ରାହୁଲଙ୍କ ଉପରେ ଶିବରାଜ ଖପ୍ପା: କରିବେ ମାନହାନି ମୋକଦ୍ଦମା

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଆଜି (ମଙ୍ଗଳବାର) କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିପାରନ୍ତି। ପୁଅ କାର୍ତ୍ତିକେୟଙ୍କ ନାଁରେ ରାହୁଲ ଆପତ୍ତିଜନକ ମନ୍ତବ୍ୟ ଦେଇ ତାଙ୍କ ପରିବାରର ପ୍ରତିଷ୍ଠା ପରେ ଆଞ୍ଚ ଆଣିଥିବା ଶିବରାଜ ଅଭିଯୋଗ କରିବା ସହ ମାନହାନି ମୋକଦ୍ଦମା କରିବେ ବୋଲି ସୋମବାର ବିଳମ୍ବିତ ରାତିରେ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ରାହୁଲ ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ସୋମବାର ଝାବୁଆରେ ଏକ ସଭାକୁ ସମ୍ବୋଧିତ କରିବା […]

rahul

rahul

Tapaswini Nayak
  • Published: Tuesday, 30 October 2018
  • Updated: 30 October 2018, 09:39 AM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଆଜି (ମଙ୍ଗଳବାର) କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିପାରନ୍ତି। ପୁଅ କାର୍ତ୍ତିକେୟଙ୍କ ନାଁରେ ରାହୁଲ ଆପତ୍ତିଜନକ ମନ୍ତବ୍ୟ ଦେଇ ତାଙ୍କ ପରିବାରର ପ୍ରତିଷ୍ଠା ପରେ ଆଞ୍ଚ ଆଣିଥିବା ଶିବରାଜ ଅଭିଯୋଗ କରିବା ସହ ମାନହାନି ମୋକଦ୍ଦମା କରିବେ ବୋଲି ସୋମବାର ବିଳମ୍ବିତ ରାତିରେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ରାହୁଲ ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ସୋମବାର ଝାବୁଆରେ ଏକ ସଭାକୁ ସମ୍ବୋଧିତ କରିବା ବେଳେ ରାହୁଲ କହିଥିଲେ, “ମାମାଜୀଙ୍କ ଯେଉଁ ପୁଅ ଅଛି, ପାନାମା ପେପର୍ସରେ ତାଙ୍କ ନାଁ ଆସିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାବ ଶରୀଫଙ୍କ ନାଁ ଆସିଥିଲା ବୋଲି ପାକିସ୍ତାନ ପରି ଦେଶ ତାଙ୍କୁ ଜେଲ୍‌ ପଠାଇ ଦେଲା। ହେଲେ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାଁ ପାନାମା ପେପର୍ସରେ ଆସିଲେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।”

କୁହାଯାଉଛି, ରାଜନୈତିକ ଭାଷଣରେ ପୁଅର ନାଁ ଟଣାଯିବାକୁ ନେଇ ଶିବରାଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସେ ଟ୍ୱିଟ୍‌ କରି ମଙ୍ଗଳବାର ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିବେ ବୋଲି ସୂଚନା ଦେଇଛନ୍ତି।

ଶିବରାଜ ଟ୍ୱିଟ୍‌ରେ ଆହୁରି ଦର୍ଶାଇଛନ୍ତି ଯେ, “ଗତ କିଛିବର୍ଷ ହେବ କଂଗ୍ରେସ୍‌ ମୋ ଉପରେ ଓ ମୋ ପରିବାର ଉପରେ ଅନର୍ଗଳ ଅଭିଯୋଗ ଲଗାଇ ଆସୁଛି। ଆମେ ସମସ୍ତଙ୍କ ସମ୍ମାନ କରି ସେମାନଙ୍କ ମର୍ଯ୍ୟାଦା ରଖିଥାଉ। ହେଲେ ଆଜି ରାହୁଲ ଜୀ ମୋ ପୁଅ କାର୍ତ୍ତିକେୟର ନାଁ ପାନାମା ପେପର୍ସରେ ଆସିଥିବା କହି ସବୁ ସୀମା ଡେଉଁ ଯାଉଛନ୍ତି। କାଲି ଆମେ ତାଙ୍କ ଉପରେ ମାନହାନି ମୋକଦମା ରୁଜୁ କରିବୁ।”

କେବଳ ଶିବରାଜ ନୁହେଁ କାର୍ତ୍ତିକେୟ ମଧ୍ୟ ଟ୍ୱିଟ୍‌ କରି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, “ଆଜି ରାହୁଲ ଜୀ ମୋ ଉପରେ ପାନାମା ପେପର୍ସରେ ସମ୍ପୃକ୍ତ ଥିବାର ମିଛ ମନ୍ତବ୍ୟ ଦେଇଛନ୍ତି। ପିଲାଳିଆମୀରେ ସାର୍ବଜନିନ ମଞ୍ଚରେ ମୋର ଓ ମୋ ପରିବାରର ପ୍ରତିଷ୍ଠା ଭଙ୍ଗ କରାଯାଇଛି। ୪୮ ଘଣ୍ଟା ମଧ୍ୟରେ ସେ କ୍ଷମା ନ ମାଗିଲେ ତାଙ୍କ ଉପରେ କଠୋର ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବି।”

ସେହିପରି ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଧାୟକ ବିଶ୍ୱାସ୍‌ ସାରଙ୍ଗ ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପପୁ ଗାନ୍ଧିଙ୍କ ସମସ୍ୟା ହେଉଛି, ସେ ଲେଖା ହୋଇଥିବା ଭାଷଣ ପଢ଼ନ୍ତି। ପରୀକ୍ଷା ଗଣିତର ଥାଏ, ହେଲେ ସେ ହିନ୍ଦୀ ଘୋଷି ଯାଇଥିନ୍ତି। ସେଥିପାଇଁ ପପୁ ଫେଲ୍‌ ହୋଇଥାଏ। କଥା କେଉଁଠୁ, କେଉଁଠି ପହଞ୍ଚି ଯାଇଥାଏ। ତାଙ୍କୁ ରାଜନୀତିର A, B, C, D ଜଣାନାହିଁ। ଯେମିତି ବଡ଼ ଲୋକଙ୍କ ପିଲାଙ୍କୁ ସବୁ ଶିଖାଇବାକୁ ପଡ଼ିଥାଏ, ସେମିତି ପିଆର୍‌ କମ୍ପାନୀ ରାହୁଲ ଗାନ୍ଧିଙ୍କୁ ଶିଖାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story