ଭୋଟ୍‌ ଦେଲେନି ଦିଗ୍‌ବିଜୟ ସିଂହ

ଭୋପାଲ: ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ଏଥିରେ ମଧ୍ୟପ୍ରଦେଶର ୮ଟି ଆସନ ରହିଥିବା ବେଳେ ଭୋପାଲରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ନିଜେ ଭୋଟ୍ ନଦେବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ପରାଜୟ ଭୟରେ ସେ ଭୋଟ୍ ଦେବାକୁ ଗଲେନି ବୋଲି ବିଜେପି କହିଛି। ଭୋପାଲରୁ […]

Digvijay_Singh

Digvijay_Singh

Subhransu Sekhar
  • Published: Monday, 13 May 2019
  • Updated: 13 May 2019, 12:48 PM IST

Sports

Latest News

ଭୋପାଲ: ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ଏଥିରେ ମଧ୍ୟପ୍ରଦେଶର ୮ଟି ଆସନ ରହିଥିବା ବେଳେ ଭୋପାଲରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ନିଜେ ଭୋଟ୍ ନଦେବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ପରାଜୟ ଭୟରେ ସେ ଭୋଟ୍ ଦେବାକୁ ଗଲେନି ବୋଲି ବିଜେପି କହିଛି।

ଭୋପାଲରୁ ୧୪୦ କିଲୋମିଟର ଦୂର ରାଜଗଡ଼ର ଏକ ବୁଥ୍‌ରେ ଦିଗ୍‌ବିଜୟ ଭୋଟ୍ ଦେବାର ଥିଲା। ରାଜଗଡ଼ ବି ଏକ ସଂସଦୀୟ କ୍ଷେତ୍ର। ଏମିତିକି ଏହି ଆସନରୁ ଦିଗ୍‌ବିଜୟ ଦୁଇ ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ତେବେ ଗତକାଲି ନିଜ ମତ ସାବ୍ୟସ୍ତ କରିବା ବଦଳରେ ଦିନ ତମାମ ସେ ଭୋପାଲର ବିଭିନ୍ନ ବୁଥ୍‌କୁ ଯାଇ ସ୍ଥିତି ଉପରେ ନଜର ରଖିଥିଲେ। ସେଥିପାଇଁ ତାଙ୍କୁ ବିଭିନ୍ନ ବର୍ଗରୁ ସମାଲୋଚିତ ହେବାକୁ ପଡ଼ିଛି।

ବିଶେଷ କରି ବିଜେପି ତାଙ୍କୁ ଟାର୍ଗେଟ୍ କରିଛି। ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଦିଗ୍‌ବିଜୟ ସିଂହଙ୍କ ଭଳି ଦେଶର ଜଣେ ବରିଷ୍ଠ ନେତା ନିଜେ ପ୍ରାର୍ଥୀ ହୋଇ ଭୋଟ୍ ନଦେବା ଅତ୍ୟନ୍ତ ନିନ୍ଦନୀୟ କଥା।

ସେହିପରି ବିଜେପି ଆଇଟ୍ ସେଲ୍ ମୁଖ୍ୟ ମାଲବ୍ୟ କହିଛନ୍ତି, ପରାଜୟ ଭୟ ଘାରିଥିବାରୁ ଦିଗ୍‌ବିଜୟ ଭୋଟ୍ ଦେବାକୁ ଯାଇ ନଥିଲେ। ଏଥିରୁ ପ୍ରମାଣିତ ହେଉଛି ଯେ, ସେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିରୋଧ ସଂଘର୍ଷ କରୁଛନ୍ତି।

ସୂଚନାଯୋଗ୍ୟ, ବିଜେପି ଭୋପାଲ ଆସନରେ ଦିଗ୍‌ବିଜୟ ସିଂହଙ୍କ ବିପକ୍ଷରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟପକ୍ଷରେ ଭୋଟ୍ ଦେଇ ପାରି ନଥିବାରୁ ଦିଗ୍‌ବିଜୟ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଆସନ୍ତା ଥରକୁ ଯେପରି ଭୋପାଲରେ ଭୋଟ୍ ଦେଇ ପାରିବେ, ସେ କଥା ସୁନିଶ୍ଚିତ କରିବେ ବୋଲି କହିଛନ୍ତି।

ଏହା ସହିତ ତାଙ୍କୁ ଆଦୌ ପରାଜୟ ଭୟ ଘାରି ନାହିଁ ଓ ସେ ଶତପ୍ରତିଶତ ଜିତିବେ ବୋଲି ଦାବି କରିଛନ୍ତି ଦିଗ୍‌ବିଜୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story