ନୂଆଦିଲ୍ଲୀ: ସରିଗଲା ଅଭିନୟ। ଦିନେ ସେ ଚଳଚ୍ଚିତ୍ର ଜଗତରୁ ବିଦାୟ ନେଇଥିଲେ। ଆଉ ଆଜି ତାଙ୍କର ବାସ୍ତବ ଜୀବନରେ ଅଭିନୟର ଅନ୍ତ ଘଟିଛି। ସବୁ ଦିନ ପାଇଁ ନୀରବି ଯାଇଛି ତାଙ୍କ ଆକ୍ଟିଂର ଯାଦୁ। ପ୍ରଖ୍ୟାତ ଅଭିନେତା ଶଶି କପୁରଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାରା ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ମୁମ୍ବାଇରେ ୭୯ ବର୍ଷରେ ଶଶିଙ୍କ ନିଧନ ହୋଇଛି। ଦୀର୍ଘଦିନରୁ ଅସୁସ୍ଥ ଥିଲେ ଅଭିନେତା ଶଶି କପୁର। ୨୦୧୫ରେ ପଦ୍ମଭୂଷଣ ପାଇଥିଲେ ଶଶି ।
୧୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶଶି ଦାଦା ସାହେବ ଫାଲକେ ସମ୍ମାନ ବି ପାଇଥିଲେ। ପୃଥ୍ୱୀରାଜ କପୁରଙ୍କ ସବା ସାନ ପୁଅ ଥିଲେ ଶଶି। ରାଜ କପୁର ଓ ସମ୍ମି କାପୁରଙ୍କ ସାନ ଭାଇ ହେଉଛନ୍ତି ଶଶି। ତାଙ୍କ ଅଭିନୀତି ଚଳଚ୍ଚିତ୍ର ମଧ୍ୟରେ ଦିୱାର, ସତ୍ୟମ ଶିବମ ସୁନ୍ଦରମ ଏବଂ କଭି କଭି ସିନେମା ଖୁବ୍ ଲୋକପ୍ରିୟ ଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ଛାତିରେ ଅଧିକ ଯନ୍ତ୍ରଣା ଯୋଗୁ ୨୦୧୪ରୁ ସେ ହସପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ। ୧୯୩୮ରେ କୋଲକତାରେ ସେ ଜନ୍ମଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।