ତାଳଚେର ସାର କାରଖାନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା ତାଳଚେର ସାର କାରଖାନାର କାର୍ଯ୍ୟ ପ୍ରଗତି ସଂପର୍କରେ ଆଜି ସମୀକ୍ଷା କରିଛନ୍ତି । ଏହି ବୈଠକରେ ସାର କାରଖାନାର ଏମ ଡ଼ି ଶ୍ରୀ ଏସ ଏନ ଯାଦବ ଏବଂ ନିର୍ଦ୍ଦେଶକ (ଅପରେସନ୍‌) ଶ୍ରୀ ଏସ ଗୱାଡ଼େ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ତାଳଚେର ଠାରେ ଅବସ୍ଥିତ ତାଳଚେର ସାର କାରଖାନା ଲିମିଟେଡ଼ରୁ ବାର୍ଷିକ ୧୨.୭ ଲକ୍ଷ ନିୟୁତ ଟନ୍‌ ଉତ୍ପାଦନ ୟୁରିଆ ସାର […]

TALACHER FERTILIZER

TALACHER FERTILIZER

Subhransu Sekhar
  • Published: Wednesday, 24 June 2020
  • Updated: 25 June 2020, 06:54 PM IST

ନୂଆଦିଲ୍ଲୀ: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା ତାଳଚେର ସାର କାରଖାନାର କାର୍ଯ୍ୟ ପ୍ରଗତି ସଂପର୍କରେ ଆଜି ସମୀକ୍ଷା କରିଛନ୍ତି । ଏହି ବୈଠକରେ ସାର କାରଖାନାର ଏମ ଡ଼ି ଶ୍ରୀ ଏସ ଏନ ଯାଦବ ଏବଂ ନିର୍ଦ୍ଦେଶକ (ଅପରେସନ୍‌) ଶ୍ରୀ ଏସ ଗୱାଡ଼େ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶାର ତାଳଚେର ଠାରେ ଅବସ୍ଥିତ ତାଳଚେର ସାର କାରଖାନା ଲିମିଟେଡ଼ରୁ ବାର୍ଷିକ ୧୨.୭ ଲକ୍ଷ ନିୟୁତ ଟନ୍‌ ଉତ୍ପାଦନ ୟୁରିଆ ସାର ଉତ୍ପାଦିତ ହେବ। ଏହାକୁ ଏକ ମିଳିତ ଉପକ୍ରମ ଭାବେ ବିକଶିତ କରାଯାଉଛି ଏବଂ ଏଥିରେ ଗେଲ୍‌ (ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ), ସିଆଇଏଲ, ଆରସିଏଫ ଏବଂ ଏଫସିଆଇଏଲ ସହଭାଗୀ ଅଛନ୍ତି । ଏହି ସାର କାରଖାନା ପୁନର୍ଜିବିତ କାର୍ଯ୍ୟ ଶେଷ ହେବାପରେ ଭାରତରେ ଏଭଳି କ୍ଷମତାଧାରୀ ଏକମାତ୍ର କାରଖାନା ହେବ ଯାହାକି କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ମାଧ୍ୟମରେ ୟୁରିଆ ଉତ୍ପାଦନ କରିବ । ଏହି ପ୍ରକଳ୍ପ ପାଇଁ ଆଇଏନଆର ୧୩,୨୭୦ କୋଟି ଟଙ୍କା ବ୍ୟୟର ଆକଳନ କରାଯାଇଛି ।

ଏହି କାରଖାନାର ନିର୍ମାଣ କାର୍ଯ୍ୟ ସଫଳତାର ସହ ଶେଷ ହେବାପରେ ଭାରତ ଆଉ ୟୁରିଆ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡ଼ିବନାହିଁ ଏବଂ ଏହି କାରଖାନା ମାଧ୍ୟମରେ ଶହ ଶହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିପାରିବ ।

ଏହି ସମୀକ୍ଷା ବୈଠକରେ ପରିଚାଳନା ନିର୍ଦ୍ଦେଶକ ଏସ ଏନ ଯାଦବ ପ୍ରକଳ୍ପ କାର୍ଯ୍ୟ ପ୍ରଗତି ସଂପର୍କରେ ସୂଚୀତ କରିଥିଲେ ତଥା କୋଭିଡ଼-୧୯ ମହାମାରୀ ପରିସ୍ଥିତି ସମୟରେ କିଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ଅବଗତ କରାଇଥିଲେ।

ସେ କହିଥିଲେ ଯେ, ମେ’ ମାସ ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏବେ ତାହା ବେଶ୍‌ ସନ୍ତୋଷଜନକ ଭାବେ ଚାଲିଛି । କିନ୍ତୁ ଯାତାୟାତ ଉପରେ ଲଗାଯାଇଥିବା ନିୟନ୍ତ୍ରଣ ତଥା ଶ୍ରମିକ ଅଭାବ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆଜି ସୁଦ୍ଧା ଛଅମାସ ପଛେଇ ଯାଇଛି । ତେବେ ସେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ନିର୍ଦ୍ଧରିତ ସମୟସୀମା ଭିତରେ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବ ।

ମନ୍ତ୍ରୀ ଗୌଡ଼ା କହିଛନ୍ତି ଯେ, କୋଭିଡ଼ ପରିସ୍ଥିତି ଯୋଗୁଁ ବର୍ତ୍ତମାନ ପ୍ରକଳ୍ପ ପ୍ରବର୍ତ୍ତନ କାର୍ଯ୍ୟ ବିଳମ୍ବିତ ହୋଇଛି । କିନ୍ତୁ ଆମକୁ ବର୍ତ୍ତମାନର ବିଳମ୍ବକୁ ଭରଣା କରିବାକୁ ପଡ଼ିବ। ତେଣୁ ଭବିଷ୍ୟତରେ ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରିତ କରିବାକୁ ପଡ଼ିବ ଯାହାଦ୍ୱାରା ନିର୍ଦ୍ଧାରିତ ସମୟରେ ଅର୍ଥାତ୍‌, ସେପ୍ଟେମ୍ବର ୨୦୧୩ରେ ତାହା କାର୍ଯ୍ୟକ୍ଷମ ହୋଇପାରିବ।

ତାଳଚେର ସାର କାରଖାନା ଦେଶର ଅନ୍ୟ ଚାରିଟି ପ୍ରକଳ୍ପ, ଯଥା, ରାମଗୁଣ୍ଡମ୍‌, ଗୋରଖପୁର, ବାରାଉଣୀ ଏବଂ ସିନ୍ଦ୍ରୀ ସହିତ ମିଶି କାର୍ଯ୍ୟକ୍ଷମ ହେଲେ ଦେଶରେ ୟୁରିଆ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବ ବୋଲି ସେ ସୂଚାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos