି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ମହାରାଷ୍ଟ୍ରର କଂଗ୍ରେସ ସହିତ ମେଣ୍ଟ କରି କ୍ଷମତାରେ ଥିବା ଏନସିପିର ସୁପ୍ରିମୋ ଶରଦ ପାଓ୍ୱାର। ରାହୁଲଙ୍କୁ ଏଭଳି କହି ରାଜନୀତି କରିବା ବଦଳରେ ୧୯୬୨ରେ ଚୀନର ଦାଦାଗିରି କଥା ମନେ ପକଇବାକୁ ପାଓ୍ୱାର କହିଛନ୍ତି।

୧୯୬୨ରେ ଚୀନ୍ ଭାରତର ୪୫ ହଜାର ସ୍କୋୟାର କିଲୋମିଟର ଜାଗା ଉପରେ ଜୋର ଜବରଦସ୍ତି ଦାଦାଗିରି ଦେଖାଇଥିଲା। ଏହାପରେ ଏବେ ଗଲଓ୍ୱାନ ଉପତ୍ୟକାରେ ଚୀନ ପୁଣିଥରେ ପୂର୍ବଭଳି ଦାଦାଗିରି ଦେଖାଇବାକୁ ଚେଷ୍ଟା କରିଛି। ଏଭଳି ପ୍ରସଙ୍ଗରେ ବାରମ୍ୱାର ମତ ରଖିବା ପୂର୍ବରୁ ୧୯୬୨ ମସିହା କଥାକୁ ମନେ ପକାଇବା ଦରକାର ବୋଲି ପାଓ୍ୱାର କହିଛନ୍ତି। ଦେଶର ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ରାଜନୀତି ନକରିବା ଠିକ୍ ନୁହେଁ ବୋଲି କହି ରାହୁଲଙ୍କ ଉପରେ ବର୍ଷିଛନ୍ତି।

ଗୁଲଓ୍ୱାନ ଉପତ୍ୟକାରେ ଯାହା ହୋଇଛି ସେଥିପାଇଁ କେନ୍ଦ୍ର ସରକାର କି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦୋଷ ଦେଇ ହେବନି ବୋଲି ଏନସିପି ସୁପ୍ରିମୋ କହିଛନ୍ତି। ଚୀନରେ ସେନା ଯେତେବେଳେ ସୀମା ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଭାରତୀୟ ସେନା ତାଙ୍କୁ ସୀମାରୁ ତଡ଼ିବାରେ ସକ୍ଷମ ହୋଇଛନ୍ତି। ଯଦି ସେନା ଆଲର୍ଟ ନଥାନ୍ତା ତାହେଲେ କେମିତି ଚୀନର ସେନା ନିଜ ଅଞ୍ଚଳକୁ ଗଲେ ବୋଲି ପାଓ୍ୱାର କହିଛନ୍ତି। ଏଥିସହ ସୀମାରେ ବିନାଅସ୍ତ୍ରରେ ଯବାନ ଯିବାକୁ ନେଇ ପାଓ୍ୱାର କହିଛନ୍ତି, ଏଲଏସରି ଦୁଇ ଦେଶ ଅସ୍ତ୍ରଶସ୍ତ୍ର ଧରିବେ ନାହିଁ ବୋଲି ଚୁକ୍ତି ହୋଇଛି।

ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ କିନ୍ତୁ ବାରମ୍ୱାର ସରକାରଙ୍କୁ ପ୍ରଶ୍ନ କରି ଚାଲିଛନ୍ତି, ସୀମାକୁ ସେନା କାହିଁକି ବିନା ଅସ୍ତ୍ରରେ ଯାଇଥିଲେ। ସେହିପରି ବିଗତ କିଛି ଦିନ ତଳେ ଚୀନ୍ ପ୍ରସଙ୍ଗରେ ରାହୁଲ ଟୁଇଟ୍ କରି କହିଥିଲେ, ଚୀନ୍ ନିକଟରେ ପ୍ରଧାନମନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି।

Related story