ମୁମ୍ବାଇ: ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଅଯୋଧ୍ୟା ରାୟ ବାବଦରେ କରିଥିବା ଟ୍ୱିଟ୍ ଏବେ ଚର୍ଚ୍ଚାରେ ରହିଛି। ଏଯାଏ ମହାରାଷ୍ଟ୍ରରେ କେହି ମଧ୍ୟ ସରକାର କରିନାହାନ୍ତି। ଏଭଳି ସ୍ଥିତିରେ ଅଯୋଧ୍ୟା ରାୟ ଆସିଥିବାରୁ ସେ ନିଜ ଅନ୍ଦାଜରେ ଏହାକୁ ସ୍ୱାଗତ କରିଛନ୍ତି।
ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରି ମସ୍ଜିଦ୍ ବିବାଦକୁ ନେଇ ରାଉତ କରିଛନ୍ତି, ପ୍ରଥମେ ମନ୍ଦିର ତା’ପରେ ସରକାର। ଅଯୋଧ୍ୟାରେ ମନ୍ଦିର ତାପରେ ମହାରାଷ୍ଟ୍ରରେ ସରକାର। ଜୟ ଶ୍ରୀରାମ।
ସୂଚନାଯୋଗ୍ୟ ଯେ, ଶିବସେନା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଖୋଲାଖୋଲି ସମର୍ଥନ ଜଣାଇଆସିଛି। ମହାରାଷ୍ଟ୍ରରେ ଏବଂ କେନ୍ଦ୍ରରେ ବିଜେପି ସହ ଏହି ଦଳ ମେଣ୍ଟ କରିବା ପଛରେ ରାମ ମନ୍ଦିର ଏକ ପ୍ରମୁଖ କାରଣ ରହିଆସିଛି। କିନ୍ତୁ ଗତ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଅଡ଼ିବସିବା ସରକାର ଗଠନର ଅଙ୍କ ଛିଣ୍ଡାଇପାରୁନି।