ବିଜେପି ମିଛ କହିବାରୁ ୨୫ ବର୍ଷର ମେଣ୍ଟ ଭାଙ୍ଗିଲା: ଉଦ୍ଧବ ଠାକରେ

ମୁମ୍ୱାଇ: ମହାରାଷ୍ଟ୍ରରେ ଆଜି ଅପରାହ୍ନରେ କଂଗ୍ରେସ-ଏନସିପି ବୈଠକ ବସିବା ପୂର୍ବରୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କ ସହ ବୈଠକ କରିଛନ୍ତି। ଦଳୀୟ ବୈଠକରେ ବିଜେପି ବିରୋଧରେ ଜୋରଦାର ବର୍ଷିବା ସହ ବିଜେପିକୁ ମିଛୁଆ ବୋଲି ସେ କହିଛନ୍ତି। ବାଲା ସାହେବ ଠାକରେଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ସେ ଓହରିଛି। ବିଜେପି ଏଠାରେ ଦ୍ୱିତୀୟ ଥର ପାଇଁ ନିର୍ବାଚନ କରିବାକୁ ଚେଷ୍ଟା କରିବାରୁ ବାଧ୍ୟ ହୋଇ ବିରୋଧୀ ଦଳ ଏନସିପି-କଂଗ୍ରେସ ସହ ଶିବସେନା […]

udhav

Subhransu Sekhar
  • Published: Friday, 22 November 2019
  • , Updated: 22 November 2019, 03:42 PM IST

ମୁମ୍ୱାଇ: ମହାରାଷ୍ଟ୍ରରେ ଆଜି ଅପରାହ୍ନରେ କଂଗ୍ରେସ-ଏନସିପି ବୈଠକ ବସିବା ପୂର୍ବରୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କ ସହ ବୈଠକ କରିଛନ୍ତି। ଦଳୀୟ ବୈଠକରେ ବିଜେପି ବିରୋଧରେ ଜୋରଦାର ବର୍ଷିବା ସହ ବିଜେପିକୁ ମିଛୁଆ ବୋଲି ସେ କହିଛନ୍ତି।

ବାଲା ସାହେବ ଠାକରେଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ସେ ଓହରିଛି। ବିଜେପି ଏଠାରେ ଦ୍ୱିତୀୟ ଥର ପାଇଁ ନିର୍ବାଚନ କରିବାକୁ ଚେଷ୍ଟା କରିବାରୁ ବାଧ୍ୟ ହୋଇ ବିରୋଧୀ ଦଳ ଏନସିପି-କଂଗ୍ରେସ ସହ ଶିବସେନା ମେଣ୍ଟ କରିଛି ବୋଲି ସେ କହିଛନ୍ତି।

କଂଗ୍ରେସ-ଏନସିପି ସହ ମିଶି ଶିବସେନା ସରକାର ଗଢ଼ିବାର ପ୍ରଥମ କାରଣ ବିଜେପି। ଶିବ ସୈନିକ ହିଁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବ ବୋଲି ବିଜେପି ସାହେବଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ବିଜେପି ନିଜ ପ୍ରତିଶ୍ରୁତି ରଖିବାରେ ବିଫଳ ହେବାରୁ ଦୀର୍ଘ ୨୫ ବର୍ଷର ସମ୍ପର୍କ ଭାଙ୍ଗିବାକୁ ଶିବସେନା ବାଧ୍ୟ ହୋଇଛି ବୋଲି ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ କହିଥିବା ସୂଚନା ରହିଛି।

ଏହି ବୈଠକ ବେଳେ ବିଧାୟକମାନେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିବେଦନ କରିଥିଲେ। ହେଲେ ଠିକଣା ସମୟରେ ମୁଖ୍ୟମନ୍ତ୍ରୀ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ଉଦ୍ଧବ ଦଳୀୟ ବିଧାୟକଙ୍କୁ କହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଏନସିପି-କଂଗ୍ରେସ ବୈଠକ ରହିଛି। ଏହାପରେ ଶିବସେନା-ଏନସିପି-କଂଗ୍ରେସର ନେତା ମିଶି ରାଜ୍ୟପାଳ ଭଗତ ସିଂହ କୋଶିଆରଙ୍କୁ ଭେଟିବେ। ଏହି ଅବସରରେ ସରକାର ଗଢ଼ିବା ପାଇଁ ଦାବି କରିବେ ବୋଲି ଜଣାପଡ଼ିଛି।

Related story