ମୁଲାୟମଙ୍କ ଭାଇ ତିଆରି କଲେ ନୂଆ ମୋର୍ଚ୍ଚା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବିଦ୍ରୋହୀ ନେତା ତଥା ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ୍‌ ଯାଦବ ଏକ ନୂଆ ମୋର୍ଚ୍ଚା ଗଠନ କରିଛନ୍ତି। ଏହାର ନାଁ ରଖିଛନ୍ତି ‘ସମାଜବାଦୀ ସେକ୍ୟୁଲାର୍ ମୋର୍ଚ୍ଚା’ (ଏସ୍‌ଏସ୍‌ଏମ୍‌)।  ଆଜି ସେ ଏହି ସୂଚନା ଦେଇଛନ୍ତି। ଯେଉଁ ନେତାମାନେ ସମାଜବାଦୀ ପାର୍ଟିରେ ଥାଇ ସମ୍ମାନ ପାଉ ନାହାନ୍ତି, ସେମାନଙ୍କୁ ଏହି ମୋର୍ଚ୍ଚାରେ ମିଶିବାକୁ ଶିବପାଲ୍ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି,‘ଆମେ ଅନ୍ୟ ଛୋଟ ଛୋଟ ଦଳଗୁଡ଼ିକୁ ବି ଏଥିରେ ସାମିଲ କରିବୁ।’ ପୁତୁରା ତଥା […]

shivpal1

shivpal1

Jitendra Garnayak
  • Published: Wednesday, 29 August 2018
  • Updated: 29 August 2018, 07:53 AM IST

Sports

Latest News

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବିଦ୍ରୋହୀ ନେତା ତଥା ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ୍‌ ଯାଦବ ଏକ ନୂଆ ମୋର୍ଚ୍ଚା ଗଠନ କରିଛନ୍ତି। ଏହାର ନାଁ ରଖିଛନ୍ତି ‘ସମାଜବାଦୀ ସେକ୍ୟୁଲାର୍ ମୋର୍ଚ୍ଚା’ (ଏସ୍‌ଏସ୍‌ଏମ୍‌)।  ଆଜି ସେ ଏହି ସୂଚନା ଦେଇଛନ୍ତି।

ଯେଉଁ ନେତାମାନେ ସମାଜବାଦୀ ପାର୍ଟିରେ ଥାଇ ସମ୍ମାନ ପାଉ ନାହାନ୍ତି, ସେମାନଙ୍କୁ ଏହି ମୋର୍ଚ୍ଚାରେ ମିଶିବାକୁ ଶିବପାଲ୍ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି,‘ଆମେ ଅନ୍ୟ ଛୋଟ ଛୋଟ ଦଳଗୁଡ଼ିକୁ ବି ଏଥିରେ ସାମିଲ କରିବୁ।’

ପୁତୁରା ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ତାଙ୍କୁ ଦୀର୍ଘ ଦିନ ହେଲା ଅଣଦେଖା କରି ଆସୁଥିଲେ।

ତିନି ଦିନ ତଳେ ଶିବପାଲ କହିଥିଲେ,“ଦେଢ଼ ବର୍ଷ ହେଲା ମୁଁ ଅପେକ୍ଷା କରିଛି। କିନ୍ତୁ ଦଳ ମୋତେ କୌଣସି ଦାୟିତ୍ୱ ଦେଇ ନାହିଁ। ଏତେ ଦିନ ଅଣାଦେଖା କଲେଣି। ଆଉ କେତେ ଦିନ ସହି ହେବ?”

ସେ କହିଥିଲେ,‘ମୁଁ ନେତାଜୀ (ମୁଲାୟମ ସିଂହ ଯାଦବ)ଙ୍କୁ ସବୁ ବେଳେ ସମ୍ମାନ ଦିଏ। ମୁଁ ତାଙ୍କ ସହିତ ଅଛି। ଯେଉଁମାନେ ତାଙ୍କୁ ସମ୍ମାନ ଦେଉ ନାହାନ୍ତି, ସେମାନେ ତାଙ୍କୁ ସମ୍ମାନ ଦେବା ଉଚିତ୍।’

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos